ଓଡ଼ିଶା ତାଜା ନ୍ୟୁଜ (୨୩ ସେପ୍ଟେମ୍ବର ଶୁକ୍ରବାର ) ବରଗଡ଼ :- ପୁସ୍ତକ ପଠନରେ ବୟସର ତାରତମ୍ୟ ନାହିଁ। ପୁସ୍ତକ ଜ୍ଞାନ ବାଣ୍ଟେ । ଚରିତ୍ର ଗଠନ ସହ ଜୀବନ ନିର୍ମାଣରେ ମାର୍ଗ ଦର୍ଶକ ସାଜିଥାଏ ବୋଲି ଶିଶୁ ଶ୍ରୀ ଭ୍ରାମ୍ୟମାଣ ପାଠାଗାର ଦ୍ଵାରା ଆୟୋଜିତ ୯୯ ତମ "ପିଲାଙ୍କ ପାଖରେ ପାଠାଗାର" କାର୍ଯ୍ୟକ୍ରମରେ ମତ ପ୍ରକାଶ ପାଇଛି । ସ୍ଥାନୀୟ ଜର୍ଜ ଉଚ୍ଚ ବିଦ୍ୟାଳୟ ପରିସର ମଧ୍ୟରେ ପାଠାଗାରର ସଭାପତି ମନୋରଂଜନ ମେହେରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ପ୍ରାଧ୍ୟାପକ ଡକ୍ଟର ରଘୁନାଥ ମେହେର ମୁଖ୍ୟ ଅତିଥି, ଆନ୍ତର୍ଜାତିକ ପ୍ରଶିକ୍ଷକ ଜୟପ୍ରକାଶ ଶତପଥୀ ମୁଖ୍ୟ ବକ୍ତା ,

ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟ ର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଡକ୍ଟର ଡୋଳାମଣି ଶତପଥୀ ଓ ପଣ୍ଡିତ ଗୋପବନ୍ଧୁ ପୁରୋହିତ ଯୋଗଦେଇ ପୁସ୍ତକ ଜୀବନ ନିର୍ମାଣର ମାର୍ଗ ଦର୍ଶକ ଓ ଚରିତ୍ର ଗଠନର ମାଧ୍ୟମ ବୋଲି ମତବ୍ୟକ୍ତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷକ ମାନଙ୍କ ମଧ୍ୟରୁ ସୀମାଞ୍ଚଳ ସ୍ଵାଇଁ, ସଦାନନ୍ଦ ଜାଲ, ଆଦିକାନ୍ତ ସ୍ବାଇଁ, ଅମୃତ ଲାଲ୍ ବେହେରା ଓ ସୁରେଶ ଚନ୍ଦ୍ର ଦାଶ ପୁସ୍ତକ ମଣିଷ କୁ ସମାଜର ଉଚ୍ଚ ସ୍ତରକୁ ନେଇଥାଏ, ତେଣୁ ଛାତ୍ରଛାତ୍ରୀମାନେ ପୁସ୍ତକକୁ ଭଲପାଇ ପୁସ୍ତକ ପଠନ ପ୍ରତି ଧ୍ୟାନ ଦେବାକୁ ପରାମର୍ଶ ଦେଇଥିଲେ ।

ଭ୍ରାମ୍ୟମାଣ ପାଠାଗାର ର ଆବାହକ ଡକ୍ଟର ରବିନାରାୟଣ ସାହୁ ଅତିଥି ପରିଚୟ ଓ କାର୍ଯ୍ୟକ୍ରମ ର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ପଠିତ ପୁସ୍ତକ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରି ଛାତ୍ର ମାନଙ୍କ ମଧ୍ୟରୁ ପିୟୂଷ ମେହେର,ବିବେକ ଦୀପ ଓ ଆକାଶ ମେହେର ଯଥାକ୍ରମେ ପ୍ରଥମ, ଦ୍ବିତୀୟ ଓ ତୃତୀୟ ସ୍ଥାନ ଅଧିକାର କରି ଆସନ୍ତା ୧୦୦ତମ କାର୍ଯ୍ୟକ୍ରମରେ ପୁରସ୍କୃତ ହେବାକୁ ଯୋଗ୍ୟ ବିବେଚିତ ହୋଇଥିଲେ ।