• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଦେଶ

ଭାରତ ମଧ୍ୟରେ ଭାରତୀୟ କମ୍ପାନୀ ମାନଙ୍କୁ ପ୍ରୋତ୍ସାହନ ଦିଆଯିବାକୁ ସି. ଇ. ଏ.ଆଇର ଦାବି

Proprietor Abhimanyu Maharana by Proprietor Abhimanyu Maharana
September 14, 2022
in ଦେଶ, ମହାନଗର, ହୋମ୍
0
ଭାରତ ମଧ୍ୟରେ ଭାରତୀୟ କମ୍ପାନୀ ମାନଙ୍କୁ ପ୍ରୋତ୍ସାହନ ଦିଆଯିବାକୁ ସି. ଇ. ଏ.ଆଇର ଦାବି
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ (୧୪ ସେପ୍ଟେମ୍ବର ବୁଧବାର )ନୂଆଦିଲ୍ଲୀ :-  ଆତ୍ମନିର୍ଭର ଭାରତର ସ୍ବପ୍ନକୁ ସାକାର କରିବା ଅଭିପ୍ରାୟରେ ଭାରତ ମଧ୍ୟରେ ଭାରତୀୟ କମ୍ପାନୀ ଗୁଡ଼ିକୁ ଆବଶ୍ୟକୀୟ ପ୍ରୋତ୍ସାହନ ଯୋଗାଇ ଦିଆଯିବାକୁ କନସଲଟିଂ ଇଞ୍ଜିନିୟରସ ଆସୋସିଏସନ୍ ଅଫ ଇଣ୍ଡିଆ (ସି. ଇ. ଏ. ଆଇ) ଦାବି ଉପସ୍ଥାପନ କରିଛି। ଭାରତୀୟ ପେଶାଦାର ଯନ୍ତ୍ରୀ ମାନଙ୍କର ଅସାଧାରଣ ଯୋଗ୍ୟତା ଏବଂ କୁଶଳୀ ଦକ୍ଷତାକୁ ଉଚିତ ପ୍ରାଧାନ୍ୟ ଦିଆଯାଇ ଆନ୍ତର୍ଜାତିକସ୍ତରରେ ସେମାନଙ୍କ ପାଇଁ ନିଷ୍ପକ୍ଷ ପ୍ରତିଯୋଗିତା ଏବଂ ସମାନ ସୁଯୋଗ ଉପଲବ୍ଧ କରାଇବାକୁ ସି. ଇ. ଏ. ଆଇ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛି। ଭାରତ ସରକାରଙ୍କର ବାଣିଜ୍ୟ ମନ୍ତ୍ରାଳୟ ଅଧିନସ୍ଥ ସର୍ଭିସ୍ ଏକ୍ସପୋର୍ଟ ପ୍ରମୋସନ୍ କାଉନସିଲ (ଏସ. ଇ. ପି. ସି) ଏବଂ କାଉନସିଲ ଅଫ ଆର୍କିଟେକ୍ଚରର ସହଯୋଗରେ ନିକଟରେ ନୂଆଦିଲ୍ଲୀ ଠାରେ ସି. ଇ. ଏ. ଆଇ ଦ୍ଵାରା ଆୟୋଜିତ ଗ୍ଲୋବାଲ ବିଜିନେସ କନକ୍ଲେଭ୍ ରେ ସାରା ଦୁନିଆରେ ନିଜର ପ୍ରତିଭା ଓ ପାରଦର୍ଶିତା ପ୍ରଦର୍ଶନ ପୂର୍ବକ ବିଶ୍ଵ ସ୍ତରୀୟ ପ୍ରକଳ୍ପ ମାନ ପ୍ରସ୍ତୁତ କରି ସୁନାମ ଅର୍ଜନ କରୁଥିବା ଭାରତୀୟ ପେଶାଦାରୀ ଯନ୍ତ୍ରୀ ମାନଙ୍କର ମହାନତା ଓ ମହତ୍ତ୍ଵ ହିଁ ପ୍ରଧାନ ଆକର୍ଷଣର କେନ୍ଦ୍ରବିନ୍ଦୁ ଥିଲା ।

ସମ୍ମିଳନୀରେ ନିର୍ମାଣ ଓ ଡିଜାଇନ୍ କନସଲଟାନ୍ସି ତଥା ଯାନ୍ତ୍ରିକ, ସ୍ଥାପତ୍ୟ ଏବଂ ପରିବେଶ ସେବା ଦିଗରେ କାର୍ଯ୍ୟରତ ଭାରତୀୟ କମ୍ପାନୀ ଗୁଡ଼ିକର ରପ୍ତାନିର ମାତ୍ରାକୁ ବୃଦ୍ଧି କରାଯିବା ଦିଗରେ ଏକ “ଆକ୍ସନ ପ୍ଲାନ୍” ପ୍ରସ୍ତୁତ କରିବା ପାଇଁ ବ୍ୟାପକ ଭାବେ ବିଚାରବିମର୍ଷ କରାଯାଇଥିଲା।ବିଶେଷକରି ବିଶ୍ଵର ତିନି ପ୍ରତିଶତ ଜିଡିପିକୁ ଅକ୍ତିଆର କରିଥିଲେ ମଧ୍ୟ ଏବେବି ଲୋକ ଲୋଚନର ଆଢୁଆଳରେ ରହିଥିବା ନିର୍ମାଣ କ୍ଷେତ୍ର ଉପରେ ଯଥେଷ୍ଟ ଗୁରୁତ୍ବ ଆରୋପ କରାଯାଇଥିଲା।ସମାବେଶରେ ସ୍ୱାଗତ ଭାଷଣ ପ୍ରଦାନ କରି ମୁଖ୍ୟ ଆୟୋଜକ ଓ ସି. ଇ. ଏ. ଆଇ ର ସଭାପତି ଡକ୍ଟର ଅଜୟ ପ୍ରଧାନ, ଭାରତୀୟ ଯନ୍ତ୍ରୀ ମାନଙ୍କ ନିକଟରେ ପୃଥିବୀର ଯେକୌଣସି କୋଣରେ ଯେତେବି ଦୂରୁହ ପ୍ରକଳ୍ପକୁ ସଫଳତାର ସହିତ କାର୍ଯ୍ୟକାରୀ କରିବା ପାଇଁ ଅଭିଜ୍ଞତା ଓ ବିଶେଷଜ୍ଞତା ମହଜୁଦଥିବା ନେଇ ଦମ୍ଭ ପ୍ରକାଶ କରିଥିଲେ। ଯେତେବେଳେ ଭାରତୀୟ ଯନ୍ତ୍ରୀ ମାନେ ଆଣବିକ ଶକ୍ତି କାରଖାନା, ମହାକାଶ ଷ୍ଟେସନ ଏବଂ ମେଟ୍ରୋ ରେଳ ଆଦି ସ୍ଥାପନା କରି ସେମାନଙ୍କର ଆପାର ଦକ୍ଷତାର ପ୍ରମାଣ ଦେଇ ସାରିଛନ୍ତି,

ସେହି ପରିପ୍ରେକ୍ଷୀରେ ଏବେବି ନାଳ, ନର୍ଦ୍ଦମା ତଥା ମେଟ୍ରୋ ରେଳ ନିର୍ମାଣ ପାଇଁ ବିଦେଶୀ ମଲ୍ଟି ନ୍ୟାସନାଲ କମ୍ପାନୀ(ଏମ. ଏନ.ସି) ମାନଙ୍କୁ ଅନୁଗ୍ରହ ପ୍ରଦାନ କରାଯାଉଥିବା ନେଇ ଡକ୍ଟର ପ୍ରଧାନ ଆଶ୍ଚର୍ଯ୍ୟ ପ୍ରକାଶ କରିଥିଲେ। ଦେଶ ମଧ୍ୟରେ ଭାରତୀୟ ଯନ୍ତ୍ରୀ ଏବଂ ଦେଶୀ କମ୍ପାନୀ ଗୁଡ଼ିକୁ ଉତ୍ସାହିତ କରାଯିବା ତଥା ଘରୋଇ ଯନ୍ତ୍ରୀଙ୍କ ସେବାର ରପ୍ତାନିକୁ ବଢ଼ାଇବା ପାଇଁ କେନ୍ଦ୍ର ସରକାର ନୀତିଗତ ଭାବେ ନିଷ୍ପତ୍ତି ନେବାକୁ ଡଃ ପ୍ରଧାନ ପରାମର୍ଶ ଦେଇଥିଲେ। ଆଲୋଚନାରେ ଅଂଶଗ୍ରହଣ କରି ଭାରତ ସରକାରଙ୍କର ବରିଷ୍ଠ ପ୍ରଶାସକ ଏବଂ ବିଶିଷ୍ଟ କୂଟନୀତିଜ୍ଞ ମାନେ ଭାରତୀୟ ବ୍ରାଣ୍ଡକୁ ବିଶ୍ଵ ଦରବାରରେ ପ୍ରଚାର, ପ୍ରସାର ଓ ଲୋକପ୍ରିୟ କରିବାରେ ଲାଗିଥିବାରୁ ସି. ଇ. ଏ. ଆଇର ଭୂରିଭୂରି ପ୍ରଶଂସା କରିଥିଲେ। ସାରା ବିଶ୍ବରେ ସେବା କେନ୍ଦ୍ରିକ ରପ୍ତାନିକୁ ବୃଦ୍ଧି କରିବା ନେଇ ଭାରତୀୟ ସେବା ଯୋଗାଣକାରୀ ସଂସ୍ଥା ମାନଙ୍କ ନିକଟରେ ଭରପୂର ଅବସର ରହିଥିବା ସେମାନେ ସୂଚାଇଥିଲେ ।

ମଧ୍ୟପ୍ରାଚ୍ୟ, ଆଫ୍ରିକା, ସି. ଆଇ.ଏସ ଦେଶ ସମୂହ ଏବଂ ଏସିଆ ମହାଦେଶରେ ଏନେଇ ଭାରତର ଉପସ୍ଥିତିକୁ ଅଧିକ ପ୍ରଭାବୀ କରାଯିବାକୁ ସେମାନେ ମତ ପ୍ରକାଶ କରିଥିଲେ। ଭାରତ ଇଣ୍ଟର ଆମେରିକାନ ଡେଭଲପମେଣ୍ଟ ବ୍ୟାଙ୍କ(ଆଇ. ଏ. ଡି. ବି) ର ସଦସ୍ୟତା ଗ୍ରହଣ କରିବାକୁ ସେମାନେ ଉପଦେଶ ଦେଇଥିଲେ। ଏହି ସଦସ୍ୟତା ଦ୍ଵାରା ସୁଦୀର୍ଘ ଏବଂ ଏବେବି ଅଜଣା ଲାଟିନ ଆମେରିକୀୟ ବଜାରରେ ଆଇ. ଏ. ଡି. ପିର ପାଣ୍ଠି ନିବେଶ ହେଉଥିବା ବ୍ୟାପାର କ୍ଷେତ୍ରରେ ଭାରତୀୟ କମ୍ପାନୀ ଗୁଡ଼ିକୁ ବ୍ୟବସାୟିକ ଲାଭ ମିଳିବ ବୋଲି ସେମାନେ ଆଶାପୋଷଣ କରିଥିଲେ।ଆନ୍ତର୍ଜାତିକ ବିଡିଂ କ୍ଷେତ୍ରରେ ପ୍ରି କ୍ୱାଲିଫିକେସନ୍ ଏବଂ ଜଏଣ୍ଟ ଭେଞ୍ଚର୍ ଆଦି ପ୍ରାବଧାନକୁ କୋହଳ କରାଯାଇ ଭାରତୀୟ ଭିତ୍ତିଭୂମି ବିକାଶ ପ୍ରକଳ୍ପ ଗୁଡ଼ିକର ନିର୍ମାଣ ଦିଗରେ ଦେଶୀ କମ୍ପାନୀ ଗୁଡ଼ିକୁ ଅଗ୍ରାଧିକାର ଦିଆଯିବାକୁ ସରକାରୀସ୍ତରରେ ଆଶୁ ପଦକ୍ଷେପ ଗ୍ରହଣ କରାଯିବାପାଇଁ ଅତିଥି ବକ୍ତା ମାନେ ମତପୋଷଣ କରିଥିଲେ। ଯଦି ଦେଶ ମଧ୍ୟରେ ଭାରତୀୟ କମ୍ପାନୀ ଗୁଡ଼ିକୁ ବ୍ୟବସାୟ କରିବାକୁ ସୁବିଧା ସୁଯୋଗ ଦିଆ ନ ଯାଏ ତେବେ ଭାରତ ଗ୍ଲୋବାଲ ଲିଡର ବନିବାର ଯୋଜନା ସାର୍ଥକ ହେବା ନେଇ ସେମାନେ ଆଶଙ୍କା ପ୍ରକାଶ କରିଥିଲେ।

ସେବା ପ୍ରଦାନ କ୍ଷେତ୍ରରେ ୨୦୦ କୋଟି ଟଙ୍କା ପର୍ଯ୍ୟନ୍ତ ପ୍ରକଳ୍ପକୁ କେବଳ ଜାତୀୟ ସ୍ତରରେ ବିଡ଼ିଂ କରାଯିବା ନେଇ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ସେମାନେ ସ୍ୱାଗତ ଜଣାଇଥିଲେ। ତେବେ ଏହି ନିର୍ଣ୍ଣୟକୁ ଫଳପ୍ରସୁ ଓ ପ୍ରଭାବଶାଳୀ କରାଯିବା ପାଇଁ ସର୍ବଶେଷ ହିତାଧିକାରକୁ ଦୃଷ୍ଟିରେ ରଖି ଭାରତୀୟ କମ୍ପାନୀର ସଜ୍ଞାକୁ ଅଧିକ ସ୍ପଷ୍ଟ କରାଯିବାକୁ ସେମାନେ ଜୋର୍ ଦେଇଥିଲେ ।  ସମ୍ମିଳନୀର ବିଭିନ୍ନ ଅଧିବେଶନରେ ଉଦବୋଧନ ପ୍ରଦାନ କରିଥିବା ଅତିଥି ବକ୍ତା ମାନଙ୍କ ମଧ୍ୟରେ ଡଃ ଅଭୟ ସିହ୍ନା, ଅମିତ୍ ଶର୍ମା, ପ୍ରଫେସର୍ ଅଭିଜିତ ସିରୋଦଗର, ଚକ୍ରେସ ଜୈନ, ସେନ୍ଥିଲ୍ ନାଥନ.ଏସ, ବିଶ୍ୱାସ ଜୈନ, କେ. କେ କପିଳା, ସରୋଜ ଖୁଣ୍ଟିଆ, ରଜନୀକାନ୍ତ ଅଗ୍ରୱାଲ, ସମ୍ରାଟ ସେନଗୁପ୍ତା, ୟାଶାସ ଭାଣ୍ଡ, ଏମ. କେ. ସୁନିଲ, ରଜନୀଶ ଚୋପ୍ରା, ରାଜୀବ ରାୟ, ପଙ୍କଜ କୁମାର ସିଂହ, ସନ୍ଦୀପ ଏସ ଚୌହାନ, ଡଃ ଧିରଜ କୁମାର ସିଂହ, ଡଃ ରାଜଶେଖର ଆର୍.ମାଥୁର ଓ ଯୋଗେଶ କୁମାର ମିଶ୍ର ପ୍ରମୁଖ ଅନ୍ତର୍ଭୁକ୍ତ ଥିଲେ।

ଅନଲାଇନ୍ ଯୋଗେ ବୈଠକ କୁ ସମ୍ବୋଧନ କରିଥିବା ବିଶିଷ୍ଟ ଅତିଥି ମାନଙ୍କ ମଧ୍ୟରେ ଉଜବେକିସ୍ତାନରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ମନିଶ ପ୍ରଭାତ, ସିଙ୍ଗାପୁର ରୁ ଭାରତୀୟ ହାଇକମିସନର ପି.କୁମାରନ, ବ୍ରାଜିଲରେ କାର୍ଯ୍ୟରତ ଭାରତୀୟ ରାଷ୍ଟ୍ରଦୂତ ସୁରେଶ କେ.ରେଡ୍ଡୀ, ତାଞ୍ଜାନିଆରୁ ଭାରତୀୟ ହାଇକମିସନର ବିନୟ ଶ୍ରୀକାନ୍ତ ପ୍ରଧାନ ଏବଂ ଜାପାନରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ସଞ୍ଜୟ କୁମାର ବର୍ମା ସାମିଲ ଥିଲେ। ପରିତୋଷ ଗୁପ୍ତା, ଅମିତ ଶର୍ମା ଏବଂ ଯଦୁବେନ୍ଦ୍ର ମାଥୁର ବୈଷୟିକ ଅଧିବେଶନ ଗୁଡ଼ିକୁ ସୁଚାରୁ ରୂପେ ସଞ୍ଚାଳନ କରିଥିଲେ।

ଉଦଘାଟନୀ ଅଧିବେଶନ ଶେଷରେ ଭାସ୍କର ନିୟୋଗି ଧନ୍ୟବାଦ ଅର୍ପଣ କରିଥିଲେ। ସଭାରେ ଉପସ୍ଥିତ ଥିବା ସରକାରୀ କର୍ମକର୍ତ୍ତା ମାନେ ଭାରତୀୟ କମ୍ପାନୀ ଗୁଡ଼ିକର ମୁଲଭିତ୍ତିକୁ ସୁଦୃଢ କରାଯାଇ ସେମାନଙ୍କର ରପ୍ତାନି ର ମାତ୍ରାକୁ ବୃଦ୍ଧି କରାଯିବା ନେଇ ସେମାନେ ସଂପୂର୍ଣ୍ଣ ସାହାଯ୍ୟ, ସହଯୋଗ ଓ ସମର୍ଥନ ଯୋଗାଇ ଦେବେ ବୋଲି ନିର୍ଭର ପ୍ରତିଶ୍ରୁତି ପ୍ରଦାନ କରିଥିଲେ। ଏହି ଅବସରରେ ସୁଯୋଗ୍ୟ ଯନ୍ତ୍ରୀମାନଙ୍କୁ ସେମାନଙ୍କର ଉଲ୍ଲେଖନୀୟ ପେଶାଦାରୀ ଯୋଗଦାନ ପାଇଁ ସି. ଇ.ଏ.ଆଇ ଇଞ୍ଜିନୟରିଂ ଏକ୍ସଲେନ୍ସ ପୁରସ୍କାର ପ୍ରଦାନ କରାଯାଇଥିଲା।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
VISWASS ସ୍କୁଲ୍ ଆଣ୍ଡ କଲେଜ୍ ଅଫ୍ ନର୍ସିଂ ପକ୍ଷରୁ ଚେୟାରମ୍ୟାନ୍ ଡଃ ପ୍ରଜ୍ଞାନ ରଞ୍ଜନ ଘଡ଼ାଇଙ୍କ ଉପସ୍ଥିତିରେ B.Sc. ନର୍ସିଂ ପ୍ରଥମ ଓ ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀଙ୍କ ପାଇଁ ଏକ ଆଧ୍ୟାତ୍ମିକ ଓ ପ୍ରେରଣାଦାୟକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା

September 27, 2026
କନ୍ୟା ସନ୍ତାନ ଜନ୍ମର ଖୁସି କ୍ଷଣରେ ଶୋକ

କନ୍ୟା ସନ୍ତାନ ଜନ୍ମର ଖୁସି କ୍ଷଣରେ ଶୋକ

September 27, 2026
କଳିଙ୍ଗା ଘାଟିକୁ ବିକଳ୍ପ ରାସ୍ତା ଖୋଜା : ଭୂସ୍ଖଳନ ପରେ ୪ ଦିନ ଧରି ଯାତାୟାତ ଠପ୍‌, ଘଟଣାସ୍ଥଳରେ ପରିବହନ ମନ୍ତ୍ରୀ ଓ ପ୍ରଶାସନର ଅନୁଧ୍ୟାନ

କଳିଙ୍ଗା ଘାଟିକୁ ବିକଳ୍ପ ରାସ୍ତା ଖୋଜା : ଭୂସ୍ଖଳନ ପରେ ୪ ଦିନ ଧରି ଯାତାୟାତ ଠପ୍‌, ଘଟଣାସ୍ଥଳରେ ପରିବହନ ମନ୍ତ୍ରୀ ଓ ପ୍ରଶାସନର ଅନୁଧ୍ୟାନ

September 27, 2026
ପରମ୍ପରା ଓ ଭକ୍ତିର ସଙ୍ଗମ : ଘରେ ଘରେ ଭାଗବତ ଜନ୍ମ ଉତ୍ସବ

ପରମ୍ପରା ଓ ଭକ୍ତିର ସଙ୍ଗମ : ଘରେ ଘରେ ଭାଗବତ ଜନ୍ମ ଉତ୍ସବ

September 27, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

VISWASS ସ୍କୁଲ୍ ଆଣ୍ଡ କଲେଜ୍ ଅଫ୍ ନର୍ସିଂ ପକ୍ଷରୁ ଚେୟାରମ୍ୟାନ୍ ଡଃ ପ୍ରଜ୍ଞାନ ରଞ୍ଜନ ଘଡ଼ାଇଙ୍କ ଉପସ୍ଥିତିରେ B.Sc. ନର୍ସିଂ ପ୍ରଥମ ଓ ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀଙ୍କ ପାଇଁ ଏକ ଆଧ୍ୟାତ୍ମିକ ଓ ପ୍ରେରଣାଦାୟକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା

VISWASS ସ୍କୁଲ୍ ଆଣ୍ଡ କଲେଜ୍ ଅଫ୍ ନର୍ସିଂ ପକ୍ଷରୁ ଚେୟାରମ୍ୟାନ୍ ଡଃ ପ୍ରଜ୍ଞାନ ରଞ୍ଜନ ଘଡ଼ାଇଙ୍କ ଉପସ୍ଥିତିରେ B.Sc. ନର୍ସିଂ ପ୍ରଥମ ଓ ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀଙ୍କ ପାଇଁ ଏକ ଆଧ୍ୟାତ୍ମିକ ଓ ପ୍ରେରଣାଦାୟକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା

September 27, 2026
କନ୍ୟା ସନ୍ତାନ ଜନ୍ମର ଖୁସି କ୍ଷଣରେ ଶୋକ

କନ୍ୟା ସନ୍ତାନ ଜନ୍ମର ଖୁସି କ୍ଷଣରେ ଶୋକ

September 27, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version