ଓଡ଼ିଶା ତାଜା ନ୍ୟୁଜ ( ୮ ସେପ୍ଟେମ୍ବର ଗୁରୁବାର ) ଖୋର୍ଦ୍ଧା-ଜଟଣୀ :- ପୂର୍ବତଟ ରେଳପଥ ଶ୍ରମିକ କଂଗ୍ରେସର ସାଧାରଣ ସମ୍ପାଦକ ଶ୍ରୀ ରମେଶ ଚନ୍ଦ୍ର ସାହୁ ହେଲେ ନ୍ୟାସନାଲ ଫେଡରେଶନ ଅଫ ରେଲୱେ ମେନ୍ (ଏନ ଏଫ୍ ଆଇ ଆର୍) ର ସହ ସାଧାରଣ ସମ୍ପାଦକ । ଖବର ମୁତାବକ ତେଲେଙ୍ଗାନା ରାଜ୍ୟର ସିକନ୍ଦରାବାଦରେ ଅବସ୍ଥିତ ଦକ୍ଷିଣ କେନ୍ଦ୍ରୀୟ ରେଳପଥ ଜୋନର,ରେଳ ସ୍ପୋର୍ଟସ କମ୍ପ୍ଲେକ୍ସ ଠାରେ ଆୟୋଜିତ ଏନ୍,ଏଫ୍,ଆଇ,ଆର୍ ର ତିରିଶି ତମ ଜାତୀୟ ସମ୍ମିଳନୀର ଆଜି ବୁଧବାର ଦିନ ଉଦଯାପନୀ ଦିବସରେ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ସାହୁ ସହ ସାଧାରଣ ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି । ସେହିପରି ନୂତନ କରି ୱର୍କୀଙ୍ଗ କମିଟି ମେମ୍ବର ଭାବେ ଓପନ ଲାଇନ ଶାଖା ସଭାପତି ଶରତ କୁମାର ପଣ୍ଡା,ନାରୀ ନେତ୍ରୀ ବିଜୟଲକ୍ଷ୍ମୀ ଦାଶ, ରୁନି ବେହେରା ନିର୍ବାଚିତ ହୋଇଥିବା ବେଳେ ଶ୍ରୀ ଏମ ଜି କେ ରାଓ ଙ୍କୁ ବାଦ୍ ଦିଆଯାଇଛି।ଗତ ପାଞ୍ଚ ତାରିଖରୁ ଏହି ସମ୍ମିଳନୀ ଆରମ୍ଭ ହୋଇ ଆଜି ସାତ ତାରିଖ ବୁଧବାର ଅପରାହ୍ନରେ ଉଦଯାପିତ ହୋଇଥିଲା ।
ଏହି ସମ୍ମିଳନୀରେ ଭାରତ ବର୍ଷର ଷୋହଳ ଗୋଟି ଜୋନର ସହବନ୍ଧିତ ଫେଡରେସନ ମାନଙ୍କର କର୍ମକର୍ତ୍ତା ମାନେ ଏକାଠି ହୋଇ ନିଜ ନିଜର ମତବ୍ୟକ୍ତ କରିଥିଲେ । ବିଭିନ୍ନ ଦାବି ଉପରେ ଆଲୋଚନା କରାଯାଇଥିଲା, ରେଳବାଇକୁ ଘରୋଇକରଣ ବନ୍ଦ୍,ନୂତନ ପେନସନ ନୀତି ରଦ୍ଧ, ବରିଷ୍ଠ କର୍ମଚାରୀ ମାନଙ୍କ ରାତ୍ରୀକାଳୀନ ଭତା ପୁନଃ ଚାଲୁକରିବା,ସମସ୍ତ ବିଭାଗରେ ଖାଲି ସ୍ଥାନ ଯଥାଶୀଘ୍ର ପୂରଣ,ଟ୍ରାକ ମେଣ୍ଟେନର ପଦର୍ଣତି ଭଳି ୧୪ ଗୋଟି ମୁଖ୍ୟ ସମସ୍ୟାକୁ ଏକ ଲିଖିତ ଦାବି ପତ୍ର ମାଧ୍ୟମରେ ଭାରତର ରେଳମନ୍ତ୍ରୀ ଆଶ୍ୱିନୀ ବୈଷ୍ଣବ ଓ ରେଳବୋର୍ଡ ଅଧ୍ୟକ୍ଷଙ୍କୁ ଦକ୍ଷିଣ କେନ୍ଦ୍ରୀୟ ରେଳପଥ ମହା ପ୍ରଭନ୍ଧକ୍ ଙ୍କ ଜରିଆରେ ଦିଆଯାଇଥିଲା ।
ଏନ୍,ଏଫ୍,ଆଇ,ଆର୍ ର ସାଧାରଣ ସମ୍ପାଦକ ଭାବେ ଡ଼ଃ ଏମ ରାଘଭେୟା ପୁନଃ ନିର୍ବାଚିତ ହୋଇଥିଲେ। ଚଳିତ ମାସ ଆସନ୍ତା ୯ ତାରିଖରେ ପୂର୍ବତଟ ରେଳପଥ ଶ୍ରମିକ କଂଗ୍ରେସର କର୍ମକର୍ତ୍ତା ମାନେ ସିକନ୍ଦ୍ରାବାଦରୁ ଫେରିବା ପରେ ଖୋର୍ଦ୍ଧାରୋଡ଼ ମଣ୍ଡଳ ଶ୍ରମିକ କଂଗ୍ରେସ ପକ୍ଷରୁ ଏକ ସ୍ବତନ୍ତ୍ର ସଭା କରାଯାଇ ନବ ନିର୍ବାଚିତ ସଦସ୍ୟ ମାନଙ୍କୁ ସମ୍ମାନିତ କରାଯିବ ବୋଲି ମିଡ଼ିଆ ସେଲର ମୁଖ୍ୟ ତଥା ଶାଖା ସମ୍ପାଦକ ଶ୍ରୀ ଏଲ ଡି ମହାନ୍ତି ସୂଚନା ଦେଇଛନ୍ତି ।