• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଗଣଶିକ୍ଷା ମନ୍ତ୍ରୀ, ସଚିବ ଓ ବିଭାଗୀୟ ଉଚ୍ଚ ସ୍ତରୀୟ ବୈଠକରେ ଓଡିଶା ଅଭିଭାବକ ମହାସଂଘର ସାତ ଦଫା ଦାବୀ ନେଇ ଆଲୋଚନା

Proprietor Abhimanyu Maharana by Proprietor Abhimanyu Maharana
September 21, 2022
in ଓଡ଼ିଶା, ମହାନଗର, ଶିକ୍ଷା ଓ ନିଯୁକ୍ତି, ହୋମ୍
0
ଗଣଶିକ୍ଷା ମନ୍ତ୍ରୀ, ସଚିବ ଓ ବିଭାଗୀୟ ଉଚ୍ଚ ସ୍ତରୀୟ ବୈଠକରେ ଓଡିଶା ଅଭିଭାବକ ମହାସଂଘର ସାତ ଦଫା ଦାବୀ ନେଇ ଆଲୋଚନା
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ (୨୦ ସେପ୍ଟେମ୍ବର ମଙ୍ଗଳବାର ) ଭୁବନେଶ୍ୱର :- ଗଣଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ସମୀର ରଞ୍ଜନ ଦାସଙ୍କ ୟୁନିଟ 1 ସ୍ଥିତ ବାସଭବନ ସମ୍ମୁଖରେ ଓଡିଶା ଅଭିଭାବକ ମହାସଂଘ ତରଫରୁ ସାତ ଦଫା ଦାବୀ ନେଇ ଆମରଣ ଅନଶନ କରାଯାଇଥିଲା l ମନ୍ତ୍ରୀ ସେଦିନ ସବୁ ଦାବୀ ଗୁଡିକ ସମ୍ପର୍କରେ 20 ତାରିଖରେ ଆଲୋଚନା ପାଇଁ ନିଷ୍ପତ୍ତି ହୋଇଥିଲା, ଓଡିଶା ଅଭିଭାବକ ମହାସଂଘର ଅଧକ୍ଷ୍ୟ ବାସୁଦେବ ଭଟ୍ଟ ଙ୍କ ନେତୃତ୍ୱରେ ଏକ ତିନି ଜଣିଆ ପ୍ରତିନିଧି ଦଳ ଉଚ୍ଚ ସ୍ତରୀୟ ବୈଠକରେ ଆଲୋଚନା କରିଥିଲେ ସେଗୁଡିକ ହେଲl

1. ଘରୋଇ ସ୍କୁଲରେ ଯେଉଁ ସୁବିଧା ଯୋଗାଉଛନ୍ତି, ସେହି ଅନୁସାରେ ଫିସ ନିର୍ଧାରଣ ପାଇଁ 23 ସେପ୍ଟେମ୍ବର 1996 ରେ ବିଭାଗର ରିଜଲୁସାନ ପାସ ହୋଇ ଧାରା 4.1 ଲିଖିତ ରହିଛି, ତେଣୁ ଘରୋଇ ସ୍କୁଲକୁ ସ୍ୱୀକୃତି ପ୍ରଦାନ ବେଳେ ନିର୍ଧାରିତ ଫିସ ମଧ୍ୟ ଉଲ୍ଲେଖ ରହିବା ଉଚିତ ବୋଲି ମହାସଂଘର ଦବୀରେ ଯଦି ବିଭାଗର ରିଜଲୁସାନ ଅଛି, ତେବେ ସେହି ଅନୁଯାଇ କାର୍ଯ୍ୟକାରୀ ପାଇଁ ମାନ୍ୟବର ମନ୍ତ୍ରୀ ସମ୍ମତି ପ୍ରକାଶ କରି ସଚିବ ଙ୍କୁ ତର୍ଜମା କରିବାକୁ ନିଷ୍ପତି ନେବାପାଇଁ କହିଛନ୍ତି l

2. କରୋନା ପାଇଁ ମାନ୍ୟବର ସୁପ୍ରିମକୋର୍ଟ ଓ ହାଇକୋର୍ଟଙ୍କ ରାୟ ଉପରେ ବିଭାଗର ସ୍କୁଲ ଫିସ ଛାଡ଼ ନିର୍ଦେଶର କାର୍ଯ୍ୟକାରୀ ନେଇ ସ୍କୁଲ ଅନୁଯାଇ ରିପୋର୍ଟ ଦାଖଲ କରିବାକୁ ବିଭାଗ ସବୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦେଶ ଦିଆଯାଥିଲା l ତେଣୁ ତୁରନ୍ତ ଏ ସଂକ୍ରାନ୍ତରେ ତଥ୍ୟ ଦାଖଲ ପାଇଁ ମାନ୍ୟବର ମନ୍ତ୍ରୀ ବିଭାଗକୁ ନିର୍ଦେଶ ଦେଇଥିଲେ l

3. ଆଇନତଃ ସ୍କୁଲ ବ୍ୟାଗ ଓଜନ 1.5 କେଜିରୁ 5 କେଜି ପଯ୍ୟନ୍ତ ଥିବା ନିୟମ ଓ ସବୁ ସ୍କୁଲ ମାନଙ୍କୁ NCERT ବହିରେ ପାଠ ପଢାଇ ବାକୁ ସୁପ୍ରିମ କୋର୍ଟ, ହାଇକୋର୍ଟ, ଏନସପିସିଆର, ମାନବାଧିକାର କମିଶନ ତଥା ବିଭାଗର ସବୁ ନିର୍ଦେଶର ଦସ୍ତାବିଜ ପରିବେଷଣ ପରେ ଯଦି 9-10-11-12 ଶ୍ରେଣୀର ବୋର୍ଡ ପରୀକ୍ଷାରେ ଏନସିଇଆରଟି ବହି ପଢା ଯାଉଛି ତେବେ ନିମ୍ନ ଶ୍ରେଣୀରେ କେବଳ ଅଭିଭାବକ ମାନଙ୍କୁ ବାଧ୍ୟ କରି ଆର୍ଥିକ ଶୋଷଣ ସହ ପିଲାମାନଙ୍କୁ ବସ୍ତାନି ବୋଝର ଅଯଥା ଶୋଷଣ ପ୍ରାଇଭେଟ ସ୍କୁଲ ମାନଙ୍କ ଦ୍ୱାରା କରାଯାଉଛି l ତେଣୁ ମାନ୍ୟବର ମନ୍ତ୍ରୀ ଏହି ସମସ୍ୟାକୁ ମିଶନ ମୋଡ଼ରେ ନେଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ସଚିବ ଓ ନିର୍ଦେଶକ ମାନଙ୍କୁ ନିର୍ଦେଶ ଦେଇଥିଲେ l

4. ନମ୍ବର ଦାବୀରେ ଶିକ୍ଷା ଅଧିକାର ଆଇନ ଅନୁଯାଇ 25% ମାଗଣା ସିଟରେ ଆଡ଼ମିସନ ପାଇଁ ମାନ୍ୟବର ମନ୍ତ୍ରୀଙ୍କୁ ଧନ୍ୟବାଦ ପ୍ରଦାନ କରାଯାଇଥିଲା l ପୁଣିଥରେ ପାରଦର୍ଶୀ ପୋର୍ଟାଲ ଖୋଲି ଖାଲି ପଡିଥିବା 21000 ସିଟରେ ଆଡ଼ମିସନ ପାଇଁ ଅପେକ୍ଷା କରିଥିବା ପିଲାଙ୍କୁ ପୁଣିଥରେ ଆଡ଼ମିସନ କରି ବାକୁ ଦାବୀ ଜଣା ଯାଇଥିଲା ତlଛଡା ଏହି ସ୍କିମରେ ଦିଲ୍ଲୀ ଓ ଛତିଶଗଡ ରାଜ୍ୟ ଭଳି ଅଷ୍ଟମ ରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ସାମିଲ କରିବାକୁ ମହାସଂଘ ଦାବୀ ଜଣାଇଥିଲା l ମାନ୍ୟବର ମନ୍ତ୍ରୀ ଯଦି ପିଲାମାନେ ଏହି ସ୍କିମରେ ଆଡ଼ମିସନ ପାଇଁ ପ୍ରକୃତରେ ଅପେକ୍ଷା କରିଥିବେ ତେବେ ପୋର୍ଟାଲ ଖୋଲିବାକୁ ବ୍ୟବସ୍ଥା କରାଯାଉ ବୋଲି ନିର୍ଦେଶ ଦେଇଥିଲେ l

5. ବିନା ସ୍ୱୀକୃତିରେ ଚାଲୁଥିବା ବେଆଇନ ସ୍କୁଲ ବନ୍ଦ ସହ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବୀ ଉପରେ ଆଲୋଚନା ସମୟରେ ଯେଉଁ ପ୍ରାଇଭେଟ ସ୍କୁଲ ମାନେ ସ୍ୱୀକୃତି ପାଇଁ ଆଦୌ ଆବେଦନ ନ କରି ଓ ବିନା ସ୍ୱୀକୃତିରେ ଦୀର୍ଘ ବର୍ଷ ଧରି ବେଆଇନ ଭାବେ ସ୍କୁଲ ଚଲାଉଛନ୍ତି ସେମାନଙ୍କ ବିରୁଦ୍ଧରେ ଥାନାରେ ଏଫ ଆଇ ଆର ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ବିଭାଗ୍ୟୟ ଅଧିକାରୀ ମାନଙ୍କୁ ନିର୍ଦେଶ ଦେଇଥିଲେ l

6. 2013 ନିର୍ଦେଶ ଅନୁଯାଇ ସର୍ବସାଧାରଣଙ୍କ ପଇସା ନେଇ ଶହ ଶହ କୋଟି ଟଙ୍କା କାରବାର କରୁଥିବାରୁ ପ୍ରାଇଭେଟ ସ୍କୁଲ ମାନଙ୍କୁ ଏକ ସ୍ୱତନ୍ତ୍ର ଅଡିଟ କରାଯାଉ ବୋଲି ଦାବୀ ଉପରେ ଯେଉଁ ପ୍ରାଇଭେଟ ସ୍କୁଲ ରୁ ଅଭିଭାବକ ମାନଙ୍କ ତରଫରୁ ଅଭିଯୋଗ ଆସିବ ସେହି ସ୍କୁଲ ରେ ସ୍ୱତନ୍ତ୍ର ଅଡିଟ ହେବ ବୋଲି ମାନ୍ୟବର ମନ୍ତ୍ରୀ କହିଥିଲେ l

7. ପ୍ରାଇଭେଟ ସ୍କୁଲରେ ଏକାଦଶ ଶ୍ରେଣୀରେ ରେ ପୁଣି ଥରେ ଆଡ଼ମିସନ କରି 2 ରୁ 3 ଲକ୍ଷ ଟଙ୍କା ଆଡ଼ମିସନ ଫିସ ନେଇ ଅଭିଭାବକ ମାନଙ୍କୁ ଶୋଷଣ କରୁଥିବାରୁ 11 କ୍ଲାସ ଆଡ଼ମିସନ ସେହି ସ୍କୁଲ ରେ କ୍ଲାସ ପ୍ରମୋସନ ଆଧାରରେ ସେହି ସ୍କୁଲ ପିଲାଙ୍କୁ ସୁପ୍ରିମ କୋର୍ଟଙ୍କ ପରାମର୍ଶ ଅନୁଯାଇ ଆଡ଼ମିସନ କରାଯିବା ଦାବୀ ଉପରେ ତୁରନ୍ତ କାର୍ଯ୍ୟକାରୀ କରିବାକୁ ମାନ୍ୟବର ମନ୍ତ୍ରୀ ନିର୍ଦେଶ ଦେଇଥିଲେ l ପୂର୍ବରୁ ବହୁବାର ଏହି ସବୁ ଦାବୀ ନେଇ ବିଭିନ୍ନ ଆଲୋଚନା ହୋଇଥିଲେ ବି କୌଣସି ସୁଫଳ ନମିଳିବାରୁ ବାଧ୍ୟ ହୋଇ ମହାସଂଘ ମନ୍ତ୍ରୀଙ୍କ ଘର ଆଗରେ ଆମରଣ ଅନଶନ ଭଳି ଚରମ ନିଷ୍ପତ୍ତି ନେଇଥିଲା l

ସେହି ଦିନର ନିଷ୍ପତ୍ତି ଅନୁଯାଇ ଆଜି ଦିନ 1:45 ସମୟରେ ସମସ୍ତ ବିଭାଗୀୟ ଅଧିକାରୀ ଓ ସଚିବ ଉପସ୍ଥିତ ରହି ମନ୍ତ୍ରୀ ଙ୍କ ଲୋକସେବା ଭବନ କାର୍ଯ୍ୟାଳୟ ରେ ଏ ସଂକ୍ରାନ୍ତରେ ଆଲୋଚନା ନେଇ ଲୋକସେବା ଭବନ ରେ ମନ୍ତ୍ରୀଙ୍କ ଦପ୍ତରରେ ଆଲୋଚନା ହେବ ବୋଲି ମନ୍ତ୍ରୀ ମହାସଂଘ ଅଧକ୍ଷ ବାସୁଦେବ ଭଟ୍ଟଙ୍କୁ କରିଥିବା ଚିଠି ଅନୁଯାଇ ଆଜି ଆଲୋଚନା ହୋଇଥିଲା l

ଏଥିରେ ମହାସଂଘ ଅଧକ୍ଷ ବାସୁଦେବ ଭଟ୍ଟ, ସହ ଅଧକ୍ଷ ପ୍ରସନ୍ନ ବିଷୋୟୀ, ଭୁମୋହନ ପଟନାୟକ, କୋଷାଧ୍ୟକ୍ଷ ସତ୍ୟଜିତ ଦାସ ଯୋଗ ଦେଇ ଥିଲେ l ମହାସଂଘ ପକ୍ଷରୁ ରାଜ୍ୟରେ ଘରୋଇ ସ୍କୁଲର ସମସ୍ୟା ସମାଧାନ, ଅଭିଯୋଗ ଶୁଣାଣି ତଥା ସୁପରିଚାଳନା ପାଇଁ ଏକ ସ୍ୱତନ୍ତ୍ର ନିର୍ଦେଶାଳୟ ସ୍ଥାପନ ପାଇଁ ଦାବୀ ଉପସ୍ଥାପନା କରାଯାଇଥିଲା l ଏହି ଦାବୀ ଉପରେ ସରକାରୀ ସ୍ତରରେ ଏକ ବୈଠକ ନିଆଯାଇ ପଦକ୍ଷେପ ନେବେ ବୋଲି ମାନ୍ୟବର ମନ୍ତ୍ରୀ ପ୍ରତିଶୃତି ଦେଇଥିଲେ l ଆଜିର ଆଲୋଚନା ସକାରାତ୍ମକ ହୋଇଛି ଓ ଆଗାମୀ ଦିନରେ ଏଥିରୁ ଅନେକ ସଫଳତା ମିଳିବ ବୋଲି ମହାସଂଘ ଅଧକ୍ଷ ବାସୁଦେବ ଭଟ୍ଟ କହିଛନ୍ତି l

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ୱାର୍ଡ ମେମ୍ବରଙ୍କ ମାନବିକତା, ଦୁସ୍ଥ କବିଙ୍କୁ ସାହାଯ୍ୟ

ୱାର୍ଡ ମେମ୍ବରଙ୍କ ମାନବିକତା, ଦୁସ୍ଥ କବିଙ୍କୁ ସାହାଯ୍ୟ

March 14, 2026
ଆନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ନାଟକ ଖାଣ୍ଟି ସୁନା

ଆନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ନାଟକ ଖାଣ୍ଟି ସୁନା

March 14, 2026
Empreo Announces “Empro Carnival”: A Spectacular Multi-Day Automotive Extravaganza in Bhubaneswar

Empreo Announces “Empro Carnival”: A Spectacular Multi-Day Automotive Extravaganza in Bhubaneswar

March 14, 2026
Mobile Creches Calls for “Sneha Mandals”A Multi-Sector Partnerships to Expand Quality Childcare in Odisha

ମୋବାଇଲ କ୍ରେଚେସ୍‌ ଓଡ଼ିଶାରେ ଗୁଣାତ୍ମକ ଶିଶୁ ଯତ୍ନକୁ ସମ୍ପ୍ରସାରିତ କରିବାକୁ ଏକ ବହୁ-କ୍ଷେତ୍ରୀୟ ସହଭାଗୀତା ‘ସ୍ନେହ ମଣ୍ଡଳସ୍‌’ ନିମନ୍ତେ ଆହ୍ୱାନ ଦେଉଛି

March 14, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ୱାର୍ଡ ମେମ୍ବରଙ୍କ ମାନବିକତା, ଦୁସ୍ଥ କବିଙ୍କୁ ସାହାଯ୍ୟ

ୱାର୍ଡ ମେମ୍ବରଙ୍କ ମାନବିକତା, ଦୁସ୍ଥ କବିଙ୍କୁ ସାହାଯ୍ୟ

March 14, 2026
ଆନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ନାଟକ ଖାଣ୍ଟି ସୁନା

ଆନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ନାଟକ ଖାଣ୍ଟି ସୁନା

March 14, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version