No Result
View All Result
ଅକ୍ଟୋବର ୧ରୁ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହେବ ; ଗାଡ଼ି ବିରୋଧରେ ଇ-ଚାଲାଣ ଜାରି କରାଯିବ ଏବଂ ୫ ହଜାର କିମ୍ବା ୧୦ ହଜାର ଟଙ୍କା ଜୋରିମାନା କରାଯିବ ।
ଓଡ଼ିଶା ତାଜା ନ୍ୟୁଜ (୨୦ ସେପ୍ଟେମ୍ବର ମଙ୍ଗଳବାର ) ଭୁବନେଶ୍ୱର :- ଅପରାଧ ତଥା ଗାଡ଼ି ଚୋରି ରକିବା ଲାଗି କେନ୍ଦ୍ର ସରକାର ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ବ୍ୟବହାରକୁ ଗୁରୁତ୍ବ େଦଇଥିଲେ । ଏ ଦିଗରେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦେଶ ପରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ତତ୍ପରତା ପ୍ରକାଶ କରିଥିଲେ । ୨୦୧୯ ପରଠାରୁ ବିକ୍ରି ହେଉଥିବା ଯାନରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ଲଗାଇବା ବାଧ୍ୟତାମୂଳକ କରାଯାଇଥିଲା । ଯେଉଁମାନେ ୨୦୧୯ ପୂର୍ବରୁ ଯାନ କ୍ରୟ କରିଥିଲେ ପର୍ଯ୍ୟାୟକ୍ରମେ ଚଳିତ ବର୍ଷ ଡିସେମ୍ବର ୩୧ ସୁଦ୍ଧା ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ଲଗାଇବାକୁ ସମୟ ଧାର୍ଯ୍ୟ କରାଯାଇଛି । ଯେଉଁ ଗାଡ଼ିର ନମ୍ବର ୧, ୨, ୩ ଓ ୪ରେ ଶେଷ ହେଉଛି ହେପ୍ଟେମ୍ବର ୩୦ ସୁଦ୍ଧା ନମ୍ବର ପ୍ଲେଟ୍ ବଦଳାଇବାକୁ ସମୟ ଧାର୍ଯ୍ୟ କରାଯାଇଥିଲା । ଅକ୍ଟୋବର ୧ରୁ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହେବ ।
ଯେଉଁମାନେ ନମ୍ବର ପ୍ଲେଟ୍ ବଦଳାଇ ନାହାନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସ୍ବରୂପ ଜୋରିମାନା କରାଯିବ ବୋଲି ପରିବହନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସୂଚନା ଅନୁସାରେ ଯଦି ନିର୍ଦ୍ଧାରିତ ତାରିଖ ମଧ୍ୟରେ ଗାଡ଼ି ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ସହିତ ପଞ୍ଜୀକରଣ ନହୁଏ, ତେବେ ଗାଡ଼ି ବିରୋଧରେ ଇ-ଚାଲାଣ ଜାରି କରାଯିବ ଏବଂ ୫ ହଜାର କିମ୍ବା ୧୦ ହଜାର ଟଙ୍କା ଜୋରିମାନା ଆଦାୟ କରାଯିବ । ଏଯାବତ ସମୁଦାୟ ୧୦,୬୫,୩୧୨ ଯାନ ମାଲିକ ସ୍ଲଟ୍ ବୁକ୍ କରିଛନ୍ତି । ଯେଉଁଥିରୁ ୫,୯୩,୭୧୭ ଗାଡ଼ିରେ ନମ୍ବର ପ୍ଲେଟ୍ ଲଗାଯାଇ ସାରିଲାଣି । ତେଣୁ ଅକ୍ଟୋବର ଶେଷ ସୁଦ୍ଧା ୧, ୨, ୩ ଓ ୪ ନମ୍ବର ଥିବା ଗାଡ଼ିର ସ୍ଲଟ୍ ବୁକିଂ ପାଇଁ ଅନଲାଇନରେ ସୁବିଧା ରହିଥିବା ବେଳେ, ଅକ୍ଟୋବର ୩୧ରୁ ପରବର୍ତ୍ତୀ ଶେଷ ନମ୍ବର ଥିବା ଗାଡ଼ି ପାଇଁ ସ୍ଲଟ୍ ବୁକିଂ ଆରମ୍ଭ ହେବ ।
ଯେଉଁ ଗାଡ଼ିର ନମ୍ବର ପ୍ଲେଟ୍ ୧, ୨ କିମ୍ବା ୩, ୪ରେ ଶେଷ ହେଉଛି, ସେହି ଗାଡ଼ିରେ ନୂଆ ନମ୍ବର ପ୍ଲେଟ୍ ଲଗାଇବାର ଶେଷ ତାରିଖ ରହିଛି ସେପ୍ଟେମ୍ବର ୩୦ ତାରିଖ । ସେହିଭଳି ଯେଉଁ ଗାଡ଼ିର ନମ୍ବର ୫ ଓ ୬ରେ ଶେଷ ହେଉଛି, ସେଥିପାଇଁ ଅକ୍ଟୋବର ୩୧ ଶେଷ ତାରିଖ ରହିଛି । ୭ ଓ ୮ରେ ଶେଷ ହେଉଥିବା ଗାଡ଼ି ନମ୍ବର ମାଲିକମାନେ ନଭେମ୍ବର ୩୦ ସୁଦ୍ଧା ନୂଆ ନମ୍ବର ପ୍ଲେଟ୍ ଲଗାଇବେ । ସେହିପରି ୯ ଓ ୦ରେ ଶେଷ ହେଉଥିବା ଗାଡ଼ି ନମ୍ବର ଡିସେମ୍ବର ୩୧ ସୁଦ୍ଧା ନୂଆ ନମ୍ବର ପ୍ଲେଟ୍ ଲଗାଇବେ ।


No Result
View All Result