• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

କଳାହାଣ୍ଡି ଓ ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ‘ଅହିଂସା ରଥ’କୁ ଭବ୍ୟ ସ୍ୱାଗତ ସ୍ଥାନୀୟ ଜନସାଧାରଣ ଓ ଛାତ୍ରଛାତ୍ରୀମାନଙ୍କ ମନରେ ଭରିଛି ଉତ୍ସାହ-ଉଦ୍ଦୀପନା

Proprietor Abhimanyu Maharana by Proprietor Abhimanyu Maharana
September 5, 2022
in ଓଡ଼ିଶା, କଳାହାଣ୍ଡି, ହୋମ୍
0
କଳାହାଣ୍ଡି ଓ ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ‘ଅହିଂସା ରଥ’କୁ ଭବ୍ୟ ସ୍ୱାଗତ ସ୍ଥାନୀୟ ଜନସାଧାରଣ ଓ ଛାତ୍ରଛାତ୍ରୀମାନଙ୍କ ମନରେ ଭରିଛି ଉତ୍ସାହ-ଉଦ୍ଦୀପନା
Share on FacebookShare on TwitterWhatsapp

କଳାହାଣ୍ଡି ଓ ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ‘ଅହିଂସା ରଥ’କୁ ଭବ୍ୟ ସ୍ୱାଗତ ସ୍ଥାନୀୟ ଜନସାଧାରଣ ଓ ଛାତ୍ରଛାତ୍ରୀମାନଙ୍କ ମନରେ ଭରିଛି ଉତ୍ସାହ-ଉଦ୍ଦୀପନା ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ୨୫୦ ମିଟର ଲମ୍ବ ଜାତୀୟ ପତାକା ମାର୍ଚ୍ଚ

ଓଡ଼ିଶା ତାଜା ନ୍ୟୁଜ (୫ ସେପ୍ଟେମ୍ବର ସୋମବାର) ଭୁବନେଶ୍ୱର :- ସ୍ୱାଧୀନତା ସଂଗ୍ରାମର ବାର୍ତ୍ତା ତଥା ଜାତିର ଜନକ ଗାନ୍ଧିଜୀଙ୍କ ଅହିଂସା ମନ୍ତ୍ରର ରାଜ୍ୟବ୍ୟାପୀ ପ୍ରସାରଣ ଉଦ୍ଦେଶ୍ୟରେ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ପ୍ରସ୍ତୁତ ‘ଅହିଂସା ରଥ’ ଆଜି କଳାହାଣ୍ଡି ଓ ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନ ପରିକ୍ରମା କରିଛି । ସୂଚନାଯୋଗ୍ୟ ଯେ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ତଥା ଆଜାଦି କା ଅମୃତ ମହୋତ୍ସବ ଅବସରରେ ୧୫ ଅଗଷ୍ଟ ସ୍ୱାଧୀନତା ଦିବସରୁ ୨ ଅକେଫାବର ଗାନ୍ଧୀ ଜୟନ୍ତୀ ପର୍ଯ୍ୟନ୍ତ ୪ ଗୋଟି ‘ଅହିଂସା ରଥ’ ସାରା ରାଜ୍ୟ ପରିକ୍ରମା କରି ଆମ ରାଜ୍ୟର ବୀର ସ୍ୱାଧୀନତା ସଂଗ୍ରାମୀମାନଙ୍କ ଜୀବନାଦର୍ଶକୁ ଉଜ୍ଜୀବିତ କରିବ । ଏହି କ୍ରମରେ ଆଜି ଗୋଟିଏ ଅହିଂସା ରଥ କଳାହାଣ୍ଡି ଜିଲ୍ଲା କେସିଙ୍ଗାରୁ ବାହାରି ବେଲଖଣ୍ଡିରେ ପହଞ୍ଚିଥିଲା । ବେଲଖଣ୍ଡି ସରପଞ୍ଚ ଶ୍ରୀ ସୁଶାନ୍ତ ବାଗ,ପଞ୍ଚାୟତସମିତି ସଭ୍ୟ ଶ୍ରୀ ପ୍ରମୋଦ ଦାସ, ସରୋଜ ସେଠ୍‌, ପ୍ରଦୀପ ନାଏକ, ଜିଲ୍ଲା ପରିଷଦ ସଭ୍ୟ ଦୀପାଞ୍ଜଳୀ ସାହୁ, କର୍ଲାମୁଣ୍ଡା ଓ କେସିଙ୍ଗାର ବିଡ଼ିଓ ଏବଂ ଗ୍ରାମବାସୀମାନେ ରଥକୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ ।

କର୍ଲାମୁଣ୍ଡା ବ୍ଲକଠାରେ ସରପଞ୍ଚ ବାରଙ୍ଗ ଛତ୍ରିଆ, ପଞ୍ଚାୟତ ସମିତି ସଭ୍ୟ ଗୋଲାପ ସାହୁ, ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ସୁରେଶ ଚୌଧୁରୀ ଏବଂ କର୍ଲାମୁଣ୍ଡା ବିଡ଼ିଓ, ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟା, ସ୍କୁଲ କଲେଜ ଛାତ୍ର ଛାତ୍ରୀମାନେ ଅହିଂସା ରଥକୁ ସ୍ୱାଗତ ଜଣାଇଥିଲେ । ଉଭୟ ସ୍ଥାନରେ ଦେଶାତ୍ମବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଓଡ଼ିଶାର ସ୍ୱାଧୀନତା ସଂଗ୍ରାମୀଙ୍କ ଉପରେ ଆଧାରିତ ଭିଡ଼ିଓ ସୋ ପ୍ରଦର୍ଶିତ ହୋଇଥିଲା । ନର୍ଲା ବିଧାୟକ ଶ୍ରୀ ଭୂପିନ୍ଦର ସିଂ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ପୁଷ୍ପେନ୍ଦ୍ର କୁମାର ସିଂହଦେଓ, ପଞ୍ଚାୟତ ସମିତି ସଭ୍ୟ ତଥା ଗ୍ରାମବାସୀ ମାନେ ଗଜବାହାଲ ଛକ ତଥା ପାଜିବହାଲି ଗ୍ରାମରେ ରଥକୁ ସ୍ୱାଗତ ଜଣାଇଥିଲେ । ଏମ୍‌ ରାମପୁର ଚାରି ଛକରେ ସ୍ୱାଗତ ସମ୍ବର୍ଦ୍ଧନା ସମୟରେ ବିପୁଳ ଜନସମାଗମ ହୋଇଥିଲା ।

ଏଠାରେ ଭିଡ଼ିଓ ସୋ ଜରିଆରେ ମହାତ୍ମା ଗାନ୍ଧୀଙ୍କ ବାର୍ତ୍ତା ଓ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ସହ ଭିଡ଼ିଓ ସୋ ପ୍ରଦର୍ଶିତ ହୋଇଥିଲା । ଏମ୍‌ ରାମପୁର ସହରରେ ଦୁର୍ଗା ମାଧବ ସରକାରୀ ଉଚ୍ଚ ବିଦ୍ୟାଳୟର ୧୦୦ ଜଣ ଛାତ୍ରଛାତ୍ରୀଙ୍କ ଦ୍ୱାରା ମେଗା ଜାତୀୟ ପତାକା ମାର୍ଚ୍ଚ ହୋଇଥିଲା । ୨୫୦ ମିଟର ଲମ୍ବ ଏହି ଜାତୀୟ ପତାକାକୁ ଓଡ଼ିଶା ଜୀବିକା ମିଶନ, ମିଶନ ଶକ୍ତି ପକ୍ଷରୁ ପ୍ରଦାନ କରାଯାଇଥିଲା । ସହିଦ ରେଣ୍ଡୋ ମାଝୀଙ୍କ ଜନ୍ମସ୍ଥାନ ଉର୍ଲାଦାନିଠାରେ ଏହି ରଥ ପହଞ୍ଚିଲା ପରେ ଆଦିବାସୀ ନୃତ୍ୟ, ଘୁମୁରା, ସଂକୀର୍ତ୍ତନ ଆଦି ସହ ମହିଳା ସ୍ୱୟଂ ସହାୟକ ସଦସ୍ୟା ଓ ଛାତ୍ରଛାତ୍ରୀମାନେ ଏହାକୁ ସ୍ୱାଗତ କରିଥିଲେ । ଏହି ଅବସରରେ ନର୍ଲା ବିଧାୟକ ଶ୍ରୀ ଭୂପିନ୍ଦର ସିଂ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ପୁଷ୍ପେନ୍ଦ୍ର ସିଂହଦେଓ, ଉର୍ଲାଦାନି ସରପଞ୍ଚ ଶ୍ରୀମତୀ ସୁପ୍ରିୟା ମାଝୀ, ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ମନ୍ଦାକିନୀ ସିଂହଦେଓ, ଏମ ରାମପୁରର ବିଡ଼ିଓ ଉତ୍ତମ ବାଗ, ଲୁବେଙ୍ଗଡର ସରପଞ୍ଚ ଶ୍ରୀମତୀ ରମା ମାଝୀ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ମନୋଜ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

ଏହାପରେ ରଥ ଏମ ରାମପୁର ଯାଇଥିଲା । ସେଠାରେ ଚଳଚ୍ଚିତ୍ର ପ୍ରଦର୍ଶନ ସହ ସାଂସ୍କୃତିକ କାର୍ଯ୍ୟକର୍ମ ଆୟୋଜିତ ହୋଇଥିଲା । ସେହିପରି ଗତକାଲି ଧର୍ମଗଡ ଏନଏସିରୁ ଶୋଭାଯାତ୍ରାରେ ଆସି ବିଜୁ କଲ୍ୟାଣ ମଣ୍ଡପଠାରେ ପହଞ୍ଚିଥିଲା । ସେଠାରେ ଆୟୋଜିତ ସଭାରେ ଧର୍ମଗଡ ବିଧାୟକ ଶ୍ରୀ ମୌଶଦି ବାଗ, ଧର୍ମଗଡ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ବବିତା ପାଟ୍ଟଯୋଶୀ, ଏନ୍‌ଏସି ଅଧ୍ୟକ୍ଷ ଶ୍ରୀ ଅଶୋକ ମହାନ୍ତି, ବିଡିଓ ଶ୍ରୀ ଶରତ ସେଠୀ ପ୍ରମୁଖ ରଥକୁ ସ୍ୱାଗତ କରିଥିଲେ । ଏହାପରେ ରଥ ଆଜି ଧର୍ମଗଡରୁ ବାହାରି ବଳଦିଆମାଳ ଚାରିଛକରେ ପହଞ୍ଚିଥିଲା । ଜୁନାଗଡଠାରେ ଏନଏସି ଅଧ୍ୟକ୍ଷ ମୁକେଶ ଅଗ୍ରୱାଲ, ଏନ୍‌ଏସିର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ବିଶ୍ୱମ୍ବର ମିଶ୍ର, କାଉନସିଲର, ଜୁନାଗଡର ବିଡ଼ିଓ ପ୍ରମୁଖ ରଥକୁ ଭବ୍ୟ ସ୍ୱାଗତ ଜଣାଇଥିଲେ । ସେଠାରୁ ଏହା ଦାସିଗାଁ ଗସ୍ତ କରିଥିଲା । ଦାସୀଗାଁରେ ସରପଞ୍ଚ ପ୍ରମୋଦିନି ପ୍ରହରାଜ, ସମିତି ସଭ୍ୟ ସୌମେନ୍ଦ୍ର ମୁଣ୍ଡ ପ୍ରମୁଖଙ୍କ ସମେତ ଗ୍ରାମବାସୀମାନେ ରଥକୁ ସ୍ୱାଗତ କରିଥିଲେ ।

କଲମପୁରଠାରେ ଦେଶାତ୍ମବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ସ୍ୱାଧୀନତା ସଂଗ୍ରାମୀଙ୍କ ଜୀବନୀ ଆଧାରିତ ଭିଡ଼ିଓ ସୋ ଆୟୋଜିତ ହୋଇଥିଲା । ଅନୁରୂପ ଭାବରେ ଗତ ୨ ତାରିଖଠାରୁ ସୁନ୍ଦରଗଡ଼ ଜିଲ୍ଲାରେ ଅହିଂସା ରଥ ପରିକ୍ରମା କାର୍ଯ୍ୟକ୍ରମ ଜାରି ରହିଛି । ଆଜି ରଥ ଗୁରୁଣ୍ଡିଆ, ଲାଠିକଟା, କୁଆରମୁଣ୍ଡା, ବିରମିତ୍ରପୁର ଓ ନୁଆଗାଁ ବଣାଇଁ ବ୍ଲକ ପରିକ୍ରମା କରିଛି । ଅହିଂସା ରଥକୁ କୁଆରମୁଣ୍ଡା ବ୍ଲକରେ ଭବ୍ୟ ସ୍ୱାଗତ ଦିଆଯାଇଛି । ବ୍ଲକ ଅଧ୍ୟକ୍ଷା ଶ୍ରୀମତି ଜ୍ୟୋତି କେରକେଟା, ଉପାଧ୍ୟକ୍ଷା ସୁନିତା ଅହିର, ସମିତି ସଭ୍ୟ ମଂଜୁ ନେଭିଲ କେରକେଟା, ବିଡିଓ ତୃପ୍ତି ବରେଇ, ପଦ୍ମପୁର ସରପଂଚ ଦିଲ୍ଲିପ  ଓ କୁମଝର ସରପଂଚ ବାତ୍ୱା ଲାକ୍ରା, କୁଆରମୁଣ୍ଡା ସରପଂଚ ରାଜେଶ ହାଂସଦା,ଏବିଡିଓ ପ୍ରଶାନ୍ତ ଜେନା, ଡବ୍ଲìଇଓ ଅଭିଜିତ ପ୍ରଧାନ, ଓଏଲଏମ ବିପିଏମ ପ୍ରସନ୍ନ ମୋଦି, ଏକଲବ୍ୟ ଆବାସିକ ବିଦ୍ୟାଳୟ, ତୁମଝରିଆ ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ ଓ ଗ୍ରାମବାସୀ ପ୍ରମୁଖ ସ୍ୱାଗତ ସମୟରେ ଉପସ୍ଥିତ ଥିଲେ ।

ଲାଠିକଟା ବ୍ଲକ୍‌ରେ ମଧ୍ୟ ଅହିଂସା ରଥକୁ ବିଭିନ୍ନ ପାରମ୍ପରିକ ଆଦିବାସୀ ନାଚଗୀତ ମାଧ୍ୟମରେ ସ୍ୱାଗତ କରାଯାଇଥିଲା । ଦେଓକରଣ ସରକାରୀ ବିଦ୍ୟାଳୟ ପରିସରରେ ଅୟୋଜିତ କାର୍ଯ୍ୟକ୍ରମରେ ବିଧାୟକ ଶ୍ରୀ ରଘୁନାଥ ପାଲି, ଶ୍ରୀ ସୁବ୍ରତ ତରାଇ, ପାନପୋଷର ଅତିରିକ୍ତ ଉପଜିଲ୍ଲାପାଳ ଶ୍ରୀମତୀ ସରୋଜିନୀ କୁଲ୍ଲୁ, ବିଡିଓ ମନସ୍ୱିିନୀ ଦାସ, ସମସ୍ତ ଜିଲ୍ଲା ପରିଷଦ ସଭ୍ୟ, ସମିତି ସଭ୍ୟ, ସରପଞ୍ଚ, ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା, ଛାତ୍ରଛାତ୍ରୀ ଆଦି ଉପସ୍ଥିତ ଥିଲେ । ଗୁରୁଣ୍ଡିଆ ବ୍ଲକଠାରେ ଅହିଂସା ରଥକୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ଜନତା ଉଚ୍ଚ ବିଦ୍ୟାଳୟ, ବାଙ୍କୀଠାରେ ଅୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ କମଳ ଲାକ୍ରା, ବ୍ଲକ ଉପାଧ୍ୟକ୍ଷ ଲାଲା ଓରାମ୍‌, ସରପଞ୍ଚ, ଏବିଡ଼ିଓ, ବିଡ଼ଓ, ଡବ୍ଲୁଇଓ, ବ୍ଲକର ଅନ୍ୟାନ୍ୟ ଅଧିକାରୀ, ଶିକ୍ଷକ, ଛାତ୍ରଛାତ୍ରୀ ଆଦି ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଦେଶାତ୍ମବୋଧକ ନୃତ୍ୟଗୀତ ପରିବେଷଣ କରାଯାଇଥିଲା ।

ସେହିପରି ବ୍ଲକ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପଞ୍ଚାୟତ ସମିତି ଅଧ୍ୟକ୍ଷା ଜରାସିନି ବୁଡ, ବିଡ଼ିଓ ବେର୍ଣ୍ଣାଦଥ ଲାକ୍ରା, ସମିତି ସଭ୍ୟ, ସରପଞ୍ଚ, ସିଡ଼ିପିଓ, ଏବିଇଓ, ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା, ଗ୍ରାମବାସୀ, ଛାତ୍ରଛାତ୍ରୀ ଆଦି ଉପସ୍ଥିତ ଥିଲେ । ବିରମିତ୍ରପୁରଠାରେ ମଧ୍ୟ ବ୍ଲକ ଉପାଧ୍ୟକ୍ଷ ନିବେଦିତା ବାଗେ ଓ ସିଟି ମିଶନ ମ୍ୟାନେଜର ସୁପ୍ରିମ ଲେଙ୍କା ୱାର୍ଡ କାଉନସିଲର ଉପସ୍ଥିତ ରହି ମୁନିସିପାଲିଟି ଅଫିସ ପରିସରରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମାରେ ମାଲ୍ୟାର୍ପଣ କରିଥିଲେ । ଏଠାରେ ଜନସାଧାରଣ ଓ ଛାତ୍ରଛାତ୍ରୀଙ୍କ ଦ୍ୱାରା ମହାତ୍ମା ଗାନ୍ଧି କି ଜୟ ସ୍ଳୋଗାନ ମଧ୍ୟରେ ରଥ ପରିକ୍ରମା କାର୍ଯ୍ୟ ସଂପନ୍ନ ହୋଇଥିଲା । ନୂଆଗାଁରେ ଏବଂ କରଡେଗାରେ ମଧ୍ୟ ବିପୁଳ ଜନସମାଗମ ମଧ୍ୟରେ ରଥକୁ ସ୍ୱାଗତ କରାଯାଇଥିଲା । ନୂଆଗାଁ ବିଡିଓ ବକ୍ରାନି କିସପଟା, ଅଧ୍ୟକ୍ଷ ବଶ୍ୱାସୀ ଟେªା, ଉପାଧ୍ୟକ୍ଷ ଇନ୍ଦ୍ରିସ କୁଲା, ପିଇଓ କୁର ଡେଗା ରଂଜିତ ବିଶ୍ୱାଳ ଏବିଡିଓ ସମରେନ୍ଦ୍ର କୁମାର ସର ଉପସ୍ଥିତ ଥିଲେ । ବଣାଇର କେନାଭେଟା ଗ୍ରାମ ପଞ୍ଚାୟତଠାରେ ଅହିଂସା ରଥକୁ ବଣାଇ ଜିଲ୍ଲାପାଳ ସୁରଞ୍ଜନ ସାହୁ, ବଣାଇ ବିଡ଼ିଓ ସ୍ୱଦୀପ କୁମାର ଟେªା ପ୍ରମୁଖ ସ୍ୱାଗତ କରିଥିଲେ । ଏହି ଅବସରରେ ଗ୍ରାମବାସୀ, ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ଏବଂ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଓଡ଼ିଶା ଉମେନ୍ ଇନ୍ ମିଡିଆ (OWM)ର ୩ୟ ବାର୍ଷିକ ଅବସରରେ ବୃତ୍ତିଗତ ଦାୟିତ୍ୱ ଓ ବ୍ୟକ୍ତିଗତ ସୁଖର ସନ୍ତୁଳନ ଉପରେ ଆଲୋଚନା

OWM’s 3rd Annual function highlights professional responsibilities and personal happiness

March 16, 2026

‘କୁହୁଡ଼ି’ ରେ ଉଦଘାଟିତ ହେଲା ରାଜ୍ୟସ୍ତରୀୟ ନାଟକ ମହୋତ୍ସବ

‘କୁହୁଡ଼ି’ ରେ ଉଦଘାଟିତ ହେଲା ରାଜ୍ୟସ୍ତରୀୟ ନାଟକ ମହୋତ୍ସବ

March 16, 2026
ଜୟ ମହାବୀର ବରିଷ୍ଠ ନାଗରିକ ମଞ୍ଚ ଦଶପଲ୍ଲା ନୂତନ କର୍ମକର୍ତ୍ତା ନିର୍ବାଚନ ଚୟନ ବୈଠକ

ଜୟ ମହାବୀର ବରିଷ୍ଠ ନାଗରିକ ମଞ୍ଚ ଦଶପଲ୍ଲା ନୂତନ କର୍ମକର୍ତ୍ତା ନିର୍ବାଚନ ଚୟନ ବୈଠକ

March 16, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଓଡ଼ିଶା ଉମେନ୍ ଇନ୍ ମିଡିଆ (OWM)ର ୩ୟ ବାର୍ଷିକ ଅବସରରେ ବୃତ୍ତିଗତ ଦାୟିତ୍ୱ ଓ ବ୍ୟକ୍ତିଗତ ସୁଖର ସନ୍ତୁଳନ ଉପରେ ଆଲୋଚନା

OWM’s 3rd Annual function highlights professional responsibilities and personal happiness

March 16, 2026
ଓଡ଼ିଶା ଉମେନ୍ ଇନ୍ ମିଡିଆ (OWM)ର ୩ୟ ବାର୍ଷିକ ଅବସରରେ ବୃତ୍ତିଗତ ଦାୟିତ୍ୱ ଓ ବ୍ୟକ୍ତିଗତ ସୁଖର ସନ୍ତୁଳନ ଉପରେ ଆଲୋଚନା

ଓଡ଼ିଶା ଉମେନ୍ ଇନ୍ ମିଡିଆ (OWM)ର ୩ୟ ବାର୍ଷିକ ଅବସରରେ ବୃତ୍ତିଗତ ଦାୟିତ୍ୱ ଓ ବ୍ୟକ୍ତିଗତ ସୁଖର ସନ୍ତୁଳନ ଉପରେ ଆଲୋଚନା

March 16, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version