ଆଗାମୀ ଦିନରେ ଲୋକଙ୍କ ମୈାଳିକ ଅସୁବିଧାକୁ ଦୂରିଭୂତ କରିବା ପାଇଁ ବିକାଶର ଆଲୋଚନା ନିହାତି ଜରୁରୀ – ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ

ନୟାଗଡ଼ ବ୍ଲକର କ୍ଷେତ୍ରୀବରପୁର, ବଳଭଦ୍ରପୁର, ତୁଳସୀପୁର, କଳାହାଣ୍ଡି ଓ ଘଡ଼ୁଆଳ ଗାଁକୁ ଯାମୈାଳିକ ସୁବିଧାବିକାଶ ପାଇଁ ବିଧାୟକ ଆଲୋଚନା କରିଛନ୍ତି ।

ଓଡ଼ିଶା ତାଜା ନ୍ୟୁଜ (୧୫ ସେପ୍ଟେମ୍ବର ଗୁରୁବାର ) ନୟାଗଡ଼ :- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶା ବିକାଶ ପଥର ଆଗେଇ ଚାଲିଛି । ପ୍ରତିଟି ଗାଁକୁ ରାସ୍ତା, ପ୍ରତ୍ୟେକ ଘରକୁ ପିଇବା ପାଣିର ବ୍ୟବସ୍ଥା ହୋଇଛି । ଆଗାମୀ ଦିନରେ ଲୋକଙ୍କ ମୈାଳିକ ସୁବିଧାକୁ ଦୂରିଭୂତ କରିବା ପାଇଁ ଆହୁରି ଅନେକ ବିକାଶ ମୂଳକ କାର୍ଯ୍ୟ କରାଯିବାର ଯୋଜନା ରହିଛି । ଏହି ବିକାଶ ପାଇଁ ଆଲୋଚନା ନିହାତି ଜରୁରୀ ବୋଲି ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ କହିଛନ୍ତି ।

ସମସ୍ୟା ଏବଂ ଏହାର ସମାଧାନ ପାଇଁ ବରିଷ୍ଠଙ୍କ ଅଭିଜ୍ଞତାକୁ ପାଥେୟ କରିବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି । ନୟାଗଡ଼ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନୟାଗଡ଼ ବ୍ଲକର ବିଭିନ୍ନ ଗାଁ ଗ୍ରସ୍ତ କରି ଲୋକଙ୍କ ସମସ୍ୟା ଶୁଣିବା ସହ ଏହାର ସମାଧାନ ପାଇଁ ଆବଶ୍ୟକ ଥିବା ପଦକ୍ଷେପ ସମ୍ପର୍କରେ ଲୋକଙ୍କ ସହ ଆଲୋଚନା କରି ନୟାଗଡ଼ ବିଧାୟକ ଏଭଳି ମତ ଦେଇଛନ୍ତି । ନୟାଗଡ଼ ବ୍ଲକର କ୍ଷେତ୍ରୀବରପୁର, ବଳଭଦ୍ରପୁର, ତୁଳସୀପୁର, କଳାହାଣ୍ଡି ଓ ଘଡ଼ୁଆଳ ଗାଁକୁ ଯାଇ ବିଧାୟକ  ଲୋକଙ୍କ ମୌଳିକ ସୁବିଧା ବିଷୟରେ ଆଲୋଚନା କରିଛନ୍ତି ।

ଲୋକ ସମ୍ପର୍କ ରକ୍ଷା କରିବା ଏବଂ ସେମାନଙ୍କ ସହ ଯୋଡ଼ି ହେବା ପାଇଁ ଜନପ୍ରତିନିଧିମାନେ ଉଦ୍ୟମ କରିବା ଆବଶ୍ୟକ ବୋଲି ମଧ୍ୟ କହିଛନ୍ତି । ବିଧାୟକଙ୍କ ସହ ନୟାଗଡ଼ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ଉପାଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ସାହୁ, ଜିଲ୍ଲା ପରିଷଦ ସଦସ୍ୟ କ୍ଷୀରୋଦ ମହାପାତ୍ର, ସୁବାଷ ଚନ୍ଦ୍ର କହଁର, ସରୋଜ ରଣସିଂ, ଆଶିଷ ଅଗ୍ରୱାଲ ଏବଂ ବିଡିଓ ପଦ୍ମଚରଣ ସାହୁ ପ୍ରମୂଖ ସାମିଲ ହୋଇଥିଲେ । ପ୍ରତ୍ୟେକ ପଞ୍ଚାୟତ ସରପଞ୍ଚ ଓ ସମିତିସଭ୍ୟ ମାନେ ଉପସ୍ଥିତ ରହିଥିଲେ ।