• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ପ୍ରଚାରରେ କମ୍ପୁଛି ଗାଁରୁ ସହର : ଦଳ ନୁହେଁ ପ୍ରାର୍ଥୀଙ୍କୁ ଦେଖି ଅଞ୍ଚଳର ବିକାଶ ପାଇଁ ମତଦାନ କରିବାକୁ ପ୍ରୟାସ

Proprietor Abhimanyu Maharana by Proprietor Abhimanyu Maharana
May 16, 2024
in ଓଡ଼ିଶା, କନ୍ଧମାଳ, ରାଜନୀତି, ହୋମ୍
0
ପ୍ରଚାରରେ କମ୍ପୁଛି ଗାଁରୁ ସହର : ଦଳ ନୁହେଁ ପ୍ରାର୍ଥୀଙ୍କୁ ଦେଖି ଅଞ୍ଚଳର ବିକାଶ ପାଇଁ ମତଦାନ କରିବାକୁ ପ୍ରୟାସ
Share on FacebookShare on TwitterWhatsapp

୧୫ ମେ , ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କନ୍ଧମାଳ :-> ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଥିବା ବେଳେ କନ୍ଧମାଳ ଜିଲ୍ଲାରେ ଦ୍ୱିତୀୟ ପର୍ଯ୍ୟାୟ ମଇ ୨୦ ତାରିଖରେ ହେବାକୁ ଥିବା ମତଦାନ ପାଇଁ ଜୋରଦାର ଚାଲିଛି ପ୍ରଚାର। ସମୟ ଯେତିକି ପାଖେଇ ଆସୁଛି, ପ୍ରାର୍ଥୀ ଓ ସମର୍ଥକ ମାନଙ୍କ ମଧ୍ୟରେ ସେତିକି ଉତ୍କଣ୍ଠା ବୃଦ୍ଧି ପାଇବାରେ ଲାଗିଛି।କନ୍ଧମାଳ ଲୋକସଭା ଅନ୍ତର୍ଗତ ବାଲିଗୁଡ଼ା ୮୨ ନଂ. ବିଧାନସଭା ମଣ୍ଡଳୀରେ ବିଧାୟକ ପ୍ରାର୍ଥୀ ଭାବରେ ବିଜେଡି ପକ୍ଷରୁ ଚକ୍ରମଣି କହଁର, କଂଗ୍ରେସରୁ ଉପେନ୍ଦ୍ର ପ୍ରଧାନ, ବିଜେପି ପକ୍ଷରୁ କଳ୍ପନା କହଁର ହୋଇଥିବା ବେଳେ ନ୍ୟାସନାଲ ଅପନୀ ପାର୍ଟି ତରଫରୁ ପ୍ରାର୍ଥୀ ଜୟସିଂ ମଲିକ ଏବଂ ମାନସ ଲୋକ ଶକ୍ତି ଦଳ ତରଫରୁ ଅଜୟ କୁମାର ମଲ୍ଲିକ ଅବତୀର୍ଣ୍ଣ ହୋଇଛନ୍ତି l

ବିଶେଷ କରି ବିଜେଡି , ବିଜେପି ଓ କଂଗ୍ରେସ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳୁଛି। ଚଳିତ ଥର ବିଜେଡି ଦ୍ୱିତୀୟ ଥର ପାଇଁ ଚକ୍ରମଣି ଙ୍କୁ ଭରସା କରି ଟିକଟ ଦେଇଥିବା ବେଳେ ବିଜେପି ଓ କଂଗ୍ରେସ ରାଜନୀତି ରେ ସମ୍ପୂର୍ଣ୍ଣ ନୂଆ ପ୍ରାର୍ଥୀଙ୍କୁ ଦେଇ ମୈଦାନକୁ ଓହ୍ଲାଇବା ସହ ଭୋଟରଙ୍କୁ ନିଜ ସପକ୍ଷରେ ଆଣିବା ପାଇଁ ଜୋରଦାର କସରତ ଆରମ୍ଭ କରିଛନ୍ତି। ତିନି ପ୍ରମୁଖ ଦଳର ପ୍ରାର୍ଥୀ ପ୍ରଚାର ଅଭିଯାନକୁ ଜୋରଦାର କରିଥିବା ବେଳେ ଭୋଟର ମାନଙ୍କ ଦ୍ୱାର ଦ୍ୱାର ବୁଲି ନିଜ ସପକ୍ଷରେ ସମର୍ଥନ ଯୋଗାଡରେ ବ୍ୟସ୍ତ ରହିଛନ୍ତି। ଏଥର ନିର୍ବାଚନରେ ବିଜେଡି, ବିଜେପି ଓ କଂଗ୍ରେସ ମଧ୍ୟରେ ତ୍ରିମୁଖୀ ପ୍ରତିଦ୍ୱନ୍ଦିତା ସ୍ପଷ୍ଟ ହୋଇସାରିଥିବା ବେଳେ, ଏଥର ଭୋଟର କିନ୍ତୁ ଅଧିକ ସଚେତନ ହୋଇଥିବା ଦେଖିବାକୁ ମିଳୁଛି।

ଭୋଟରମାନେ ପ୍ରାର୍ଥୀଙ୍କ ଯୋଗ୍ୟତା, ଅଞ୍ଚଳରେ ହୋଇଥିବା ବିକାଶ କାର୍ଯ୍ୟ, ହୋଇପାରିନଥିବା କାର୍ଯ୍ୟ, ଗ୍ରାମର ସମସ୍ୟା, କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ସଫଳତା ବିଫଳତା ନେଇ ପ୍ରାର୍ଥୀମାନଙ୍କ ସହିତ ସିଧାସଳଖ ଆଲୋଚନା କରୁଥିବା ଦେଖିବାକୁ ମିଳିଛି। ଭୋଟ ଭିକ୍ଷା ପାଇଁ ଯାଉଥିବା ପ୍ରାର୍ଥୀ କିମ୍ବା ତାଙ୍କର ସମର୍ଥକ ସରପଞ୍ଚ, ସମିତି ସଦସ୍ୟଙ୍କୁ ଗ୍ରାମର ସମସ୍ୟା ସମାଧାନ କେବେ ହେବ ବୋଲି ସିଧାସଳଖ ପଚାରୁଛନ୍ତି। ଯଦିଓ ଭୋଟବେଳେ ଅର୍ଥ ନେଣଦେଣ ଏକ ସାଧାରଣ ଘଟଣା ହୋଇସାରିଲାଣି, ଏଥର କିନ୍ତୁ ପ୍ରାର୍ଥୀଙ୍କ ଯୋଗ୍ୟତା ବାଲିଗୁଡା ଭୋଟରଙ୍କ ଉପରେ ଅଧିକ ପ୍ରଭାବ ପକାଇବ ବୋଲି ସାଧାରଣରେ ଆଲୋଚନା ହେଉଅଛି। ସହରାଞ୍ଚଳର ଭୋଟରମାନେ ଅଧିକ ସଚେତନ ସହିତ କୌଣସି ପ୍ରାର୍ଥୀଙ୍କ ସପକ୍ଷ କି ବିପକ୍ଷରେ ସିଧସାଳଖ ପାଟି ଖୋଲୁନଥିବାବେଳେ ପ୍ରାର୍ଥୀମାନେ ଗ୍ରାମାଞ୍ଚଳକୁ ଅଧିକ ଫୋକସ କରୁଥିବା ଦେଖିବାକୁ ମିଳିଛି ।

ବିଜେଡି ପ୍ରାର୍ଥୀ ଭାବରେ ଏଠାରୁ ପ୍ରଥମ ଥର ବିଜୟୀ ହୋଇ ଚକ୍ରମଣି କହଁରଙ୍କ ଉପରେ ଦଳ ପୁଣିଥରେ ଆସ୍ଥା ପ୍ରକଟ କରିଥିବା ବେଳେ ସେ ନିଜ ସମୟରେ ହୋଇଥିବା ବିକାଶମୂଳକ କାର୍ଯ୍ୟକୁ ଆଧାର କରି ଦୀର୍ଘବର୍ଷର ରାଜନୈତିକ ଅଭିଜ୍ଞତା ଓ ରଣ କୌଶଳରେ ବିରୋଧୀଙ୍କୁ ମାତ ଦେଇ ବିଜୟର ଡବଲ ହାଟ୍ରିକ ଲଗାଇବା ପାଇଁ ଦିନ ରାତି ଏକ କରି ନିର୍ବାଚନ ମଇଦାନରେ ବ୍ୟସ୍ତ ରହିଛନ୍ତି। ସେହିପରି ପ୍ରମୁଖ ବିରୋଧୀ ଦଳ ବିଜେପି ଏଠାରେ ମହିଳା କାର୍ଡ ଖେଳି ରାଜନୀତିରେ ପ୍ରଥମେ ପାଦ ଥାପି ଥିବା ନୂତନ ମହିଳା ପ୍ରାର୍ଥୀ ଭାବେ କଳ୍ପନା କହଁରଙ୍କୁ ସୁଯୋଗ ଦେଇଛି । ଗତ ୨୦୧୪ ନିର୍ବାଚନରେ ବିଜେଡି ତରଫରୁ ରାଜୀବ ପାତ୍ର ୩୭ହଜାର ୬୦୬ ଭୋଟ ପାଇ ନିର୍ବାଚିତ ହୋଇଥିବା ବେଳେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ କଂଗ୍ରେସ ର କ୍ଳେଶ ପ୍ରଧାନ ୩୪ହଜାର ୯୧୦ ଭୋଟ ପାଇ ଦ୍ୱିତୀୟ ସ୍ଥାନ ଓ ବିଜେପି ର କରେନ୍ଦ୍ର ମାଝୀ ୧୮ ହଜାର ୧୦୩ ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ଥିଲେ।

ଏଥିରେ ବିଜେଡିର ରାଜୀବ ପାତ୍ର ୨୬୯୬ ଟି ଭୋଟ ବ୍ୟବଧାନରେ ବିଜୟୀ ହୋଇ ନିର୍ବାଚିତ ହୋଇଥିଲେ। ସେହିପରି ୨୦୧୯ ନିର୍ବାଚନ ରେ ବିଜେଡିର ଚକ୍ରମଣି ୪୩ ହଜାର ୧୭୫ ଖଣ୍ଡ ଭୋଟ ପାଇ ନିର୍ବାଚିତ ହୋଇଥିବା ବେଳେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ କଂଗ୍ରେସ ର ସିମନ ମଲ୍ଲିକ ୩୬ ହଜାର ୨୬୫ ଖଣ୍ଡ ଭୋଟ୍ ପାଇଁ ଦ୍ୱିତୀୟ ସ୍ଥାନ ଓ ବିଜେପି ର କରେନ୍ଦ୍ର ମାଝୀ ୨୫ ହଜାର ୨୧୭ ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ଥିଲେ। ଏଥିରେ ବିଜେଡିର ଚକ୍ରମଣି କହଁର ୬୯୧୦ ଟି ଭୋଟ ବ୍ୟବଧାନରେ ବିଜୟୀ ହୋଇ ନିର୍ବାଚିତ ହୋଇଥିଲେ। ୨୦୧୪ ଓ ୨୦୧୯ ନିର୍ବାଚନ ର ଗଣନା କୁ ଲକ୍ଷ୍ୟ କଲେ କଂଗ୍ରେସ ଦ୍ୱିତୀୟ ସ୍ଥାନ ଓ ବିଜେପି ତୃତୀୟ ସ୍ଥାନରେ ରହି ଆସିଛି l ଏଥି ମଧ୍ୟରେ ପ୍ରଥମେ ପାଣ୍ଡିଆନ ଓ ପରେ ମୋଦିଜୀ ଆସି ପ୍ରଚାର କାର୍ଯ୍ୟ ସରାଇ ଗଲେଣି l

କଂଗ୍ରେସ ପକ୍ଷରୁ ବର୍ତ୍ତମାନ ସୁଦ୍ଧା କେହି ଷ୍ଟାର ପ୍ରଚାରକ ଆସି ନ ଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦୀ ହାୱା ଯୁବ ପିଢିର ଭୋଟରଙ୍କୁ ଅଧିକ ଆକର୍ଷିତ କରୁଥିବାବେଳେ ଏହା ତାଙ୍କୁ ସଫଳ କରାଇବ ବୋଲି ବିଜେପି ଆଶାବାଦୀ ଅଛି । ସେହିପରି ନିଜର ଆମାୟିକ ବ୍ୟବହାର ଓ ଜଣେ ଦକ୍ଷ ବ୍ୟକ୍ତିତ୍ୱ ଭାବରେ ସହରଠାରୁ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ଲୋକଙ୍କ ମନରେ ନିଜର ଏକ ସ୍ୱତନ୍ତ୍ର ଛବି ସୃଷ୍ଟି କରିବାରେ ସଫଳ ହୋଇଥିବା କଂଗ୍ରେସ ପ୍ରାର୍ଥୀ ଉପେନ୍ଦ୍ର ପ୍ରଧାନ ଲଢୁଆ ରଣନୀତି ସହିତ ଏଥର ନିର୍ବାଚନରେ ଫୋକସରେ ରହିଛନ୍ତି। ତାଙ୍କର ନିର୍ବାଚନ ପ୍ରଚାର ଶୈଳୀ ଅନ୍ୟ ଦଳ ଠାରୁ ଚର୍ଚ୍ଚାରେ ରହିଥିବାବେଳେ ନିର୍ବାଚନ ମଣ୍ଡଳୀରେ ଏଥର ନିର୍ବାଚନରେ କଂଗ୍ରେସ ନିର୍ଣ୍ଣାୟକ ଭୂମିକା ନେବ ବୋଲି ଆଲୋଚନା ହେଉଅଛି ।

ବିଜେଡି ଓ ବିଜେପିି ପ୍ରାର୍ଥୀ କଂଗ୍ରେସ ପ୍ରାର୍ଥୀଙ୍କ ଭୋଟ ହାର ଉପରେ ନିଜର ଜୟ ପରାଜୟ ନେଇ ଆକଳନ କରୁଥିବାବେଳେ ଶ୍ରୀ ପ୍ରଧାନ ଦଳ ନୁହେଁ ପ୍ରାର୍ଥୀଙ୍କୁ ଦେଖି ଅଞ୍ଚଳର ବିକାଶ ପାଇଁ ମତଦାନ କରିବାକୁ ଭୋଟରମାନଙ୍କୁ ନିବେଦନ କରୁଥିବା ଦେଖିବାକୁ ମିଳିଛି । ଲୋକଙ୍କ ବିଶ୍ୱାସ ତାଙ୍କୁ ବିଜୟି କରାଇବ ବୋଲି ଦୃଢ ବିଶ୍ୱାସ ନେଇ ଶ୍ରୀପ୍ରଧାନ ଏଥର ନିର୍ବାଚନ ମଇଦାନରେ ଉଭୟ ଦଳକୁ କଡା ଟକ୍କର ଦେଉଛନ୍ତି । ଏସବୁ ମଧ୍ୟରେ ବାଲିଗୁଡା ଲୋକ ଶାନ୍ତିପ୍ରିୟ । ବିକାଶ ସହିତ ଶାନ୍ତି ସଂସ୍କୃତି ସଂପର୍ଣ୍ଣ ଏହି ଅଞ୍ଚଳ ପରିଚୟ । ତେଣୁ ଭୋଟର ଜନାର୍ଦ୍ଦନ ନିଜ ଅଞ୍ଚଳର ବିକାଶ ପାଇଁ କାହାକୁ ନିଜର ନେତା ଭାବରେ ନିର୍ବାଚିତ କରିବେ ତାହାକୁ ନେଇ ରାଜନୈତିକ ମହଲରେ ଉତ୍କଣ୍ଠା ବଢିବାରେ ଲାଗିଛି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ରାଜ୍ୟସ୍ତରୀୟ ବୁଦ୍ଧିଜୀବି ସମ୍ମିଳନୀ ୨୦୨୬ – ଅନୁଷ୍ଠିତ

ରାଜ୍ୟସ୍ତରୀୟ ବୁଦ୍ଧିଜୀବି ସମ୍ମିଳନୀ ୨୦୨୬ – ଅନୁଷ୍ଠିତ

May 6, 2026
ପ୍ରେମରେ ପ୍ରତାରଣା : ଗର୍ଭବତୀ ପ୍ରେମିକାକୁ ନିର୍ମମ ହତ୍ୟା କଲା ପ୍ରେମିକର ଭାଇ – ପୁଲିସର ଛାନଭିନ

ପ୍ରେମରେ ପ୍ରତାରଣା : ଗର୍ଭବତୀ ପ୍ରେମିକାକୁ ନିର୍ମମ ହତ୍ୟା କଲା ପ୍ରେମିକର ଭାଇ – ପୁଲିସର ଛାନଭିନ

May 5, 2026
ହାଇଟେକ୍‌ର ଆଲାଏଡ୍‌ ଛାତ୍ରଛାତ୍ରୀ ଦେଶରେ ଶ୍ରେଷ୍ଠ ପାରାମେଡିକାଲ୍ ଷ୍ଟାଫ୍ ହେବେ – ଡକ୍ଟର ତିରୁପତି ପାଣିଗ୍ରାହୀ

ହାଇଟେକ୍‌ର ଆଲାଏଡ୍‌ ଛାତ୍ରଛାତ୍ରୀ ଦେଶରେ ଶ୍ରେଷ୍ଠ ପାରାମେଡିକାଲ୍ ଷ୍ଟାଫ୍ ହେବେ – ଡକ୍ଟର ତିରୁପତି ପାଣିଗ୍ରାହୀ

May 5, 2026
ମୁଁ ହାରି ନାହିଁ : ତେଣୁ ରାଜ ଭବନ ଯିବି ନାହିଁ – ମୁଁ ଇସ୍ତଫା ଦେବି ନାହିଁ – ଦିଦି

ମୁଁ ହାରି ନାହିଁ : ତେଣୁ ରାଜ ଭବନ ଯିବି ନାହିଁ – ମୁଁ ଇସ୍ତଫା ଦେବି ନାହିଁ – ଦିଦି

May 5, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ରାଜ୍ୟସ୍ତରୀୟ ବୁଦ୍ଧିଜୀବି ସମ୍ମିଳନୀ ୨୦୨୬ – ଅନୁଷ୍ଠିତ

ରାଜ୍ୟସ୍ତରୀୟ ବୁଦ୍ଧିଜୀବି ସମ୍ମିଳନୀ ୨୦୨୬ – ଅନୁଷ୍ଠିତ

May 6, 2026
ପ୍ରେମରେ ପ୍ରତାରଣା : ଗର୍ଭବତୀ ପ୍ରେମିକାକୁ ନିର୍ମମ ହତ୍ୟା କଲା ପ୍ରେମିକର ଭାଇ – ପୁଲିସର ଛାନଭିନ

ପ୍ରେମରେ ପ୍ରତାରଣା : ଗର୍ଭବତୀ ପ୍ରେମିକାକୁ ନିର୍ମମ ହତ୍ୟା କଲା ପ୍ରେମିକର ଭାଇ – ପୁଲିସର ଛାନଭିନ

May 5, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version