• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ରାଜ୍ୟରେ ଲଢ଼େଇ ହେଉଛି “ବିଜେପି ବନାମ ଅନ୍ୟ ଦଳ”: ଗୋଲକ ମହାପାତ୍ର

Proprietor Abhimanyu Maharana by Proprietor Abhimanyu Maharana
September 17, 2022
in ଓଡ଼ିଶା, ପୁରୀ, ମହାନଗର, ହୋମ୍
0
ରାଜ୍ୟରେ ଲଢ଼େଇ ହେଉଛି “ବିଜେପି ବନାମ ଅନ୍ୟ ଦଳ”: ଗୋଲକ ମହାପାତ୍ର
Share on FacebookShare on TwitterWhatsapp

ପୁରୀଠାରେ ଚାଲିଥିବା ୩ ଦିନିଆ ପ୍ରଶିକ୍ଷଣ ଶିବିର ଉଦ୍‌ଯାପିତ

1. ୨୦୨୪ ମସିହା ସାଧାରଣ ନିର୍ବାଚନରେ ବିଜେପିର ଜୟଲାଭ ପାଇଁ ରୋଡମ୍ୟାପ ପ୍ରସ୍ତୁତ

2. ରାଜ୍ୟ ସଭାପତି ସମୀର ମହାନ୍ତି, କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ରାଧାମୋହନ ସିଂହ ପ୍ରମୁଖଙ୍କ ସତ୍ର ଅନୁଷ୍ଠିତ

3. ଉଦ୍‌ଯାପନ ସତ୍ରରେ ଅଭିଭାଷଣ ରଖିଲେ ରାଷ୍ଟ୍ରୀୟ ସାଧାରଣ ସଂପାଦକ (ସଂଗଠନ) ଶ୍ରୀ ବି. ଏଲ୍ ସନ୍ତୋଷ ଜୀ

4. ପ୍ରଶିକ୍ଷଣ ଶିବିରରେ ରାଜ୍ୟର ସାଂପ୍ରତିକ ରାଜନୈତିକ ପରିସ୍ଥିତି ଏବଂ ପାର୍ଟିର ସାଂଗଠନିକ ପ୍ରସଙ୍ଗରେ ବିସ୍ତୃତ ଆଲୋଚନା

ଓଡ଼ିଶା ତାଜା ନ୍ୟୁଜ (୧୭ ସେପ୍ଟେମ୍ବର ଶନିବାର ) ପୁରୀ/ଭୁବନେଶ୍ୱର :- ରାଜ୍ୟରେ ଛିଣ୍ଡୁଥିବା ଦଳ ହେଉଛି ବିଜେଡି ଏବଂ ବଢ଼ୁଥିବା ଦଳ ହେଉଛି ବିଜେପି । ୨୦୨୪ ମସିହାରେ ଓଡ଼ିଶାରେ ଶାସନ କ୍ଷମତାକୁ ଆସିବ ବିଜେପି । ଏଥିପାଇଁ ଖସଡା ପ୍ରସ୍ତୁତ ହୋଇଛି ଏବଂ ସମସ୍ତ କାର୍ଯ୍ୟକର୍ତାଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ମୋଦି ସରକାରଙ୍କ ଗତ ୮ବର୍ଷ ଶାସନରେ ସମସ୍ତ ଜନକଲ୍ୟାଣକାରୀ ଯୋଜନାର ସୁଫଳକୁ ଲୋକଙ୍କ ପାଖରେ ପହଂଚାଇବା ସହିତ ଦୀର୍ଘ ୨୩ବର୍ଷ ଧରି ନିରୁଙ୍କଶ ଶାସନ କ୍ଷମତାରେ ଥିବା ଶାସକ ବିଜେଡିର ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୁଦ୍ଧରେ ଆଗାମୀ ଦିନରେ ଆନ୍ଦୋଳନ ଓ ଅଭିଯାନକୁ ଆହୁରି ଅଧିକ ଶାଣିତ କରାଯିବ ।

ବୁଥ୍ ସ୍ତରରେ ସଂଗଠନକୁ ଅଧିକ ସଶକ୍ତ କରି ଆଗାମୀ ନିର୍ବାଚନରେ ବିଜେପିର ରୋଡମ୍ୟାପ ପ୍ରସ୍ତୁତ କରାଯାଇଛି ବୋଲି ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ଗୋଲକ ମହାପାତ୍ର କହିଛନ୍ତି । ପୁରୀଠାରେ ଗତ ୧୩ ତାରିଖଠାରୁ ଆରମ୍ଭ ହୋଇଥିବା ତିନି ଦିନିଆ ପ୍ରାଦେଶିକ ପ୍ରଶିକ୍ଷଣ ଶିବିର ଆଜି ଉଦ୍‌ଯାପିତ ହୋଇଛି । ୧୫ଟି ସତ୍ର ବିଶିଷ୍ଟ ଏହି ପ୍ରଶିକ୍ଷଣ ଶିବିରରେ ଆଜି ୪ଟି ସତ୍ର ଅନୁଷ୍ଠିତ ହୋଇଥିଲା । ଆଜିର ପ୍ରଥମ ତଥା ୧୨ତମ ସତ୍ରରେ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ‘ରାଜ୍ୟ ବିଜେପି’ର ଜୟଲାଭ ପାଇଁ ରୋଡମ୍ୟାପ ଏବଂ ଆଗାମୀ ଦିନରେ କାର୍ଯ୍ୟପନ୍ଥା ଉପରେ ବିସ୍ତୃତ ଆଲୋଚନା କରିଥିଲେ ।

ମୋଦି ସରକାରଙ୍କ ପରିମାଣଦାୟୀ ନୀତି ପ୍ରସଙ୍ଗର କେନ୍ଦ୍ରମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଆଲୋଚନା କରିଥିବାବେଳେ ପୂର୍ବତନ କେନ୍ଦ୍ର କୃଷିମନ୍ତ୍ରୀ ଶ୍ରୀ ରାଧାମୋହନ ସିଂହ ମୋଦି ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ନୀତିକୁ ନେଇ ଆଲୋଚନା କରିଥିଲେ । ଶେଷ ତଥା ଉଦ୍‌ଯାପନ ସତ୍ରରେ ରାଷ୍ଟ୍ରୀୟ ସାଧାରଣ ସଂପାଦକ(ସାଂଗଠନ) ଶ୍ରୀ ବି.ଏଲ୍ ସନ୍ତୋଷ ଯୋଗ ଦେଇ ପାର୍ଟିର ସଂଗଠନକୁ ସୁଦୃଢ଼ କରିବା ପାଇଁ ଗୁରୁମନ୍ତ୍ର ଦେଇଥିଲେ । ପ୍ରଶିକ୍ଷଣ ଶିବିରରେ ଆଲୋଚନା ହୋଇଥିବା ବିଭିନ୍ନ ପ୍ରସଙ୍ଗ ଏବଂ ବିଷୟ ସମ୍ପର୍କରେ ସୂଚନା ଦେଇ ଶ୍ରୀ ମହାପାତ୍ର କହିଛନ୍ତି ଯେ, ରାଜ୍ୟର ସାଂପ୍ରତିକ ରାଜନୈତିକ ପରିସ୍ଥିତି ଏବଂ ପାର୍ଟିର ସଂଗଠନ ସଂପର୍କରେ ଗତ ୩ ଦିନ ଧରି ପର୍ଯ୍ୟାୟକ୍ରମେ ବିସ୍ତୃତଭାବେ ଆଲୋଚନା କରାଯାଉଛି ।

ଏହି ପ୍ରଶିକ୍ଷଣ ଶିବିରରେ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତିଙ୍କ ସମେତ ସମସ୍ତ ସାଂସଦ, ବିଧାୟକ, ରାଜ୍ୟ ପଦାଧିକାରୀ, କାର୍ଯ୍ୟକାରିଣୀ ସଦସ୍ୟ, ଜିଲ୍ଲା ସଭାପତିମାନେ ଯୋଗ ଦେଇଥିଲେ । ଗ୍ରାମସଭାକୁ ବନ୍ଦ କରି ପଂଚାୟତର ବିକାଶ ପାଇଁ ମୋଦି ପଠାଉଥିବା ବ୍ୟାପକ ଅର୍ଥକୁ ହରିଲୁଟ୍ କରି ବିଭିନ୍ନ କେନ୍ଦ୍ରୀୟ ଜନକଲ୍ୟାଣକାରୀ ଯୋଜନାର ସୁଫଳରୁ ରାଜ୍ୟବାସୀଙ୍କୁ ବଂଚିତ କରି ରାଜ୍ୟରେ ଶାସକ ବିଜେଡି ଜନବିରୋଧୀ ମାନସିକତାକୁ ପ୍ରମାଣିତ କରିଛି । ଅନ୍ୟପଟେ ରାଜ୍ୟ ସରକାରଙ୍କ ବିରୋଧରେ ଥିବା ଜନାଦେଶକୁ ଶାସକ ବିଜେଡି ହୀନଚକ୍ରାନ୍ତ ଜରିଆରେ ଦମନ କରିଚାଲିଛି ।

ବିଜେପି ସପକ୍ଷରେ ଥିବା ଜନମତକୁ ଶାସନ କ୍ଷମତାର ଅପବ୍ୟବହାର କରି ଚାପି ଦିଆଯାଉଛି । ୨୦୧୪ମସିହା ବିଧାନସଭା ନିର୍ବାଚନରେ ୧୮ ପ୍ରତିଶତ ଭୋଟ ପାଇଥିବା ବିଜେପିର ଭୋଟ୍ ହାର ବୃଦ୍ଧି ପାଇ ୨୦୧୯ ମସିହାରେ ୩୨ ପ୍ରତିଶତକୁ ପଂହଚିଛି । ସେହିପରି ୨୦୧୪ ବିଧାନସଭା ନିର୍ବାଚନରେ ବିଜେପି ୧୪ ପ୍ରତିଶତ ଅଧିକ ଭୋଟ୍ ପାଇଥିବାବେଳେ ବିଜେଡି ପାଇଛି ମାତ୍ର ୨ ପ୍ରତିଶତ ଅଧିକ । ସେହିପରି ୨୦୧୪ ମସିହା ଲୋକସଭା ନିର୍ବାଚନରେ ବିଜେପି ୨୧.୫ ପ୍ରତିଶତ ଭୋଟ ପାଇଥିବାବେଳେ ୨୦୧୯ ମସିହାରେ ୪୨.୮୦ ପ୍ରତିଶତ ଭୋଟ୍ ପାଇଛି । ଲୋକସଭା ନିର୍ବାଚନରେ ୨୦୧୪ ତୁଳନାରେ ୨୦୧୯ ମସିହାରେ ବିଜେପି ପାଇଛି ୧୬.୮ ପ୍ରତିଶତ ଭୋଟ ଅଧିକ ।

କିନ୍ତୁ ବିଜେପିର ଭୋଟ୍ ପ୍ରତିଶତ ୧.୩% ହ୍ରାସ ପାଇଛି । ଗତ ପଂଚାୟତ ନିର୍ବାଚନରେ ବିଜେଡିର ବହୁ ଅପଚେଷ୍ଟା ସତ୍ୱେ ବିଜେପି ୭୧ଲକ୍ଷ ଭୋଟ୍ ପାଇବାରେ ସକ୍ଷମ ହୋଇଛି । କ୍ରମାଗତ ଭାବେ ବିଜେପିର ଭୋଟ ବଢ଼ୁଥିବାବେଳେ ବିଜେଡିର ଭୋଟ୍ କମୁଛି । ବିଜେପିର ଲୋକପ୍ରିୟତା ବୃଦ୍ଧିରେ ହତୋତ୍ସାହ ହୋଇପଡ଼ିଥିବା ଶାସକ ବିଜେଡିର ନେତା ଓ ମନ୍ତ୍ରୀମାନେ ବିଭିନ୍ନ ଦୁର୍ନୀତି, ଅପରାଧ, ଭ୍ରଷ୍ଟାଚାର, ମହିଳା ହିଂସାର ସଂପୃକ୍ତ ଥିବା ବାରମ୍ବାର ପ୍ରମାଣିତ ହୋଇଛି । ମୂଳ ଦାୟୀତ୍ୱରୁ ଓହରି ଯାଉ ଶାସକ ବିଜେଡିର ମୁଖିଆ । ଛୋଟ ଛୋଟ ପୁରସ୍କାର ଆଳରେ ନିଜକୁ ନିଜେ ସମ୍ବର୍ଦ୍ଧିତ କରୁଛନ୍ତି ଏବଂ ରାଜ୍ୟବାସୀଙ୍କୁ ବିଭ୍ରାନ୍ତ କରିବାର ପ୍ରୟାସ କରୁଛନ୍ତି । ଏହା ଅତ୍ୟନ୍ତ ଲଜ୍ଜ୍ୟାଜନକ ଏବଂ ଓଡିଶାବାସୀ ଆଗାମୀ ଦିନରେ ନିଶ୍ଚିତ ଜବାବ ଦେବେ ।

ରାଜ୍ୟ ରାଜନୀତିର ନିମ୍ନଗାମୀ ପାଇଁ ବିଜେଡି ସମ୍ପୂର୍ଣ୍ଣଦାୟୀ । କେନ୍ଦ୍ରୀୟ ଯୋଜନାର ବ୍ୟାପକ ବାଟମାରଣା ହେଉଥିବାବେଳେ ମହିଳା ସଶକ୍ତିକରଣ ବାହାସ୍ପୋଟରେ ପରିଣତ ହୋଇଛି । ମୋଦିଙ୍କ ଲୋକପ୍ରିୟତା ୯୨ ପ୍ରତିଶତ ଥିବାବେଳେ ବର୍ତମାନ ରାଜ୍ୟରେ ‘ବିଜେପି ବନାମ ଅନ୍ୟ ଦଳ’ ଲଢ଼େଇ ହେଉଛି ବୋଲି କହିବା ସହିତ ଆଗାମୀ ଦିନରେ ବିଧାନସଭା ବାହାରେ ଓ ଭିତରେ ଏବଂ ରାଜରାସ୍ତାରେ ଶାସକ ବିଜେଡିର କୁଶାସନ ବିରୁଦ୍ଧରେ ଆନ୍ଦୋଳନକୁ ଆହୁରୀ ତିବ୍ରତର କରାଯିବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି । ଉଦ୍‌ଯାପନ ଅବସରରେ ଶିବିର ପରିଚାଳନା ଦାୟିତ୍ୱରେ ଥିବା ସମସ୍ତ କାର୍ଯ୍ୟକର୍ତା, ପୁରୀ ଜିଲ୍ଲା ସଭାପତି ଶ୍ରୀ ଆଶ୍ରିତ ପଟ୍ଟନାୟକ, ପୁରୀ ବିଧାୟକ ଶ୍ରୀ ଜୟନ୍ତ ଷଡଙ୍ଗୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ପ୍ରଭଞ୍ଜନ ମହାପାତ୍ରଙ୍କ ସମେତ ଜିଲ୍ଲାର କାର୍ଯ୍ୟକର୍ତାଙ୍କୁ ଧନ୍ୟବାଦ ପ୍ରଦାନ କରାଯାଇଥିଲା ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ତିନିରଥର ସିଂହାସନ ବେଦୀ ନିର୍ମାଣ ଶେଷ ପର୍ଯ୍ୟାୟରେ : ବେଦୀରେ ପଟା ପଡ଼ିବା କାର୍ଯ୍ୟ ଜାରୀ

ତିନିରଥର ସିଂହାସନ ବେଦୀ ନିର୍ମାଣ ଶେଷ ପର୍ଯ୍ୟାୟରେ : ବେଦୀରେ ପଟା ପଡ଼ିବା କାର୍ଯ୍ୟ ଜାରୀ

June 28, 2026
ଭାରତର ସର୍ବବୃହତ ଆନିମେସନ୍‌ ଟ୍ରେଲର ଉନ୍ମୋଚନ ସହିତ ମହାପ୍ରଭୁ ଜଗନ୍ନାଥ ଇତିହାସ ରଚିଲେ

ଭାରତର ସର୍ବବୃହତ ଆନିମେସନ୍‌ ଟ୍ରେଲର ଉନ୍ମୋଚନ ସହିତ ମହାପ୍ରଭୁ ଜଗନ୍ନାଥ ଇତିହାସ ରଚିଲେ

June 28, 2026
ପୁନଃଅବସ୍ଥାପିତ ହେଲେ ବରିଷ୍ଠ ଅଧ୍ୟାପକ ଡ଼ ବାନାମ୍ବର ପୃଷ୍ଟି

ପୁନଃଅବସ୍ଥାପିତ ହେଲେ ବରିଷ୍ଠ ଅଧ୍ୟାପକ ଡ଼ ବାନାମ୍ବର ପୃଷ୍ଟି

June 28, 2026
ରାଜସୁନାଖଳା ଫାଣ୍ଡିରେ ଯୋଗ ଦେଲେ ନୂତନ ଅଧିକାରୀ

ରାଜସୁନାଖଳା ଫାଣ୍ଡିରେ ଯୋଗ ଦେଲେ ନୂତନ ଅଧିକାରୀ

June 28, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ତିନିରଥର ସିଂହାସନ ବେଦୀ ନିର୍ମାଣ ଶେଷ ପର୍ଯ୍ୟାୟରେ : ବେଦୀରେ ପଟା ପଡ଼ିବା କାର୍ଯ୍ୟ ଜାରୀ

ତିନିରଥର ସିଂହାସନ ବେଦୀ ନିର୍ମାଣ ଶେଷ ପର୍ଯ୍ୟାୟରେ : ବେଦୀରେ ପଟା ପଡ଼ିବା କାର୍ଯ୍ୟ ଜାରୀ

June 28, 2026
ଭାରତର ସର୍ବବୃହତ ଆନିମେସନ୍‌ ଟ୍ରେଲର ଉନ୍ମୋଚନ ସହିତ ମହାପ୍ରଭୁ ଜଗନ୍ନାଥ ଇତିହାସ ରଚିଲେ

ଭାରତର ସର୍ବବୃହତ ଆନିମେସନ୍‌ ଟ୍ରେଲର ଉନ୍ମୋଚନ ସହିତ ମହାପ୍ରଭୁ ଜଗନ୍ନାଥ ଇତିହାସ ରଚିଲେ

June 28, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version