No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୭ ସେପ୍ଟେମ୍ବର ଶନିବାର ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଅଡବା ଥାନା ଭଙ୍ଗା ଘଟଣାରେ ଆଜି ସ୍ଥାନୀୟ ପୋଲିସ ସେହି ଗ୍ରାମରେ ଚଡାଉ କରି ଉକ୍ତ ଘଟଣାରେ ସମ୍ପୃକ୍ତ ଥିବା ସାତ ଜଣ ଆସାମଙ୍କୁ ଗିରଫ କରିଛି । ଆଜି ମୋହନା ଥାନା ପରିସର ମଧ୍ୟରେ ଗଜପତି ଆରକ୍ଷୀ ଅଧିକ୍ଷକ ଜୟରାମ ଶତପଥୀ ଏକ ସାମ୍ବାଦିକ ସମ୍ମିଳନୀ କରି ପ୍ରକାଶ କରିଛନ୍ତି କି ଗତ ତେର ତାରିଖ ଦିନ ଅକସ୍ମାତ କେତକ ଲୋକ ଥାନା ମଧ୍ୟରେ ଧସେଇ ପଶି ଥାନା ଭାଙ୍ଗିବା ସହ ଅସବାଵ ପତ୍ର କମ୍ପୁଟର ଭଙ୍ଗା ରୁଜା ସହ ସରକାରୀ ସମ୍ପତି ନଷ୍ଟ କରିବା ସଙ୍ଗେ ପୋଲିସ କର୍ମଚାରୀ ଙ୍କ ନିଜସ୍ୱ ସାମଗ୍ରୀ ନଷ୍ଟ ସହ ପୋଲିସ କୁ ଆକ୍ରମଣ କରିବା ଘଟଣା ରେ ମୋହନା ବ୍ଲକ ଅନ୍ତର୍ଗତ ଅଡବା ଥାନା ଅଞ୍ଚଳର ସୁନିଏଲ ମଣ୍ଡଳ, ପରି ଭୂୟାଁ, ରେଙ୍ଗି ରଇତ, ଡାନିଏଲ ଭୂୟାଁ , ଲାଜର ରଇତ, ରାମ୍ବକ ଯାନୀ ,ଜୟନ୍ ରାଇକାଙ୍କୁ ଦଫା -/147/148/294/323/324/ 332/ 341/ 307/ 353/437/ 506/120(b)ଧାରା ଅନୁସାରେ ଗିରଫ କରାଯାଇଛି ବୋଲି ପ୍ରକାଶ କରିଛନ୍ତି ଗଜପତି ଏସ.ପି.ଜୟରାମ ଶତପଥୀ ।
ଏହି ସାମ୍ବାଦିକ ସମ୍ମିଳନୀ ସମୟରେ ଡି. ଏସ. ପି., ରାଜ କିଶୋର ଦାସ ଏବଂ ଆର. ଉଦୟଗିରି ଏସ.ଡି. ପି. ଓ. ଦିଲ୍ଲୀପ କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ।ଏହା ସହ ଏହି ଘଟଣା ରେ ଯେଉଁମାନେ ସଂପୃକ୍ତ ଥିବା ତଦନ୍ତ ରୁ ଜଣାପଡେ ତେବେ ଆଇନ ଅନୁଯାୟୀ ସେମାନଙ୍କ ବିରୁଦ୍ଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଏସ.ପି.ଶ୍ରୀ ଶତପଥୀ।ଅଡବା ଥାନା କେସ ନମ୍ବର ୧୧୧/22ଅନୁଯାଇ କେସ ରୁଜୁ ହୋଇଥିବା ଜଣାପଡିଛି।ବର୍ତ୍ତମାନ ଥାନା କଡା ସୁରକ୍ଷା ବଳୟ ମଧ୍ୟରେ ଥିବା ବେଳେ ଥାନା କାର୍ଯ୍ୟ ସୁଚାରୁରୂପେ ସମ୍ପାଦନ ହେଉଥିବା ପ୍ରକାଶ।
No Result
View All Result