No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୮ ସେପ୍ଟେମ୍ବର ରବିବାର ) ଭୁବନେଶ୍ୱର :- ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସାଂଗଠନିକ ନିର୍ବାଚନ ଅଧିକାରୀ (ପିଆରଓ) ତଥା ସାଂସଦ ଶ୍ରୀ ନିରୋଜ ଡାଙ୍ଗିଙ୍କ ଅଧ୍ୟକ୍ଷତାରେ ନବନିର୍ବାଚିତ ପିସିସି ପ୍ରତିନିଧି ମାନଙ୍କର ଏକ ବୈଠକ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଦିନ ୩ ଘଟିକା ସମୟରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ରାଜ୍ୟର ସମସ୍ତ ନବ ନିର୍ବାଚିତ ପିସିସି ପ୍ରତିନିଧିମାନେ ଉପସ୍ଥିତ ରହିଥିଲେ । ଶ୍ରୀ ଡାଙ୍ଗି ସମସ୍ତ ପ୍ରତିନିଧି ମାନଙ୍କୁ ଶୁଭେଚ୍ଛା ଜଣାଇବା ସହ କଂଗ୍ରେସ ସଂଗଠନକୁ ସୁଦୃଢ଼ କରିବାପାଇଁ ଆହ୍ୱାନ ଦେଇଥିଲେ ।
ପ୍ରଦେଶ କଂଗ୍ରେସର ପୂର୍ବତନ ସଭାପତି ଶ୍ରୀ ଜୟଦେବ ଜେନା ପିସିସି ସଭାପତି,ଉପସଭାପତି, କୋଷାଧକ୍ଷ ଓ ପ୍ରଦେଶ କଂଗ୍ରେସ କମିଟିର କାର୍ଯ୍ୟନିର୍ବାହି ସଦସ୍ୟ, ଅଖିଳ ଭାରତ କଂଗ୍ରେସ କମିଟିର ସଦସ୍ୟ ପ୍ରଦେଶ କଂଗ୍ରେସ ନିର୍ବାଚନ କମିଟିର ସଦସ୍ୟ ମାନଙ୍କୁ ଅଖିଳ ଭାରତ କଂଗ୍ରେସ କମିଟି ଅଧ୍ୟକ୍ଷା ମନୋନୀତ କରିବାପାଇଁ ଏକ ପ୍ରସ୍ତାବ ଆଗତ କରିଥିଲେ । ଏହି ପ୍ରସ୍ତାବକୁ ପୂର୍ବତନ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ, ଶ୍ରୀ ପ୍ରସାଦ ହରିଚନ୍ଦନ, ସୁଶ୍ରୀ ସୁଶିଳା ତିରିଆ, ଡା. ରାମଚନ୍ଦ୍ର ଖୁଂଟିଆ, ମାନ୍ୟବର ବିଧାୟକ ସୁରେଶ କୁମାର ରାଉତରାୟ, ତାରା ପ୍ରସାଦ ବାହିନୀପତି ଏବଂ ସନ୍ତୋଷ ସିଂ ସାଲୁଜା ପ୍ରସ୍ତାବକୁ ସମର୍ଥନ କରିଥିଲେ ।
ସମସ୍ତ ନବନିର୍ବାଚିତ ପିସିସି ପ୍ରତିନିଧିମାନେ ହାତଟେକି ପୂର୍ଣ୍ଣ ସର୍ବସମ୍ମତ ସମର୍ଥନ ଜଣାଇଥିଲେ । ଏହି ପ୍ରସ୍ତାବକୁ ସର୍ବସମ୍ମତିକ୍ରମେ ଗୃହୀତ ହେଲା ବୋଲି ଶ୍ରୀ ଡାଙ୍ଗି ଘୋଷଣା କରିଥିଲେ । ଏହି ସଭାରେ ସାଂଗଠନିକ ଅତିିରିକ୍ତ ନିର୍ବାଚନ ଅଧିକାରୀ ଅମିତାଭ ଚକ୍ରବର୍ତି, ସଂନ୍ଦିପ ସିଂ, ଓଡ଼ିଶା ପ୍ରଭାରୀ ତଥା ସାଂସଦ ଡା. ଏ ଚେଲ୍ଲା କୁମାର, ଓଡ଼ିଶା ସହ ପ୍ରଭାରୀ ତଥା ଏଆଇସିସି ସଂପାଦକ ଶ୍ରୀ ଜି ରୁଦ୍ର ରାଜୁ ଉପସ୍ଥିତ ଥିଲେ । ଶ୍ରୀମତୀ ସସ୍ମିତା ବେହେରା ସସସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।


No Result
View All Result