No Result
View All Result
ଓଡ଼ିଶା ତାଜା ନ୍ୟୁଜ (୩ ସେପ୍ଟେମ୍ବର ଶନିବାର ) ବାଳୁଙ୍ଗା :- ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନାରେ ରଶ୍ମି ରଞ୍ଜନ ଦାସ ନୂତନ ଆଇଆଇସି ଭାବେ ଯୋଗଦେବା ପରେ ବେଆଇନ୍ ମଦ ଚାଲାଣ କରୁଥିବା ଅଭିଯୁକ୍ତ କୁ ଗିରଫ କରିବା ସହ କିଛି ଦିନ ପୂର୍ବରୁ ୧୩ ଟି ବ୍ରାଉନସୁଗାର ଜବତ କରି ଅଭିଯୁକ୍ତ ଙ୍କୁ ଗିରଫ କରିଥିଲେ ବୋଲି ଶ୍ରୀ ଦାଶ ଙ୍କ ଠାରୁ ପ୍ରକାଶ । ତେବେ ଖୋର୍ଦ୍ଧା ଜିଲ୍ଲା ପୋଲିସ ମୁଖ୍ୟାଳୟ ଇନ୍ସପେକ୍ଟର ଶ୍ରୀ ଦାସ ପୁର୍ବରୁ ଜିଲ୍ଲା ସ୍ୱତନ୍ତ୍ର ସ୍କ୍ୱାର୍ଡକୁ ଲିଡ଼ କରୁଥିଲେ ଏବଂ ଜଣେ ଦକ୍ଷ ଅଧିକାରୀ ଭାବେ ବେଶ ଜଣାଶୁଣା ଥିବା ବେଳେ ଅପରାଧିକ କାର୍ଯ୍ୟକଳାପ କୁ ରୋକିବା ଦିଗରେ ନିଜକୁ ଦକ୍ଷ ସାବ୍ୟସ୍ତ କରିପାରିଛନ୍ତି ଶ୍ରୀ ଦାସ ।
ବିଶେଷ କରି ଚାନ୍ଦପୁର ପରେ ଖୋର୍ଦ୍ଧା ଜିଲ୍ଲାର ସ୍ୱତନ୍ତ୍ର ସ୍କ୍ୱାର୍ଡ ଦାଇତ୍ୱ ନେବାପରେ ତାଙ୍କ ନେତୃତ୍ୱରେ ଜିଲ୍ଲାରେ ୧୩ ଗୋଟି ବ୍ରାଉନ ସୁଗାର କେସ ଠାବ କରାଯିବା ସହ ବିଭିନ୍ନ ବେଆଇନ ଖଣିରେ ଚଢ଼ାଉ କରି ୨୦୦ ରୁ ଅଧିକ ଗାଡ଼ି ଜବତ ଏବଂ ହାତଖଣ୍ଡି ପରି ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଗିରଫ କରାଯାଇଛି । ତେବେ ବାଲୁଗାଁ ଏକ ସମ୍ବେଦନଶୀଳ ଥାନା ହୋଇଥିବା ବେଳେ ଉକ୍ତ ଅଞ୍ଚଳକୁ ଅପରାଧମୁକ୍ତ କରିବା ପାଇଁ ଶ୍ରୀ ଦାସ ସେଠାରେ ଦାୟିତ୍ଵ ଗ୍ରହଣ କରିବା ପରେ ସେହି ଅଞ୍ଚଳ ର ବେଆଇନ୍ ମଦ ବେପାରୀ କୁ ଗିରଫ କରିବା ସହ ତାଙ୍କ ଠାରୁ ୧୦ ଟି ଆସ୍କା ୪୦ ଜବତ କରିଥିବା ଜଣାପଡିଛି ।
ଉକ୍ତ ବ୍ୟକ୍ତି ଜଣକ ବଡକୁଲ ର ଜଗବନ୍ଧୁ ଏବଂ ରଘୁନାଥପୁର ର ଦୁର୍ଗା ପ୍ରସାଦ ତରାଇ ଙ୍କ ନିକଟରୁ ୧୦ ଟି ଚୋରା ମଦ ଜବତ କରିଥିବା ବେଳେ ୧୭୩,୭୪/୨୨ ରେ ଏକ ମାମଲା ରୁଜ୍ଜୁ କରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି । ବାଲୁଗାଁ ଥାନା ଅଧିକାରୀ ଭାବେ ଦାୟିତ୍ଵ ଗ୍ରହଣ କରିବା ପରେ ଆଇଆଇସି ଙ୍କୁ କଡା ପଦକ୍ଷେପ ଓ ଶୃଙ୍ଖଳିତ କାର୍ଯ୍ୟଧାରା କୁ ଦେଖି ଅପରାଧୀ ମାନଙ୍କ ମନରେ ଭୟ ସୃଷ୍ଟି ହୋଇଥିବା ଜଣା ପଡ଼ିଛି । ଅନ୍ୟପକ୍ଷରେ ବାଲୁଗାଁକୁ ଅପରାଧମୁକ୍ତ କରିବା ସହ ରାଜ୍ୟ ସରକାରଙ୍କ ୫ଟି ବ୍ୟବସ୍ଥାକୁ ଗୁରୁତ୍ୱ ଦେବେ ବୋଲି ଶ୍ରୀ ଦାସ କହିଛନ୍ତି । ଅପରାଧିକ ମୁକ୍ତ କରିବା ପାଇଁ ଆଇଆଇସି ସ୍ଥାନୀୟ ଜନସାଧାରଣ ଙ୍କ ସହଯୋଗ ଲୋଡ଼ିଥିବା ପ୍ରକାଶ କରିଛନ୍ତି ।

No Result
View All Result