ପୂର୍ବତନ ଡାକ ବିଭାଗ ଅଧିକାରୀ ତଥା ନୀଳାଦ୍ରି ବିହାର ଆବାସିକ ସଂଘର କର୍ମକର୍ତା ହରିହର ଦାସଙ୍କୁ ତାଙ୍କ ଏକାଦଶାହରେ ଭାବ ବିହ୍ୱଳ ଶ୍ରଦ୍ଧାଞ୍ଜଳି

ଓଡ଼ିଶା ତାଜା ନ୍ୟୁଜ (୯ ସେପ୍ଟେମ୍ବର ଶୁକ୍ରବାର ) ଭୁବନେଶ୍ୱର :- ପୂର୍ବତନ ଡାକବିଭାଗ ଅଧିକାରୀ, ନୀଳାଦ୍ରିବିହାର ଆବାସିକ ସଂଘର ପୂର୍ବତନ କର୍ମକର୍ତା, ସମାଜସେବୀ ସ୍ୱର୍ଗତଃ ହରିହର ଦାସଙ୍କୁ ତାଙ୍କ ଏକାଦଶାହ ଅବସରରେ ଭାବବିହ୍ୱଳ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ଏହି ଉପଲକ୍ଷେ ନୀଳାଦ୍ରି ବିହାର ଦୁର୍ଗାପୂଜା ମଣ୍ଡପ ଠାରେ ବରିଷ୍ଠ ଆଇନଜିବୀ ତଥା ଆବାସିକ ସଂଘର ଉପଦେଷ୍ଟା

ମନମୋହନ ପଟ୍ଟନାୟକଙ୍କ ପୌରହିତ୍ୟରେ ଆୟୋଜିତ ଏକ ଶ୍ରଦ୍ଧାଞ୍ଜଳି ସଭାରେ ନୀଳାଦ୍ରି ବିହାର ଯୁବ ଓ ସାଂସ୍କୃତିକ ସଂଘର ସଭାପତି ଡ. ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ, ସଂପାଦକ ବିଶ୍ୱଜିତ୍ ପଟ୍ଟନାୟକ, ସାଂସ୍କୃତିକ ସଂପାଦକ ବଟକୃଷ୍ଣ ପଣ୍ଡା, ବରିଷ୍ଠ ସଭ୍ୟ ଗଦାଧର ରଥ, ନିରଞ୍ଜନ ସାହୁ, ଆବାସିକ ସଂଘର ସାଧାରଣ ସଂପାଦକ ଦେବେନ୍ଦ୍ର କୁମାର ପାତ୍ର, ସଭ୍ୟ ମିହିର କୁମାର ମିଶ୍ର.

ଅରୁଣ କୁମାର ଦେ ପ୍ରମୁଖ ଯୋଗଦେଇ ଶ୍ରଦ୍ଧା ସୁମନ ଅର୍ପଣ କରିବା ସହିତ ସ୍ୱର୍ଗତ ଆତ୍ମାର ଐଶ୍ୱରିକ ଶାନ୍ତି ପ୍ରାର୍ଥନା କରିଥିଲେ । ପ୍ରକାଶ ଥାଉକି ସ୍ୱର୍ଗତ ଦାସ ଅବସର ପରେ ନିଜକୁ ସମାଜସେବା, ବିଭିନ୍ନ ଜନକଲ୍ୟାଣ କାର୍ଯ୍ୟକ୍ରମ ସହିତ ଜଡିତ ରହିବା ସହ ମା ଦୁର୍ଗାଙ୍କର ଆବାହନରେ ଦୀର୍ଘ ୪ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି କର୍ତାଭାବେ କାର୍ଯ୍ୟ କରି ଅ ଳରେ ବେଶ୍ ସୁନାମ ଅର୍ଜନ କରିଥିଲେ ।

ତାଙ୍କ ବିୟୋଗରେ ସମାଜରେ ଏକ ଶୂନ୍ୟସ୍ଥାନ ସୃଷ୍ଟି ହେବା ସହ ଏହା ଏକ ଅପୂରଣୀୟ କ୍ଷତି ବୋଲି ଉପସ୍ଥିତ ଅତିଥିମାନେ ମତବ୍ୟକ୍ତ କରିବା ସହ ଏକ ସ୍ମୃତି କମିଟି ଗଠନ ଓ ଏକ ସ୍ମରଣିକା ପ୍ରକାଶ କରିବା ନିମନ୍ତେ ପ୍ରସ୍ତାବ ଦେଇଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଅ ଳର ବୁଦ୍ଧିଜିବୀ ତଥା ପରିବାର ଓ ଆତ୍ମୀୟ ସ୍ୱଜନ ପ୍ରମୁଖ ଉପସ୍ଥିତ ରହି

କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଏହି ଅବସରରେ ଆଧ୍ୟାତ୍ମିକ ସଂଗୀତ ପରିବେଷଣ ଓ ପ୍ରସାଦ ସେବନ ସହ ସ୍ୱର୍ଗତ ଆତ୍ମାର ସଦ୍ଗତି କାମନା କରାଯାଇଥିଲା । ଶେଷରେ ଦାସ ପରିବାର ତରଫରୁ ସମସ୍ତଙ୍କ ସଦୟ ଉପସ୍ଥିତ ପାଇଁ କୃତଜ୍ଞତା ଜ୍ଞାପନ କରାଯାଇଥିଲା ।