ନିଆରା କାର୍ଯ୍ୟକ୍ରମ : ଅନାଥ ପିଲାଙ୍କୁ ଗଣେଶ ପୂଜାରେ ଖଡ଼ି ଛୁଆଁଇଲେ ଓ ପୋଷାକ ବିତରଣ କଲେ – ଗାୟତ୍ରୀ ଦେବୀ

ଓଡ଼ିଶା ତାଜା ନ୍ୟୁଜ (୦୨ସେପ୍ଟେମ୍ବର ଶୁକ୍ର ବାର) ମାଲକାନଗିରି :- ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ଗଣେଶ ପୂଜା କିଏ କେତେ ପ୍ରକାର ଆୟୋଜନ କରୁଥିବା ବେଳେ ଟେମ୍ପରାରି କଲୋନୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଦେଖିବାକୁ ମିଳିଛି କିଛି ନିଆରା କାର୍ଯ୍ୟକ୍ରମ କ୍ଷ ଚିତ୍ରକୋଣ୍ଡା ବ୍ଲକ ଶିକ୍ଷା ଅଧିକାରୀ ଗାୟତ୍ରୀ ଦେବୀଙ୍କ ନଜରରେ କିଛି ଅନାଥ ଏବଂ ଗରିବ ପିଲା ଦେଖିବାକୁ ପାଇଥିଲେ ସେମାନଙ୍କୁ ପାଠ ପଠାଇବାର ସାହାଯ୍ୟ ଓ ସହାୟତାର ହାତ ବଢ଼ାଇ ନିଜ ଉଦ୍ୟମରେ ଗଣେଷ ଚତୁର୍ଥୀ ଅବସରରେ ବିଦ୍ୟାଳୟରେ ପାଠ ପଢ଼ିବାର ସୁଯୋଗ ସୃଷ୍ଟି କରାଯାଇଛି l

ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ସ୍ଥାନୀୟ ଚିତ୍ରକୋଣ୍ଡା ପଞ୍ଚାୟତ ଅନ୍ତର୍ଭୁକ୍ତ ଟେମ୍ପରାରି କଲୋନୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗଣେଶ ପୂଜା ଅନୁଷ୍ଠିତ ସମୟେ ଚିତ୍ରକୋଣ୍ଡା ଗୋଷ୍ଠୀ ଉର୍ଣ୍ଣୟନ ଅଧିକାରୀ ରଘୁନାଥ ମୁଣ୍ଡାରୀ ଉପସ୍ଥିତ ରହି ଅନାଥ ପିଲାମାନଙ୍କୁ ଖଡ଼ି ଛୁଆଇଥିଲେ ଏବଂ ଅନାଥ ପିଲାଙ୍କୁ ପୋଷାକ ବିତରଣ କରିଥିଲେ l

ଖଡ଼ି ଛୁଆଁ ଏବଂ ପୋଷାକ ବିତରଣ ସମୟରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦୁର୍ଯ୍ୟଧନ ସେଠି ଓ ବ୍ଲକ ଶିକ୍ଷାଧିକାରୀ ଶୁଶ୍ରୀ ଗାୟତ୍ରୀ ଦେବୀ ତଥା ବିଦ୍ୟାଳୟର କର୍ମଚାରୀ ସମୂହ ପରିଚାଳନା କରିଥିଲେ କ୍ଷ ଚିତ୍ରକୋଣ୍ଡା ବିଡ଼ିଓ ଓ ବିଇଓ ଏଭଳି  କାର୍ଯ୍ୟକ୍ରମକୁ ସାଧାରଣରେ ପ୍ରଂଶସା କରାଯାଇଛି l