No Result
View All Result
ଓଡ଼ିଶା ତାଜା ନ୍ୟୁଜ (୫ ସେପ୍ଟେମ୍ବର ସୋମବାର) ନୟାଗଡ଼ :- ନୟାଗଡ଼ ଜିଲ୍ଲାରେ ଅଗଷ୍ଟ ମାସ ରେ ନବ ନିଯୁକ୍ତ ହାଇସ୍କୁଲ୍ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ଚୁକ୍ତିଭିତ୍ତିକ ଶିକ୍ଷକ ସଂଘ ତରଫରୁ ନୟାଗ ଡ଼ ସହରର କେ.ସି କ୍ଳବ୍ ଠାରେ ସ୍ଵାଗତ କରାଯାଇଥିଲା । ଏଠାରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଡ଼ଃ ବସନ୍ତ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଶିକ୍ଷକମାନଙ୍କୁ ଦିଗ୍ ଦର୍ଶନ ଦେବା ସହ ଶିକ୍ଷକତା ଏକ ବୃତ୍ତି ନୁହେଁ ଏକ ବ୍ରତ ରୂପେ ଗ୍ରହଣ କରିବାକୁ କହିଥିଲେ ।
ତତ୍ ସହିତ ଶିକ୍ଷକମାନଙ୍କୁ 5T ସ୍କୁଲ ର ପରିବର୍ତ୍ତିତ ପରିସ୍ଥିତି ସହ ତାଳ ଦେଇ ନିଜକୁ ପରିବର୍ତ୍ତନ କରିବାକୁ ଉତ୍ସାହିତ କରିଥିଲେ। ଶିକ୍ଷକମାନେ ତାଙ୍କର ବିଭିନ୍ନ ସମସ୍ୟା ସମ୍ପର୍କରେ ରେ ଡ଼ଃ ନାୟକଙ୍କୁ ଅବଗତ କରାଇଥିଲେ । ଡଃ ନାୟକ ସେଗୁଡ଼ିକର ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ।
ସେ ଫେରିବା ପରେ ଶିକ୍ଷକମାନେ ଚୁକ୍ତିଭିତ୍ତିକ ନିଯୁକ୍ତି ବିରୋଧ ରେ ସ୍ୱାକ୍ଷର ସଂଗ୍ରହ, କଳା ବ୍ୟାଜ ପରିଧାନ, ପ୍ଲା କାର୍ଡ ଧରି ସ୍ଲୋଗାନ ଦେଇଥିଲେ । ୧୧ ସେପ୍ଟେମ୍ୱର କୁ ସମସ୍ତେ ଭୁବନେଶ୍ଵରର ବିଶାଳ ସମାବେଶ ରେ ଯୋଗ ଦେବାପାଇଁ ନିଷ୍ପତ୍ତି ନେଇଛନ୍ତି। ଏହା ପରେ ଶିକ୍ଷକ ସଂଘର ପୁନଃ ଗଠନ କରାଯାଇଥିଲା । ସଂଘର ସଭାପତି ଶ୍ରୀମତୀ ମୈତ୍ରୀ ଆଚାର୍ଯ୍ୟ , ଉପ ସଭାପତି ପଦ୍ମଚରଣ ସାହୁ, କାର୍ଯ୍ୟକାରୀ ସଭାପତି ଶୁଭ୍ରାଂଶୁ ଶେଖର ପାତ୍ର,
ସମ୍ପାଦକ ଚିନ୍ମୟ ବୈରିଗଞ୍ଜନ, ଯୁଗ୍ମ ସମ୍ପାଦକ ମାନସ ରଞ୍ଜନ ପାଢ଼ି, କୋଷାଧ୍ୟକ୍ଷ ଅମନ ମହାପାତ୍ର , ସହ କୋଷାଧ୍ୟକ୍ଷ ରାଜେଶ କୁମାର ଜେନା , ଗଣମାଧ୍ୟମ ସଂଯୋଜକ ବାପିନା ପରିଡ଼ା ଓ ବିକାଶ କୁମାର ମହାପାତ୍ର, ରାଜ୍ୟ ସଂଯୋଜକ ସୁଶାନ୍ତ କୁମାର ଗୋଛି ଓ ଚିନ୍ତାମଣି ମହାରଣା ଏବଂ ଉପଦେଷ୍ଟା ଭାବେ ତପନ କୁମାର ଭଟ୍ଟ ଙ୍କୁ ସର୍ଵ ସମ୍ମତି କ୍ରମେ ମନୋନୀତ କରାଯାଇଥିଲା। ଉକ୍ତ ସଭାରେ ଦୁଇଶହ ରୁ ଅଧିକ ଶିକ୍ଷକ ଯୋଗ ଦେଇଥିଲେ।
No Result
View All Result