No Result
View All Result
ଓଡ଼ିଶା ତାଜା ନ୍ୟୁଜ ( ୮ ସେପ୍ଟେମ୍ବର ଗୁରୁବାର ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲାର ଗାରାବନ୍ଧ ଥାନା ଅଞ୍ଚଳରେ ଗଞ୍ଜେଇ ଚୋରାଚାଲାଣ ରାକେଟ ରେ ସଂପୃକ୍ତ ଥିବା ଅଭିଯୋଗରେ କର୍ଣ୍ଣାଟକ ପୋଲିସର ଚଢ଼ାଉ କରିବା ଏବଂ ମାମଲାକୁ ରଫା ଦଫା କରିବା ପାଇଁ ଲାଞ୍ଚ ମାଗିଥିଲେ ବୋଲି ଅଭିଯୋଗ ଆଣି କର୍ଣ୍ଣାଟକ ପୋଲିସ ଉପରେ ସୋମବାର ରାତ୍ରରେ ସ୍ଥାନୀୟ ଲୋକ ଆକ୍ରମଣ କରିଥିଲେ l ଖବର ପାଇ ପାରଳାଖେମୁଣ୍ଡି ଏସଡିପିଓ ରାମକୃଷ୍ଣ ପତି ଘଟଣା ସ୍ଥଳରେ ପହଞ୍ଚି କର୍ଣ୍ଣାଟକରୁ ଆସିଥିବା ପୋଲିସ ଦଳର କର୍ମଚାରୀ ଓ ଅଧିକାରୀଙ୍କୁ ଉଦ୍ଧାର କରିଥିଲେ l ଗଞ୍ଜେଇ ଚୋରା ଚାଲାଣ ମାମଲାରେ କର୍ଣ୍ଣାଟକ ପୋଲିସ ଯେଉଁମାନଙ୍କ ନାମ ସଂପୃକ୍ତ ଥିବା କହିଛି ତାହାର ତଦନ୍ତ କରିବା ପାଇଁ ଗଜପତି ଏସପି ଜୟରାମ ଶତପଥୀ ନିର୍ଦ୍ଧେଶ ଦେଇଛନ୍ତି l ଏହି ଗଞ୍ଜେଇ ଚୋରା ଚାଲାଣରେ ଗାରାବନ୍ଧ ଥାନାର ଜଣେ ହୋମଗାର୍ଡ ସଂପୃକ୍ତି ଥିବା ନେଇ କର୍ଣ୍ଣାଟକ ପୋଲିସ ପକ୍ଷରୁ ସନ୍ଦେହ କରାଯାଉଛି l
ସୂଚନା ଯୋଗ୍ୟ ଏହିକିଯେ,ଗଞ୍ଜେଇ ଚୋରାଚାଲାଣ ବେଳେ କର୍ଣ୍ଣାଟକ ପୋଲିସ ହାତରେ ଧରାପଡ଼ି ଜଣେ ବ୍ୟକ୍ତି ଗିରଫ ହୋଇଥିଲେ l ତାଙ୍କ ମୋବାଇଲ ସିଡିଆର(କଲ ଡିଟେଲ ରିପୋର୍ଟ) ଯାଞ୍ଚ ବେଳେ ଗାରାବନ୍ଧ ଥାନାର ଜଣେ ହୋମଗାର୍ଡ ଏବଂ ଆନ୍ଧ୍ର ପ୍ରଦେଶ ରାଜ୍ୟ ସମପେଟା ଏବଂ ଇଚ୍ଛାପୁର ଗ୍ରାମର ଜଣେ ବ୍ୟକ୍ତି ଙ୍କ ସହ ଅଭିଯୁକ୍ତ ବାରମ୍ବାର କଥାବାର୍ତ୍ତା ଓ ଯୋଗାଯୋଗ କରିଥିବା ଜଣାପଡ଼ିିଥିଲା l ଏହାପରେ କର୍ଣ୍ଣାଟକ ପୋଲିସ ର ଏକ ପୋଲିସ ଟିମ ଗଜପତି ଜିଲ୍ଲାର ଗାରାବନ୍ଧ ଥାନା ଅଂଚଳରେ ପହଞ୍ଚି ଗଞ୍ଜେଇ କିଣିବା ଆଳରେ ଏମାନଙ୍କ ସହ ଯୋଗାଯୋଗ କରିଥିଲେ l ଏମାନେ ସେଠାରେ ପହଞ୍ଚିବା ପରେ କର୍ଣ୍ଣାଟକ ପୋଲିସ ଟିମ ଏମାନଙ୍କୁ କାବୁ କରି
ନେଇଥିଲା ତେବେ ଅଭିଯୋଗ ହେଉଛି ଯେ ମାମଲାକୁ ରଫା ଦଫା କରିବା ପାଇଁ କୁଆଡେ କର୍ଣ୍ଣାଟକ ପୋଲିସ ୧ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲା l
ଏ ସମ୍ପର୍କରେ ହୋମଗାର୍ଡ ଜଣକ ତାଙ୍କ ପରିବାରଙ୍କୁ ଜଣାଇବା ପରେ ସୋମବାର ରାତ୍ରରେ ସେହି ଅଞ୍ଚଳରେ ଶତାଧିକ ଲୋକ ଏକତ୍ରିତ ହୋଇ କର୍ଣ୍ଣାଟକ ପୋଲିସ ରହିଥିବା ସ୍ଥାନରେ ପହଞ୍ଚି ଆକ୍ରମଣ କରିଥିଲେ l ଏପରିକି କର୍ଣ୍ଣାଟକ ପୋଲିସ ଆସିଥିବା ଗାଡ଼ିକୁ ମଧ୍ୟ ଭଙ୍ଗାରୁଜା କରିଥିଲେ lଖବର ପାଇ ଗାରାବନ୍ଧ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆକ୍ରମଣ କାରୀଙ୍କ କବଳରୁ କର୍ଣ୍ଣାଟକ ପୋଲିସ ଟିମକୁ ଉଦ୍ଧାର କରି ଗାରାବନ୍ଧ ଥାନାକୁ ଆଣିବା ସହ ପଚରାଉଚରା କରିଥିଲେ ବିଳମ୍ବିତ ରାତି ପର୍ଯ୍ୟନ୍ତ ପଚରା ଉଚୁରା କରି ପ୍ରକୁତରେ ଏମାନେ ପୋଲିସ କି ନାହିଁ ତାହା ଜାଣିବା କର୍ଣ୍ଣାଟକ ଅଞ୍ଚଳର ଏସପି ଙ୍କ ସହ ଯୋଗା ଯୋଗ କରି ଆଲୋଚନା କରିଥିଲେ l
ପରେ ସେମାନେ ପକୃତରେ ପୋଲିସ କର୍ମଚାରୀ ବୋଲି ଜଣାପଡିବା ପରେ ସେମାନଙ୍କୁ ଛାଡ଼ି ଦିଆଯାଇଥିଲା ଅପର ପକ୍ଷରେ ସ୍ଥାନୀୟ ପୋଲିସକୁ କୌଣସି ସୂଚନା ନଦେଇ ଅନ୍ୟ ରାଜ୍ୟର ପୋଲିସ ଆସି ଏଭଳି କଲେ ସେମାନଙ୍କୁ କେମିତି ସୁରକ୍ଷା ଯୋଗାଇ ଦିଆଯିଈ ପାରିବ ବୋଲି ଏସଡିପିଓ କହିଛନ୍ତି ସଂପୃକ୍ତ ହୋମଗାର୍ଡ ଙ୍କ ଗଞ୍ଜେଇ ଚୋରାଚାଲାଣ ରେ ସଂପୃକ୍ତି ରହିଛି କି ନାହିଁ ତାର ତଦନ୍ତ କରାଯାଇ ଦୃଢ଼ କାର୍ଯ୍ୟାନୁଷ୍ଠାନଗ୍ରହଣ କରିବା ପାଇଁ ଗଜପତି ଏସପି ଜୟରାମ ଶତପଥୀ ନିର୍ଦ୍ଧେଶ ଦେଇଥିବା ଜଣାପଡିଛି ବର୍ତ୍ତମାନ ହୋମଗାର୍ଡ ଙ୍କ ତଦନ୍ତ ଆରମ୍ଭ ହୋଇଥିବା ଏସଡିପିଓକହିଛନ୍ତି ଏଠାରେ ପ୍ରଶ୍ନ ଉଠୁଛି ଯେ ଯଦି ହୋମଗାର୍ଡ ଜଣଙ୍କ କୌଣସି ସଂପୃକ୍ତିନାହିଁତାହାହେଲେଗଞ୍ଜେଇ କିଣିବା ପାଇଁ କେହି ଜଣେ ଫୋନରେ ଡାକିଲେ ସେ କାହିଁକି ସେଠାକୁ ଗଲେ ଏହି ଗଞ୍ଜେଇ ଚୋରାଚାଲାଣରେ ଗାରାବନ୍ଧ ଥାନରେ ହୋମଗାର୍ଡ ସମେତ ଆଉ କେହି ସଂପୃକ୍ତ ଅଛନ୍ତି କି ନାହିଁ ତାହାର ତଦନ୍ତ ଆବଶ୍ୟକବୋଲିଅଞ୍ଚଳରସର୍ବସାଧାରଣରେ ଦାବୀ ହେଉଛି l


No Result
View All Result