ବନ୍ଧୁବାନ୍ଧବଙ୍କ ଠାରୁ ଆରମ୍ଭ କରି ସାଙ୍ଗ ସହୋଦର ପର୍ୟ୍ୟନ୍ତ ସମସ୍ତେ ଆନନ୍ଦ ଉଲ୍ଲାସରେ ମିଠା ବାିବା ସହିତ ବିଭିନ୍ନ ବରାଦି କରିଦେଇଥିଲେ । କିନ୍ତୁ ନିଷ୍ଠୁର ବିଧାତାର ଖେଳ ଆଗରେ ପାଣି ଫାଟି ଯାଇଥିଲା ଖୁସିର ଳହରୀ । ହଠାତ ହୃଦ୍ ଘାତରେ ମାର ଅକାଳ ବିୟୋଗ ଘଟିଥିଲା । ଦୁଇ ଦିନର ବାଳୁତ ପୁଅକୁ ଛାଡି ଆର ପାରିକୁ ଚାଲି ଯାଇଥିଲେ ମା । ଏମିତି ହୃଦୟ ବିଦାରକ ଘଟଣା ଘଟିଛି ଭୁବନେଶ୍ୱର ବ୍ଲକ ଲିଙ୍ଗିପୁର ପାୟତର ଗୌଙ୍ଗତ୍ରୀ ନଗରରେ । ବରିଷ୍ଠ ସାମ୍ବାଦିକ ଲିଙ୍ଗରାଜ ମହାନ୍ତିଙ୍କ ପୁତ୍ରବଧୂ ତଥା ସାମ୍ବାଦିକ ସୌଭାଗ୍ୟ ରଞ୍ଜନ ମହାନ୍ତିଙ୍କ ଧର୍ମପତ୍ନୀ ଇଂ ସୁଶ୍ରୀ ସେଫାଳି ମହାନ୍ତିଙ୍କର ୩୫ ବର୍ଷ ବୟସରେ ହୃଦ୍ ଘାତରେ ଅକାଳ ବିୟୋଗ ଘଟିଛି ।
ସେ କଟକ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ସେ ଜଣେ ମେଳାପୀ, ପରୋପକାରୀ, ମିଷ୍ଠଭାଷୀ, ସରଳ, ନିଷ୍କପଟ, ବୁଦ୍ଧିଜୀବି ଓ ରଜନେତ୍ରୀ ଭାବରେ ସ୍ଥାନୀୟ ଅଳରେ ବେଶ୍ ପରିଚିତ ଥିଲେ । ସେ ଜଣେ କର୍ମତତ୍ପର, ର୍କବ୍ୟନିଷ୍ଠା ମହିଳା ହୋଇଥିବାରୁ ଲିଙ୍ଗିପୁର ପାୟତର ୧ ନମ୍ବର ଓାର୍ଡର ଅଧିବାସୀ ମାନେ ୨୦୨୨-୨୭ ବର୍ଷ ପାଇଁ ବିପୁଳ ସଂଖ୍ୟାରେ ଭୋଟଦେଇ ନିର୍ବାଚିତ କରାଇଥିଲେ ।
ସେ ଅଙ୍ଗନବାଡି କେନ୍ଦ୍ର ପାଇଁ ସ୍ଥାୟୀ ଜାଗା ଆଣିବା ସହିତ ସମସ୍ତ ମୂକୁଳା ଟ୍ରାନ୍ସଫରମରରେ ତାର ଜାଲି ଘେରାଇଥିଲେ । ତାଙ୍କର ଅକାଳ ବିୟୋଗରେ ଅଳବାସୀ ଦୁଃଖରେ ଭାଙ୍ଗି ପଡିଛନ୍ତି ଓ ଶୋକର ଛାୟା ଖେଳି ଯାଇଛି । ପୁରୀ ସ୍ୱର୍ଗଦ୍ୱାର ଠାରେ ଶେଷକୃତ ସମ୍ପନ୍ନ କରାଯାଇଛି ।
© 2023 Odisha Taza News.