ଓଡ଼ିଶା ତାଜା ନ୍ୟୁଜ (୫ ସେପ୍ଟେମ୍ବର ସୋମବାର) ବାଲିଗୁଡ଼ା :- କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ଲଣ୍ଡାଗାଁ ପଞ୍ଚାୟତ ର ଫାଟକିମାଲ ଅନ୍ତର୍ଗତ ତଳିପଡ଼ା ଗ୍ରାମ ରେ ଏକ ଅଭାବନୀୟ ଘଟଣା ଘଟିଛି । ଘଟଣା ରୁ ପ୍ରକାଶ ଯେ ତଳିପଡ଼ା ଗ୍ରାମର ଜଣେ ଯୁବତୀ କୁ ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ଅନ୍ତର୍ଗତ ଘଣ୍ଟାପଡ଼ା ଗ୍ରାମର ଶୁକଦେବ ରଣା ନାମକ ଯୁବକ ଭଲ ପାଇ ଆସୁଥିଲା । ଏହାକୁ ଝିଅଙ୍କ ପରିବାର ଲୋକ ବିରୋଧ କରୁଥିଲେ ।
ଗତ ୨୬ ତାରିଖ ଦିନ ଉକ୍ତ ଯୁବକ କୁ ଝିଅ ଗ୍ରାମକୁ ଡାକିଥିଲା ପୂର୍ବ ନିର୍ଦ୍ଧାରିତ ଅନୁଯାଇ ଝିଅ ର ପରିବାର ଲୋକ ଶୁକଦେବ ମୁଦୁଲି କଥା ହେବା କହି ନିକଟସ୍ଥ ଜଙ୍ଗଲ କୁ ନେଇ ହତ୍ୟା କରି ମାଟିରେ ପୋତି ଦେଇଥିଲେ । ସେହି ଦିନ ଠାରୁ ଶୁକଦେବ ଘରକୁ ନଯିବାରୁ ଥାନା ରେ ଏକ ନିଖୋଜ ଏତଲା ଦେଇଥିଲେ । ପୁଲିସ ଖୋଜା ଖୋଜି କରୁଥିବା ବେଳେ ସୋମବାର ବାଲିଗୁଡ଼ା ପୁଲିସ କୁ ସୁରାକ ମିଳିଥିଲା ।
ଏହା ପରେ ଝିଅ ର ପରିବାରକୁ ପଚରା ଉଚରା ପରେ ହତ୍ୟା ହୋଇଥିବା ଜଣାପଡିଥିଲା । ଏହି ମାମଲାରେ ଦୁଃଶାସନ ମଲିକ, ଗିରିଶ ମଲିକ, ଓ ନିଲବନ୍ତ ମଲିକ କୁ ଥାନା କେସ ନମ୍ବର ୧୯୨/୨୨ରେ ଗିରଫ କରି କୋର୍ଟ ଚାଲାଣ କରିଛି । ମାଟି ତଳୁ ଉଦ୍ଧାର କରାଯାଇଥିବା ମୃତ ଦେହକୁ ଜବତ କରି ବ୍ରହ୍ମପୁର ଏମକେସିଜି ବଡ଼ ମେଡ଼ିକାଲ ଏଫ୍ ଏମ୍ ଟି ବିଭାଗ କୁ ପଠାଯାଇଥିବା ବିଷୟ ଥାନା ଅଧିକାରୀ ବାବା ଶଙ୍କର ସରାଫ ପ୍ରକାଶ କରିଛନ୍ତି l















