• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ସଂସ୍କୃତି ବିଭାଗରେ କମ୍ପ୍ୟୁଟରୀକରଣ ମାଧ୍ୟମରେ ସାଂସ୍କୃତିକ ଦଳ ପରିଚାଳନା ବ୍ୟବସ୍ଥାର : ଶୁଭାରମ୍ଭ ଏହି ବ୍ୟବସ୍ଥା କାର୍ଯ୍ୟରେ ସ୍ୱଚ୍ଛତା ଆଣିବାରେ ଅଧିକ ସହାୟକ ହେବ – ସଂସ୍କୃତି ମନ୍ତ୍ରୀ ଶ୍ରୀ ପାତ୍ର

Proprietor Abhimanyu Maharana by Proprietor Abhimanyu Maharana
September 12, 2022
in ଓଡ଼ିଶା, ମହାନଗର, ହୋମ୍
0
ସଂସ୍କୃତି ବିଭାଗରେ କମ୍ପ୍ୟୁଟରୀକରଣ ମାଧ୍ୟମରେ ସାଂସ୍କୃତିକ ଦଳ ପରିଚାଳନା ବ୍ୟବସ୍ଥାର : ଶୁଭାରମ୍ଭ ଏହି ବ୍ୟବସ୍ଥା କାର୍ଯ୍ୟରେ ସ୍ୱଚ୍ଛତା ଆଣିବାରେ ଅଧିକ ସହାୟକ ହେବ – ସଂସ୍କୃତି ମନ୍ତ୍ରୀ ଶ୍ରୀ ପାତ୍ର
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ (୧୧ ସେପ୍ଟେମ୍ବର ରବିବାର ) ଭୁବନେଶ୍ୱର :- ରାଜ୍ୟ ଓଡିଆ ଭାଷା ,ସାହିତ୍ୟ ଓ ସଂସ୍କୃତି ବିଭାଗରେ କମ୍ପୁଟରୀକୃତ ସାଂସ୍କୃତିକ ଦଳ ପରିଚାଳନା ବ୍ୟବସ୍ଥାର ଆଜି ଶୁଭାରମ୍ଭ ହୋଇଛି । ଏହି ବ୍ୟବସ୍ଥା ଫଳରେ ଏଣିକି ବିଭିନ୍ନ ଉତ୍ସବରେ ସାସ୍କୃତିକ କାର୍ଯ୍ୟକ୍ରମ ପାଇଁ ସଂସ୍କୃତି ବିଭାଗକୁ ଆବେଦନ କରୁଥିବା ଅନୁଷ୍ଠାନ ଓ ବିଭିନ୍ନ ଉତ୍ସବରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବାକୁ ଇଚ୍ଛୁକ ଥିବା ସାଂସ୍କୃତିକ ଦଳଙ୍କ ପାଇଁ ମନୋନୟନ କାର୍ଯ୍ୟ ସହଜ ହେବ । କାର୍ଯ୍ୟକ୍ରମରେ ରାଜ୍ୟ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ଅଶ୍ୱିନୀ କୁମାର ପାତ୍ର ଯୋଗଦେଇ ଆଜି ଏହି କମ୍ପୁଟରୀକୃତ ବ୍ୟବସ୍ଥାର ଶୁଭାରମ୍ଭ କରିଥିଲେ । ଏହି ବ୍ୟବସ୍ଥାରେ କମ୍ପୁଟରଯୋଗେ ଆବଶ୍ୟକ ତଥ୍ୟ ଭରିବା ପରେ କିପରି କାର୍ଯ୍ୟiଦେଶ ସ୍ୱୟଂକ୍ରିୟ ଭାବେ ସୃଷ୍ଟି ହୋଇପାରୁଛି ତାହା ଅନୁଧ୍ୟାନ କରିବା ସହ ବ୍ୟବସ୍ଥାର ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ଆବେଦନ କରିଥିବା ଆରାଧନା ନୃତ୍ୟ ଏକାଡେମୀ ,ସୁନ୍ଦରପଦା ଏବଂ କାର୍ଯ୍ୟୟକ୍ରମ ପରିବେଷଣ କରିବାକୁ ଥିବା ଓମକାର ଭଜନ ସଂଧ୍ୟା ଅନୁଷ୍ଠାନକୁ କାର୍ଯ୍ୟiଦେଶ ପ୍ରଦାନ କରି ମନ୍ତ୍ରୀ ବ୍ୟବସ୍ଥାର ଶୁଭାରମ୍ଭ କରିଥିଲେ ।

ଏହି ଅବସରରେ ମନ୍ତ୍ରୀ ଶ୍ରୀ ପାତ୍ର କହିଲେ ଯେ, ବିଜ୍ଞାନ ଓ ବୈଷୟିକ ବିଜ୍ଞାନ କ୍ଷେତ୍ରରେ ଦିନକୁ ଦିନ ବ୍ୟାପକ ପରିବର୍ତ୍ତନ ଘଟୁଛି । ଏହାର ବ୍ୟବହାର ଜାଣିବା ଏବେ ସମସ୍ତଙ୍କ ପାଇଁ ଅପରିହାର୍ଯ୍ୟ ହୋଇପଡିଛି । ସେହିପରି ସଂସ୍କୃତି ବିଭାଗରେ ସାଂସ୍କୃତିକ ଦଳ ମାନଙ୍କ ପାଇଁ ଅନ୍ ଲାଇନ୍ ବ୍ୟବସ୍ଥାରେ ବିଭିନ୍ନ କାର୍ଯ୍ୟକ୍ରମ ପରିଚାଳନା କାଗଜପତ୍ର ବ୍ୟବହାର ଓ ସମୟର କମ୍ ଉପଯୋଗ ହେବା ସାଙ୍ଗକୁ ଏହା କାର୍ଯ୍ୟରେ ସ୍ୱଚ୍ଛତା ଆଣିବାରେ ଅଧିକ ସହାୟକ ହେବ ବୋଲି ମନ୍ତ୍ରୀ ଶ୍ରୀ ପାତ୍ର କହିଥିଲେ । ଆମ ରାଜ୍ୟରେ ପ୍ରାୟ ପାଂଚ ହଜାରରୁ ଊର୍ଦ୍ଧ୍ୱ ସାଂସ୍କୃତିକ ଦଳ ବିଭାଗରେ ସେମାନଙ୍କର ଅନୁଷ୍ଠାନ ପଞ୍ଜୀକୃତ କରିଛନ୍ତି । ଉଭୟ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ଆବେଦନ କରୁଥିବା ଅନୁଷ୍ଠାନ ଓ କାର୍ଯ୍ୟକ୍ରମ ପରିବେଷଣ କରୁଥିବା ଅନୁଷ୍ଠାନମାନେ ଏହାଦ୍ୱାରା ଉପକୃତ ହେବା ସହିତ ଜନସାଧାରଣଙ୍କ ନିକଟରେ ଏହାର ସୁଫଳ ଯେପରି ନ୍ୟାୟପୂର୍ଣ୍ଣ ଉପାୟରେ ଖୁବ୍ ଶୀଘ୍ର ପହଁଚିବ, ଏହା ଉପରେ ମନ୍ତ୍ରୀ ଶ୍ରୀ ପାତ୍ର ଗୁରୁତ୍ୱାରୋପ କରିଥିଲେ ।

କାର୍ଯ୍ୟକ୍ରମରେ ଯୋଗଦେଇ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ମଧୁସୂଦନ ପାଢୀ ଯୋଗଦେଇ କହିଲେ ଯେ, ଏହି ବ୍ୟବସ୍ଥା ଅନୁସାରେ ଇଚ୍ଛୁକ ଥିବା ସାଂସ୍କୃତିକ ଅନୁଷ୍ଠାନ ମାନେ ଜିଲ୍ଲା ସଂସ୍କୃତି ଅଧିକାରୀଙ୍କ ଜରିଆରେ ସେମାନଙ୍କର ନାମ ପଞ୍ଜିକରଣ କରିଛନ୍ତି । ସାସ୍କୃତିକ ଅନୁଷ୍ଠାନମାନେ ଏକ ହଜାର ଟଙ୍କା ଦେଇ ପ୍ରଥମେ ନିଜ ଅନୁଷ୍ଠାନର ନାମ ଓ ସେମାନଙ୍କର କାର୍ଯ୍ୟiବଳୀ ସଂପର୍କରେ ଅନ୍ ଲାଇନ୍ ଯୋଗେ ପଂଜୀକରଣ କରିଛନ୍ତି । ପଂଜୀକୃତ ଅନୁଷ୍ଠାନଗୁଡିକର ନିୟମିତ ଅଡିସନ କରାଯାଉଛି । ଯୋଗ୍ୟ ବିବେଚିତ ଅନୁଷ୍ଠାନଗୁଡିକୁ କାର୍ଯ୍ୟକ୍ରମ ପରିବେଷଣ ପାଇଁ ଚୂଡାନ୍ତ ତାଲିକାରେ ରଖାଯାଉଛି ଓ ଚୟନ ହୋଇନଥିବା ଅନୁଷ୍ଠାନଗୁଡିକୁ ପରବର୍ତ୍ତୀ ସମୟରେ ଭଲ ପ୍ରଦର୍ଶନ କରିବା ପରେ ସୁଯୋଗ ରହିଛି । ଅଦ୍ୟାବଧି ପ୍ରାୟ ୧୬୦୦ରୁ ଊର୍ଦ୍ଧ୍ୱ ସାଂସ୍କୃତିକ ଅନୁଷ୍ଠାନ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ନାମ ଚୟନ ହୋଇସାରିଛି । ଏହି ବ୍ୟବସ୍ଥା ଅନୁସାରେ କ୍ରମାନ୍ୱୟରେ ଗୋଟିଏ ଅନୁଷ୍ଠାନ ବା ସାଂସ୍କୃତିକ ଦଳକୁ କାର୍ଯ୍ୟକ୍ରମ ଦିଆନଯାଇ ନିୟମିତ ଆବର୍ତ୍ତନ ଭିତ୍ତିରେ କାର୍ଯ୍ୟକ୍ରମ ଦିଆଯିବ ।

ଏହାଦ୍ୱାରା ସାଂସ୍କୃତିକ ଦଳ ପରିଚାଳନାରେ ସମାନତା, ସ୍ୱଚ୍ଛତା ଓ ସୁବିଧାଜନକ ହେବ । ଏଥି ସହିତ ଉଭୟ ଅନୁଷ୍ଠାନ ପାଇଁ ମତାମତ ସଂଗ୍ରହ ବ୍ୟବସ୍ଥା ରହିଛି । ତତ୍ ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିବା ଅନୁଷ୍ଠାନୁଗୁଡିକୁ ଶୀଘ୍ର ପ୍ରାପ୍ୟ ପ୍ରଦାନରେ ସହଜ ହେବ । ଏହି ବ୍ୟବସ୍ଥା କେବଳ ବ୍ୟକ୍ତିକୈନ୍ଦ୍ରିକ ନହୋଇ ଜନସାଧାରଣଙ୍କ ସାମଗ୍ରିକ ସୁବିଧା ପାଇଁ ସହଜ ହୋଇଛି ବୋଲି ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ପାଢୀ କହିଥିଲେ । କାର୍ଯ୍ୟକ୍ରମରେ ବିଭାଗର ନିର୍ଦ୍ଦେଶକ ଶ୍ରୀ ରଞ୍ଜନ କୁମାର ଦାସ ଯୋଗଦେଇ କହିଲେ ଯେ, ବାରମାସରେ ବିଭିନ୍ନ ସମୟରେ ଓଡିଶାରେ ପର୍ବପର୍ବାଣୀ ପାଳିତ ହେଉଥିବା ବେଳେ ବିଭିନ୍ନ ସମୟରେ ଆୟୋଜକ କମିଟିମାନେ ସଂସ୍କୃତି ବିଭାଗରୁ ସାଂସ୍କୃତିକ ଦଳ ପାଇବା ନିମନ୍ତେ ତଥ୍ୟଗତ ଅଭାବରୁ ଠିକ୍ ସମୟରେ ସୁଯୋଗ ପାଇପାରନ୍ତି ନାହିଁ । ଏହି ବ୍ୟବସ୍ଥା ଫଳରେ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ଆବେଦନକାରୀ ଅନୁଷ୍ଠାନ ଓ ସବୁ କଳାକାର କଳା ପ୍ରଦର୍ଶନର ସମାନ ସୁଯୋଗ ପାଇପାରିବେ ବୋଲି ଶ୍ରୀ ଦାସ କହିଥିଲେ ।

କାର୍ଯ୍ୟକ୍ରମରେ ଲୁମିନସ ଇନଫୋଓ୍ୱେଜ୍ର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ତନ୍ମୟ ମହାନ୍ତି ଯୋଗଦେଇ ପାୱାର ପଏଣ୍ଟ ମାଧ୍ୟମରେ ଏହି ଅନ୍ ଲାଇନ୍ କମ୍ପୁଟରୀକୃତ ସାଂସ୍କୃତିକ ଦଳ ପରିଚାଳନା ବ୍ୟବସ୍ଥା ସଂପର୍କରେ ବିଶଦ୍ ଭାବେ ବୁଝାଇଥିଲେ । ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ସୁବୋଧ କୁମାର ଆଚାର୍ଯ୍ୟ ଧନ୍ୟବାଦ ଅର୍ପଣ ପୂର୍ବକ ସ୍ୱଚ୍ଛତା ଅବଲମ୍ବନ କରି ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା ବ୍ୟବସ୍ଥା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ୫-ଟି କାର୍ଯ୍ୟକ୍ରମର ଅନ୍ତର୍ଭୁକ୍ତ ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଓଡିଆ ବିଭାଗର ଉପ ଶାସନ ସଚିବ ଶ୍ରୀ ସଂଜୟ କୁମାର ମିଶ୍ରଙ୍କ ସମେତ ସମେତ ବିଭାଗର ବିଭିନ୍ନ ଶାଖାର ଉଚ୍ଚ କର୍ତ୍ତୃପକ୍ଷ, ସମସ୍ତ ପଦାଧିକାରୀ, କର୍ମଚାରୀ, ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନର କର୍ମକର୍ତ୍ତା ଓ ଗଣମାଧ୍ୟମର ପ୍ରତିନିଧିମାନେ ଉପସ୍ଥିତ ଥିଲେ । ଓଡିଆ ଭାଷା ପ୍ରତିଷ୍ଠାନର କାର୍ଯ୍ୟକ୍ରମ ସଂଯୋଜକ ଡଃ. ଫଣୀନ୍ଦ୍ର ଭୂଷଣ ନନ୍ଦ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ବିଏମ୍ ସିର 42 ତମ କର୍ପୋରେସନ ବୈଠକ ଶେଷ

ବିଏମ୍ ସିର 42 ତମ କର୍ପୋରେସନ ବୈଠକ ଶେଷ

July 1, 2026
ଓଡ଼ିଶା ସଚିବାଳୟ ଲେଖକ ପରିଷଦର ଜୁନ ମାସର  ସାରସ୍ୱତ ଆସର ଅବସରରେ ହାତ ଲେଖା ପତ୍ରିକା ପାହାଚ ଉନ୍ମୋଚିତ

ଓଡ଼ିଶା ସଚିବାଳୟ ଲେଖକ ପରିଷଦର ଜୁନ ମାସର  ସାରସ୍ୱତ ଆସର ଅବସରରେ ହାତ ଲେଖା ପତ୍ରିକା ପାହାଚ ଉନ୍ମୋଚିତ

July 1, 2026
୯୧ ଦିନର ଅବିରତ ପଦଯାତ୍ରା : ଭକ୍ତି, ବେଦନା ଓ ଅଧିକାରର ଏକ ନୀରବ ମହାଯଜ୍ଞ

୯୧ ଦିନର ଅବିରତ ପଦଯାତ୍ରା : ଭକ୍ତି, ବେଦନା ଓ ଅଧିକାରର ଏକ ନୀରବ ମହାଯଜ୍ଞ

July 1, 2026
ପୁରୀରେ ଜିଲ୍ଲାସ୍ତରୀୟ ରେନବୋ ପ୍ରାଇଡ୍ ୱାକ୍ ସଫଳତାର ସହ ଆୟୋଜିତ

ପୁରୀରେ ଜିଲ୍ଲାସ୍ତରୀୟ ରେନବୋ ପ୍ରାଇଡ୍ ୱାକ୍ ସଫଳତାର ସହ ଆୟୋଜିତ

July 1, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ବିଏମ୍ ସିର 42 ତମ କର୍ପୋରେସନ ବୈଠକ ଶେଷ

ବିଏମ୍ ସିର 42 ତମ କର୍ପୋରେସନ ବୈଠକ ଶେଷ

July 1, 2026
ଓଡ଼ିଶା ସଚିବାଳୟ ଲେଖକ ପରିଷଦର ଜୁନ ମାସର  ସାରସ୍ୱତ ଆସର ଅବସରରେ ହାତ ଲେଖା ପତ୍ରିକା ପାହାଚ ଉନ୍ମୋଚିତ

ଓଡ଼ିଶା ସଚିବାଳୟ ଲେଖକ ପରିଷଦର ଜୁନ ମାସର  ସାରସ୍ୱତ ଆସର ଅବସରରେ ହାତ ଲେଖା ପତ୍ରିକା ପାହାଚ ଉନ୍ମୋଚିତ

July 1, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version