No Result
View All Result
ସବୁଠି ଉତ୍ସାହ ଦେଖିବାକୁ ମିଳୁଛି, ଜନତା ପାଇବେ ମାଗଣା ବିଜୁଳି
୧୫ ମେ , ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନୟାଗଡ଼ :-> ପାଖେଇ ଆସୁଛି ନିର୍ବାଚନ । ନେତା ଜନତା ସମସ୍ତେ ଚଳଚଞ୍ଚଳ । ନୟାଗଡ଼ ବିଧାନ ସଭା ନିର୍ବାଚନ ମଣ୍ଡଳୀରେ ବିଜେପି, କଂଗ୍ରେସ ଓ ବିଜେଡି ପକ୍ଷରୁ ଚାଲିଛି ଯୋରଦାର ପ୍ରଚାର । ବିଜେଡି ପ୍ରାର୍ଥୀ ଡ. ଅରୁଣ କୁମାର ସାହୁ କରୁଛନ୍ତି ନିଆରା ପ୍ରଚାର । ପ୍ରତ୍ୟେକ ଦିନ ବହୁ ଗ୍ରାମକୁ ଯାଇ ପ୍ରଚାର କାର୍ଯ୍ୟକୁ ତ୍ୱରାନିତ କରୁଛନ୍ତି । ଏଥି ସହିତ ପ୍ରତ୍ୟେକ ଦିନ ଅନେକ ବିରୋଧୀ ଦଳର ନେତା ମାନେ ବିଜେଡିରେ ସାମିଲ ହେଉଥିବା ଦେଖିବାକୁ ମିଳିଛି । ପ୍ରତ୍ୟେକ ଭୋଟରଙ୍କ ପାଖରେ ପହଞ୍ଚିବା ପାଇଁ ଯୋଜନା କରୁଛନ୍ତି ଅରୁଣ । ନୟାଗଡ଼ ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳ ପ୍ରଚାର କାର୍ଯ୍ୟରେ ଆଗୁଆ ରହିଥିବା ଦେଖିବାକୁ ମିଳିଲାଣି ।

ନୟାଗଡ଼ ନିର୍ବାଚନ ମଣ୍ଡଳୀରେ ହୋଇଥିବା ବିକାଶ ଓ ଉନ୍ନତିକୁ ମୁଦା କରି ବିପୁଳ ଭୋଟରେ ବିଜୟ ଲାଭ କରିବା ପାଇଁ ଯୋଜନା ପ୍ରସ୍ତୁତ କରିଛନ୍ତି ଅରୁଣ । ଆଜି ବିଜେଡି ବିଧାୟକ ପ୍ରାର୍ଥୀ ଡ. ସାହୁ ଓଡ଼ଗାଁ ବ୍ଲକର ୧୭ ଗୋଟି ଗ୍ରାମରେ ପ୍ରଚାର କାର୍ଯ୍ୟକୁ ଯୋରଦାର କରିଛନ୍ତି । ଆଜି ସକାଳୁ ସକାଳୁ ପନ୍ତିଖାରି, ବାରପୁରିକିଆ, ମଦନପୁର, ଡହଙ୍ଗି, ଖଜୁରିଆ, ହନୁମନ୍ତିଆ, ଦନ୍ଦୋର ଓ ଲିଙ୍ଗରାଜପ୍ରସାଦ ଗ୍ରାମ ବୁଲି ବିଭିନ୍ନ ସଭା କରିଛନ୍ତି । ଅପରାହ୍ନରେ ରବିଗାଡ଼ିଆ, ସାକେରୀ, କୋରପିଠା, ନନ୍ଦିଘୋର, ଗୌଡୁପୁଟୁ, ଲଣ୍ଡାବାଗୁ, ଲୁଣି, ଲଡୁସାହି ଓ ମାଳିଆଝୋଲା ଗ୍ରାମରେ ପ୍ରଚାର କାର୍ଯ୍ୟ ଯୋରଦାର କରିଛନ୍ତି । ମୁଖ୍ୟମନ୍ତ୍ରୀ ଦେଇଥିବା ବିକାଶର ବାର୍ତ୍ତାକୁ ଲୋକ ମାନଙ୍କ ପାଖରେ ରଖୁଛନ୍ତି ।

ବିଜୁ ଜନତା ଦଳ ସରକାର ଗଠନ ପ୍ରଥମ ଦିନରେ ହିଁ ପ୍ରତ୍ୟେକ ଉପୋଭୋକ୍ତାଙ୍କୁ ୧୦୦ ୟୁନିଟ ମାଗଣା ବିଜୁଳି ଯୋଗାଇ ଦିଆଜିବ ବୋଲି ପ୍ରକାଶ କରିଛନ୍ତି । ଏଥି ସହିତ ଯୁବ ବର୍ଗଙ୍କ ପାଇଁ ଯୁବ ବଜେଟ ସହ କୃଷି, ଶୀଳ୍ପ, ଶିକ୍ଷା, ସ୍ୱାସ୍ଥ୍ୟ ପାଇଁ ଅନେକ ଯୋଜନା ମୁଖ୍ୟମନ୍ତ୍ରୀ ପ୍ରସ୍ତୁତ କରିଥିବା ଡ. ସାହୁ କହିଛନ୍ତି । ୨୦୩୬ ମସିହା ବେଳକୁ ଓଡିଶା କିଭଳି ଅଗ୍ରଣୀ ରାଜ୍ୟରେ ପରିଣତି ହେବ ସେଥିପାଇଁ ମୁଖ୍ୟମନ୍ତ୍ରୀ ଅନେକ ରୋଡ଼ ମ୍ୟାପ ପ୍ରସ୍ତୁତ କରିଛନ୍ତି । ରାଜ୍ୟ ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କାର୍ଡ ଯୋଜନା ଠାରୁ ଆରମ୍ଭ କରି ମଧୁବାବୁ ଯୋଜନା, କାଳିଆ ଯୋଜନା, ମମତା ଯୋଜନା ଓ ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଅନେକ ଯୋଜନା କରିଥିବା ପ୍ରକାଶ କରିଛନ୍ତି ।

ମୁଖ୍ୟତଃ ମିଶନ ଶକ୍ତି ମା’ ମାନେ କିପରି ଅଧୀକ ରୋଜଗାର କ୍ଷମ ହୋଇପାରିବେ ସେଥି ନିମନ୍ତେ ମହିଳା ମାନଙ୍କୁ ଅଧୀକ ଗୁରୁତ୍ୱ ଦେଉଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମା’ ମାନେ ଅଧୀକ ଶକ୍ତିଶାଳୀ ହେବେ ରାଜ୍ୟର ଉନ୍ନତି ଘଟିବ ବୋଲି ଡ. ସାହୁ ପ୍ରକାଶ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଓଡ଼ଗାଁ ବ୍ଲକ ଲୋକନାଥ ସାହୁ, ସୁର୍ଯ୍ୟ ଚୌଧୁରୀ, ନିତ୍ୟାନନ୍ଦ ପ୍ରଧାନ, ବିଜନ ପାଇକରାୟଙ୍କ ସମେତ ସମସ୍ତ ଗ୍ରାମର ନେତାମାନେ ଉପସ୍ଥିତ ରହିଥିଲେ । ପ୍ରତ୍ୟେକ ସଭାରେ ଅଧୀକ ମହିଳା ମାନଙ୍କୁ ଦେଖିବାକୁ ମିଳିଥିଲା ।


No Result
View All Result