No Result
View All Result
୧୮ ମେ , ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନୟାଗଡ଼ :-> ନୟାଗଡ଼ ନିର୍ବାଚନମଣ୍ଡଳୀର ନୟାଗଡ଼ ବ୍ଲକର ୫ ଗୋଟିସ ଗାଁରେ ପ୍ରଚାର କଲେ ଅରୁଣ । ଏଥି ସହିତ ନୟାଗଡ଼ ପୌରାଞ୍ଚଳର ୩ ଗୋଟି ୱାର୍ଡରେ ପ୍ରଚାର କାର୍ଯ୍ୟକୁ ଯୋରଦାର କରିଛନ୍ତି । ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଲୋକଙ୍କ ନିକଟରେ ପହଞ୍ଚିଥିବା ବେଳେ ରାସ୍ତାଘାଟଠାରୁ ଆରମ୍ଭ କରି ଶିକ୍ଷା,ସ୍ବାସ୍ଥ୍ୟ,ପାନୀୟଜଳ ଉପରେ ସରକାର ଗୁରୁତ୍ବ ଦେଇଛନ୍ତି । ଏହା ସହ ନୟାଗନ ପୌରାଞ୍ଚଳରେ ବ୍ୟାପକ କାର୍ୟ୍ୟ ହୋଇଥିବା ବିଧାୟକ ପ୍ରାର୍ଥୀ ଅରୁଣ ସାହୁ କହିଛନ୍ତି । ଆଜି ନୟାଗଡ଼ ବ୍ଲକର ବିଭିନ୍ନ ଗାଁ ବୁଲି ଜୋର୍ଦାର୍ ପ୍ରଚାର ଆରମ୍ଭ କରିଛନ୍ତି । ଲୋକଙ୍କ ସେବା ପାଇଁ ମୁଁ ସବୁବେଳେ ତତ୍ପର ଏବଂ କାର୍ୟ୍ୟ କରିବା ମୋର ଏକ ନିଶା ବୋଲି କହିଥିଲେ ।

ଏହି ବିଜୟ କେବଳ ମୋର ହେବନାହିଁ,ବରଂ ମୋ ଅଞ୍ଚଳବାସୀଙ୍କର ବିଜୟ ହେବ ବୋଲି କହିଥିଲେ । ଠିକ ସେହିପରି କୌଣସି ବିକାଶମୂଳକ କାର୍ୟ୍ୟକୁ ଯେପରି କଷ୍ଟ ସ୍ୱୀକାର କରି ନିର୍ମାଣ କରାଯାଇଥାଏ,ସନ୍ତାନକୁ ଜନ୍ମ ଦେଇଥିବା ମା\’ହିଁ ବୁଝିପାରିବ । ଏବଂ ଆଶା କରୁଛି ଆପଣ ସେ କଷ୍ଟକୁ ବୁଝିପାରିବେ।ସେ କଷ୍ଟକୁ ସହ୍ୟ କରିବା ଲାଗି ଶକ୍ତି ଓ ସାହସ ଯୋଗାଇଦେବେ ଓ ଯୋଡି ଶଙ୍ଖରେ ଆଶୀର୍ବାଦ କରି ନବୀନ ପଟ୍ଟନାୟକଙ୍କୁ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ କରି ସାରା ଭାରତବର୍ଷରେ ରେକର୍ଡ ସୃଷ୍ଟି କରିବେ ବୋଲି କହିଥିଲେ ଅରୁଣ।ଅନ୍ୟପକ୍ଷେ ବିରୋଧୀଙ୍କ ଲଢେଇ ମୋ ବିରୁଦ୍ଧରେ ହୋଇଥିବାବେଳେ ମୋର ଲଢେଇ ନୟାଗଡ଼ର ସମସ୍ୟା ବିରୁଦ୍ଧରେ ଓ ନୟାଗଡ଼ ପୌରାଞ୍ଚଳର ଉନ୍ନତି ପାଇଁ ମୋର ଲଢେଇ ଜାରି ରହିବ ବୋଲି କହିଥିଲେ।ଆଜି ବିଜେଡି ବିଧାୟକ ପ୍ରାର୍ଥୀ ଆଜି ନୟାଗଡ଼ ବ୍ଲକ ଅନ୍ତର୍ଗତ ଭୁତଡିହି, ମାନପୁର, କେଶରପୁର, ବିଞ୍ଝଗିରି ଓ ଗମେଇ ଗ୍ରାମରେ ଯୋରଦାର ପ୍ରଚାର କରିବା ସହ ବିଭିନ୍ନ ସଭା କରିଛନ୍ତି ।

ଏଥି ସହିତ ନୟାଗଡ଼ ପୌରାଞ୍ଚଳର ୧ ନଂ, ୨ ନଂ ଓ ୩ ନଂ ୱାର୍ଡରେ ପ୍ରଚାର କାର୍ଯ୍ୟ କରିଛନ୍ତି । ମୁଖ୍ୟମନ୍ତ୍ରୀ ଦେଇଥିବା ବିକାଶର ବାର୍ତ୍ତାକୁ ଲୋକମାନଙ୍କ ପାଖରେ ରଖିଛନ୍ତି।ବିଜୁ ଜନତା ଦଳ ସରକାର ଗଠନ ପ୍ରଥମ ଦିନରେ ହିଁ ପ୍ରତ୍ୟେକ ଉପଭୋକ୍ତାଙ୍କୁ ୧୦୦ ୟୁନିଟ ମାଗଣା ବିଜୁଳି ସମେତ ସମସ୍ତଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଅନ୍ତର୍ଭୁକ୍ତ କରିବାକୁ ସଂକଳ୍ପ ନେଇଛି ବୋଲି ପ୍ରକାଶ କରିଛନ୍ତି । ଏଥି ସହିତ ଯୁବବର୍ଗଙ୍କ ପାଇଁ ଯୁବ ବଜେଟ ସହ କୃଷି, ଶିଳ୍ପ,ଶିକ୍ଷା,ସ୍ବାସ୍ଥ୍ୟ ପାଇଁ ଅନେକ ଯୋଜନା ମୁଖ୍ୟମନ୍ତ୍ରୀ ପ୍ରସ୍ତୁତ କରିଥିବା କହିଛନ୍ତି । ୨୦୩୬ ମସିହା ବେଳକୁ ଓଡ଼ିଶା କିଭଳି ଅଗ୍ରଣୀ ରାଜ୍ୟରେ ପରିଣତ ହେବ ସେଥିପାଇଁ ମୁଖ୍ୟମନ୍ତ୍ରୀ ଅନେକ ରୋଡ୍ମ୍ୟାପ୍ ପ୍ରସ୍ତୁତ କରିଛନ୍ତି।ଏହି କାର୍ୟ୍ୟକ୍ରମରେ ଜିଲ୍ଲା ପରିଷଦ ସରୋଜ ରଣସିଂ, ନୟାଗଡ଼ ପୌରାଧ୍ୟକ୍ଷା ନିରୁପମା ଖଟେଇ, ଉପାଧ୍ୟକ୍ଷ ଗୁରୁପ୍ରସାଦ ଜେନା ଓ ପ୍ରତ୍ୟେକ ୱାର୍ଡର କାଉନସିଲର ମାନେ ଉପସ୍ଥିତ ରହିଥିଲେ ।

No Result
View All Result