ଯାଜପୁର ଜିଲ୍ଲା,କୋରେଇ ବ୍ଲକ – ଶିଶୁଟି କିପରି ଏପରି ଏକ ବିପଦପୂର୍ଣ୍ଣ ସ୍ଥାନରେ ପହଞ୍ଚିଲା ….

ଓଡିଶା ତାଜା ନ୍ୟୁଜ୍‌ (୨୬ ମଇ, ମଙ୍ଗଳବାର) : – ଯାଜପୁର ଜିଲ୍ଲା କୋରେଇ ବ୍ଲକ ରଗଡ଼ି ପଲିଟେକ୍‌ନିକ ନିକଟରେ ସୋମବାର ଅପରାହ୍ଣରେ ଏକ ଟ୍ରାନ୍ସଫର୍ମର ନିକଟରେ ଲୋକଙ୍କ ଭିଡ଼ ଜମିଥିଲା । ସମସ୍ତେ ଉପରକୁ ଚାହିଁ ରହିଥିଲେ । ଟ୍ରାନ୍ସଫର୍ମର ଖୁଣ୍ଟି ଅଗ୍ରରେ ଛିଡ଼ା ହୋଇଥିଲା ଏକ ଶିଶୁପୁତ୍ର । ବୟସ ୫ କି ୬ବର୍ଷ ହେବ ।

ସମସ୍ତେ ଠାକୁରଙ୍କ ପ୍ରାର୍ଥନାକୁ କରୁଥିଲେ ଶିଶୁଟି ସୁରକ୍ଷିତଭାବେ ତଳକୁ ଆସୁ । ଏପରି ଦୃଶ୍ୟ ଅନେକ ଲୋକଙ୍କ ଲୋମ ଟାଙ୍କୁରି ଉଠିଥିଲା । ଶିଶୁଟି କିପରି ଏପରି ଏକ ବିପଦପୂର୍ଣ୍ଣ ସ୍ଥାନରେ ପହଞ୍ଚିଲା ତାକୁ ନେଇ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଭାଗ୍ୟକୁ ଏହି ସମୟରେ କରେଣ୍ଟ ନଥିଲା । ଲୋକେ ବହୁବାର ଡାକିବା ପରେ ଶିଶୁଟି ତଳକୁ ଓହ୍ଲାଇଥିଲା।

odishatazanews.com, whatsApp – 9938341180, ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail – odishatazanews1@gmail.com