Home ଓଡ଼ିଶା କୋଟଗଡ ଥାନା ଅଞ୍ଚଳରେ ମାଓ ପୋଷ୍ଟର : ବିଭିନ୍ନ ରାଜନେତାଙ୍କୁ ମାଓବାଦୀଙ୍କ ଚେତାବନୀ by Proprietor by Abhimanyu Maharana 2 years ago Share on FacebookShare on TwitterWhatsapp ଓଡ଼ିଶା ତାଜା ନ୍ୟୁଜ (୩ ସେପ୍ଟେମ୍ବର ଶନିବାର) ବାଲିଗୁଡା :- କନ୍ଧମାଳରେ ପୁଣି ଲାଗିଲା ମାଓବାଦୀଙ୍କ ହାତ ଲେଖା ପୋଷ୍ଟର l ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ ଥାନାର ଜାମଝୋର ଛକରେ କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତଙ୍କ ପ୍ରତିନିଧି ମନୋଜ ସାବତ, ପୂର୍ବତନ ବିଡ଼ିଓ କୈଳାଶ ଚନ୍ଦ୍ର ମୁର୍ମୁ ଓ଼ ବ୍ଲକ କ୍ୟାସିଅର ଛବି ବାବୁଙ୍କ ନାମରେ ଲାଗିଛି ପୋଷ୍ଟର l ବିଭିନ୍ନ ଦୁର୍ନୀତିରେ ଛନ୍ଦିହୋଇ ସରକାରୀ ଅର୍ଥ ହରି ଲୁଟ ଏବଂ ରାଜସ୍ବ ବିଭାଗକୁ ହାତକରି ଜଙ୍ଗଲ ଜମି ନିଜ ଅକ୍ତିଆରକୁ ନେବା ଭଳି ସଙ୍ଗୀନ ଅଭିଯୋଗ ସତ୍ୱେ ଭିଜିଲାନ୍ସ ବିଭାଗ ଧରୁନଥିବାରୁ ମାଓବାଦୀ ସଂଗଠନ ବିରୋଧ କରୁଛି ବୋଲି ପୋଷ୍ଟରେ ଲେଖାଯାଇଛି l ଜ଼ିଲ୍ଲାରେ କିଛି ସାମ୍ବାଦିକ ଶାସକ ଦଳ ଓ଼ ପ୍ରଶାସନର ଗୋଲାମଗିରି କରି ଦୁର୍ନୀତିକୁ ଘଣ୍ଟ ଘୋଡାଉଛନ୍ତି ଆମେ ତାହାର ଖୁଲାସା କରିବୁ l ଭିଜିଲାନ୍ସ ବିଭାଗ ନ ଧରିଲେ ଆମେ ବସନ୍ତ ଭାଟଙ୍କ ପରି ହତ୍ୟା କରିବୁ ବୋଲି ପୋଷ୍ଟରେ ଉଲ୍ଲେଖ ରହିଛି l ସିପିଆଇ ମାଓବାଦୀ ଡିଭିଜନ ବାଘୁନା କମିଟି ବୋଲି ଲଗାଯାଇଥିବା ପୋଷ୍ଟରରେ ଲେଖାଯାଇଛି l ପୋଷ୍ଟର ପରେ ଅଞ୍ଚଳରେ ଭୟର ବାତାବରଣ ଦେଖିବାକୁ ମିଳିଛି l ତେବେ ଏହି ପୋଷ୍ଟର ମାଓବାଦୀ ଲଗାଇଛନ୍ତି ନା ଆଉ କେହି ଦୁର୍ବୁତ୍ତ ମାଓବାଦୀ ନାଁରେ ପୋଷ୍ଟର ଲଗାଇ ଭୟ ସୃଷ୍ଟି କରିବାକୁ ଚେଷ୍ଟା କରୁଛି ତାହା ତଦନ୍ତ କଲେ ଜଣାପଡିବ l Categories: ଓଡ଼ିଶା, କନ୍ଧମାଳ, ହୋମ୍ Related Content ବାଙ୍ଗାଲୋର ଓଡ଼ିଆ ସାହିତ୍ୟ ସମାଜ ତରଫରୁ ଗଙ୍ଗାଧର ମେହେର ଶ୍ରାଦ୍ଧ ଶତବାର୍ଷିକୀ ପାଳନ by Proprietor by Abhimanyu Maharana May 19, 2024 ନିମାପଡ଼ା ରେ ତ୍ରିପୁରାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିପ୍ଲବ ଦେବ ପ୍ରଭାତୀ ଙ୍କ ପାଇଁ ଭୋଟ୍ ଭିକ୍ଷା କଲେ by Proprietor by Abhimanyu Maharana May 19, 2024 ମୁଖ୍ୟମନ୍ତ୍ରୀଙ୍କ ଘୋଷଣା : କେନ୍ଦୁପତ୍ର ହିତାଧିକାରୀ ଦ୍ବିତୀୟ ପର୍ଯ୍ୟାୟରେ ୧୧୧ କୋଟି ଟଙ୍କା ସହୟତା ପାଇବେ - ଉପକୃତ ହେବେ ୮ ଲକ୍ଷରୁ ଅଧିକ ହିତାଧିକାରୀ by Proprietor by Abhimanyu Maharana May 19, 2024 ସିଏମସି ୫୮ ନମ୍ବର ୱ।ର୍ଡ଼ରେ ଘରେ ଘରେ ଶଙ୍ଖ ନିର୍ବାଚନ ପ୍ରଚାର by Proprietor by Abhimanyu Maharana May 19, 2024 ନୟାଗଡ଼ ବ୍ଲକର ବିଭିନ୍ନ ଗାଁ ଓ ପୌରାଞ୍ଚଳର ୩ ଗୋଟି ୱାର୍ଡରେ ପ୍ରଚାର କାର୍ଯ୍ୟକୁ ଯୋରଦାର କଲେ ଅରୁଣ by Proprietor by Abhimanyu Maharana May 19, 2024 ନୟାଗଡ଼ ବ୍ଲକର ବିଭିନ୍ନ ଗାଁ ଓ ପୌରାଞ୍ଚଳର ୩ ଗୋଟି ୱାର୍ଡରେ ପ୍ରଚାର କାର୍ଯ୍ୟକୁ ଯୋରଦାର କଲେ ଅରୁଣ by Proprietor by Abhimanyu Maharana May 19, 2024