• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଉପକୂଳବର୍ତ୍ତୀ ଅଞ୍ଚଳକୁ ଅଧିକ ବିପର୍ଯ୍ୟୟ ସହନଶୀଳ କରାଯିବ

Proprietor Abhimanyu Maharana by Proprietor Abhimanyu Maharana
September 19, 2022
in ଓଡ଼ିଶା, ମହାନଗର, ହୋମ୍
0
ଉପକୂଳବର୍ତ୍ତୀ ଅଞ୍ଚଳକୁ ଅଧିକ ବିପର୍ଯ୍ୟୟ ସହନଶୀଳ କରାଯିବ
Share on FacebookShare on TwitterWhatsapp

ଲୋକମାନଙ୍କ ସହ ଆଲୋଚନା କରି ଜିବୀକା କାର୍ଯ୍ୟଯୋଜନା ପ୍ରସ୍ତୁତ କରିବାକୁ
– ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

ଓଡ଼ିଶା ତାଜା ନ୍ୟୁଜ (୧୯ ସେପ୍ଟେମ୍ବର ସୋମବାର ) ଭୁବନେଶ୍ୱର :- ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟରେ ଆରମ୍ଭ କରାଯାଇଥିବା ବିପର୍ଯ୍ୟୟ ନିରୋଧି ପ୍ରଚେଷ୍ଟାକୁ ଦୃଢ଼ିଭୁତ କରିବା ଦିଗରେ ଅନ୍ୟ ଏକ ପଦକ୍ଷେପ ଭାବେ ରାଜ୍ୟ ସରକାର ନୂତନ କାର୍ଯ୍ୟଯୋଜନା ଆରମ୍ଭ କରିଛନ୍ତି । ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମନ୍ୱିତ ଉପକୂଳ ଅଞ୍ଚଳ ପରିଚାଳନା ସୋସାଇଟିର ଷ୍ଟିଅରିଂ କମିଟିରେ ୨୬୧.୫୦ କୋଟି ଟଙ୍କା ଆକଳନର ଏହି କାର୍ଯ୍ୟଯୋଜନାକୁ ଅନୁମୋଦନ ଦିଆଯାଇଛି । ରାଜ୍ୟ ଲୋକସେବାଭବନରୁ ଡ଼ିଜିଟାଲ୍ ମୋଡରେ ଅନୁଷ୍ଠିତ ଏହି ବୈଠକରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ କାର୍ଯ୍ୟଯୋଜନା ସମ୍ବନ୍ଧିତ ଆର୍ଥିକ ଓ ପ୍ରଶାସନିକ ବିଷୟ ଆଲୋଚନା ନିମନ୍ତେ ଉପସ୍ଥାପନ କରିଥିଲେ ।

ଉପକୂଳ ଜୈବ-ବ୍ୟବସ୍ଥାର ପୁନଃସଂସ୍ଥାପନ ଏବଂ ବିପର୍ଯ୍ୟୟ ସହନଶୀଳ ଜିବୀକା ନିର୍ବାହ ପନ୍ଥାଗୁଡିକ ଉପରେ ଗୁରୁତ୍ୱ ଆରୋପ ପୂର୍ବକ ଏଥିପାଇଁ ଲକ୍ଷ୍ୟଭିତ୍ତିକ କାର୍ଯ୍ୟଯୋଜନା ପ୍ରସ୍ତୁତ କରିବାକୁ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ । ଗ୍ରାମ ସମୁଦାୟ ସହ ସିଧାସଳଖ ଆଲୋଚନା କରି ଲୋକମାନଙ୍କ ଆବଶ୍ୟକତା ଓ ସଂପୃକ୍ତ ଅଞ୍ଚଳର ସମ୍ବଳ ଅନୁସାରେ ନିରନ୍ତର ଜିବୀକା କାର୍ଯ୍ୟଯୋଜନା ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଲଗାତରଭାବେ ଜଳବାୟୁ ଜନିତ ବିପର୍ଯ୍ୟୟର ସମ୍ମୁଖୀନ ହେଉଥିବା ଗ୍ରାମମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ଏଥିରେ ସାମିଲ କରିବାକୁ ମଧ୍ୟ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ ।

ଉପକୂଳ ଅଞ୍ଚଳମାନଙ୍କରେ ମଙ୍ଗଳାଯୋଡ଼ି ଓ ଭିତରକନିକା ପରି ଅଧିକ ଇକୋ-ଟୁରିଜିମ୍ ଯୋଗ୍ୟ ସ୍ଥାନଗୁଡିକୁ ଚିହ୍ନଟ କରି ଗ୍ରାମ ସମୁଦାୟ ମାଧ୍ୟମରେ ସେଗୁଡିକର ବିକାଶ କରିବା ପାଇଁ ଶ୍ରୀ ମହାପାତ୍ର ଜଙ୍ଗଲ ଓ ପରିବେଶ ଏବଂ ପର୍ଯ୍ୟଟନ ବିଭାଗଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସେହି ସ୍ଥାନଗୁଡିକରେ ବୋଟିଂ, ବନ୍ୟଜନ୍ତୁ ଦର୍ଶନ ଓ ଫୁଡ଼କୋର୍ଟ ଆଦିର ସୁବିଧା କରିବା ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ । ଏହା ସ୍ଥାନୀୟ ଲୋକମାନଙ୍କ ପାଇଁ ଏକ ନିରନ୍ତର ଜିବୀକା ପନ୍ଥା ଉନ୍ମୁକ୍ତ କରିବ ବୋଲି ମୁଖ୍ୟ ଶାସନ ସଚିବ କହିଥିଲେ ।  ଉପକୂଳ ଅଞ୍ଚଳରେ ହେନ୍ତାଳ ବଣର ଘନତା ଏବଂ ସମୁଦ୍ର ଘାସ ଆଦି ବୃଦ୍ଧି କରିବା ନିମନ୍ତେ ଶ୍ରୀ ମହାପାତ୍ର କହିଥିଲେ । ଏହା ଲୁଣା ଜୁଆର ଏବଂ ସାମୁଦ୍ରିକ ବାତ୍ୟାର ପ୍ରଭାବକୁ ଅନେକାଂଶରେ ନିୟନ୍ତ୍ରଣ କରିବ ।

ସୋସାଇଟିର ପ୍ରକଳ୍ପ ନିର୍ଦ୍ଦେ ଶକ ଶ୍ରୀ ସୁଶାନ୍ତ ନନ୍ଦ ଜଣାଇଥିଲେ ଯେ ଏହି ଯୋଜନା ଚଳିତ ବର୍ଷରୁ ଆରମ୍ଭ ହୋଇ ୨୦୨୬-୨୭ ବର୍ଷ ମଧ୍ୟରେ ପୂର୍ଣ୍ଣାଙ୍ଗ ହେବ । ମୁଖ୍ୟତଃ ବାଲେଶ୍ୱର ଜିଲ୍ଲାର ତଳସାରୀ, କେନ୍ଦ୍ରାପଡାର ଭିତରକନିକା, ଗଂଜାମର ବାହୁଡା ଓ ଚିଲିକା ଏବଂ ପୁରୀ ଜିଲ୍ଲାର ଦେବୀ ମୁହାଣ ଓ ଚିଲିକା ଆଦି ଅଂଚଳ ଏଥିରେ ସାମିଲ ହେବ । ୩୩୯ ଗ୍ରାମ ପଂଚାୟତ ଏବଂ ୫ ଟି ବନ୍ୟଖଣ୍ଡ ଅନ୍ତର୍ଗତ ପ୍ରାୟ ୩,୭୫,୩୨୧ ହେକ୍ଟର ଉପକୂଳ ଅଂଚଳକୁ ପ୍ରାକୃତିକ ବିପର୍ଯ୍ୟୟ ସହନଶୀଳ କରାଯିବ । ଏଥିରେ ପ୍ରାକୃତିକ ବିପର୍ଯ୍ୟୟ ସହନଶୀଳ କୃଷି ଏବଂ ନୂଆ ଜିବୀକା ପନ୍ଥା ସୃଷ୍ଟି କରି ଳୋକମାନଙ୍କୁ ଅଧିକ ସାହସୀ ଏବଂ ଆତ୍ମନିର୍ଭରଶୀଳ କରାଯିବ ।

ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ, ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ବିଶାଳ କୁମାର ଦେବ, ପର୍ଯ୍ୟଟନ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସୁରେନ୍ଦ୍ର କୁମାର, ପରିବେଶ ନିର୍ଦ୍ଦେଶକ ଶ୍ରୀ ସୁଶାନ୍ତ କୁମାର ନନ୍ଦଙ୍କ ସମେତ ସଂପୃକ୍ତ ବିଭାଗର ବରିଷ୍ଠ ଅଧିକାରୀମାନେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । 

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ପୁରୀ ଆନ୍ତର୍ଜାତୀୟ ବିମାନ ବନ୍ଦର କୁ ବିରୋଧ : ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର

ପୁରୀ ଆନ୍ତର୍ଜାତୀୟ ବିମାନ ବନ୍ଦର କୁ ବିରୋଧ : ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର

April 30, 2026
ଅବକାରୀ ବିଭାଗକୁ ମିଳିଛି ବଡ ସଫଳତା ୧୮ କୁଇଣ୍ଟାଲ ଭାଙ୍ଗ ସହ ପିକଅପ୍ ଜବତ, ଜଣେ ଗିରଫ

ଅବକାରୀ ବିଭାଗକୁ ମିଳିଛି ବଡ ସଫଳତା ୧୮ କୁଇଣ୍ଟାଲ ଭାଙ୍ଗ ସହ ପିକଅପ୍ ଜବତ, ଜଣେ ଗିରଫ

April 30, 2026
ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଜନ ଆକ୍ରୋଶ ମହିଳା ସମାବେଶ

ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଜନ ଆକ୍ରୋଶ ମହିଳା ସମାବେଶ

April 30, 2026
ବାରଖମାରେ ନୂତନ ପଞ୍ଚାୟତ କାର୍ଯ୍ୟାଳୟ ନିର୍ମାଣ ନେଇ ପଞ୍ଚାୟତ ବାସୀଙ୍କ ବିରୋଧ

ବାରଖମାରେ ନୂତନ ପଞ୍ଚାୟତ କାର୍ଯ୍ୟାଳୟ ନିର୍ମାଣ ନେଇ ପଞ୍ଚାୟତ ବାସୀଙ୍କ ବିରୋଧ

April 30, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ପୁରୀ ଆନ୍ତର୍ଜାତୀୟ ବିମାନ ବନ୍ଦର କୁ ବିରୋଧ : ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର

ପୁରୀ ଆନ୍ତର୍ଜାତୀୟ ବିମାନ ବନ୍ଦର କୁ ବିରୋଧ : ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର

April 30, 2026
ଅବକାରୀ ବିଭାଗକୁ ମିଳିଛି ବଡ ସଫଳତା ୧୮ କୁଇଣ୍ଟାଲ ଭାଙ୍ଗ ସହ ପିକଅପ୍ ଜବତ, ଜଣେ ଗିରଫ

ଅବକାରୀ ବିଭାଗକୁ ମିଳିଛି ବଡ ସଫଳତା ୧୮ କୁଇଣ୍ଟାଲ ଭାଙ୍ଗ ସହ ପିକଅପ୍ ଜବତ, ଜଣେ ଗିରଫ

April 30, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version