No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୯ ଅଗଷ୍ଟ ସୋମବାର) ଭୁବନେଶ୍ୱର :- ଓଡିଶାର ଲୋକପ୍ରିୟ ୧୦୮ ଆମ୍ବୁଲାନ୍ସ ସେବା ଏହାର ଉଲ୍ଲେଖନୀୟ ସେବା ବିତରଣ ପାଇଁ ଏକ ପ୍ରତିଷ୍ଠିତ ଜାତୀୟ ସ୍ତରୀୟ ପ୍ଲାଟ୍ଫର୍ମରେ ଉଚ୍ଚ ପ୍ରଶଂସିତ ହେବା ସହ ସ୍ୱୀକୃତି ହାସଲ କରିଛି । ଓଡିଶାର ସ୍ୱାସ୍ଥ୍ୟ ବିଭାଗ ଓ ଜାତୀୟ ସ୍ୱାସ୍ଥ୍ୟ ମିଶନ (ଏନ୍ଏଚ୍ଏମ୍) ତରଫରୁ ଜିକିତ୍ସା ହେଲ୍ଥକେୟାର ଲିମିଟେଡ୍ (ଜେଡ୍ଏଚ୍ଏଲ୍) ଦ୍ୱାରା ପରିଚାଳିତ ଏହି ଜରୁରୀକାଳିନ ସେବା ଓଡିଶାର ଅପହଂଚ ତଥା ବିଚ୍ଛିନ୍ନ ସ୍ଥାନ ଓ ସୁଦୂର ଅଂଚଳଗୁଡିକରେ ପହଂଚିବା ସମେତ ରାଜ୍ୟର ଲୋକମାନଙ୍କ ଚିକିତ୍ସା ଆବଶ୍ୟକତାକୁ ପୂରଣ କରିବା ପାଇଁ ରୋଗୀମାନଙ୍କର ସୁଦୂର ଯୋଗାଯୋଗକୁ ସୁନିଶ୍ଚିତ କରିବା ଦିଗରେ କାର୍ଯ୍ୟ କରୁଛି ।
ଏହା ଗତ ଅଗଷ୍ଟ ୨୨ ତାରିଖ ୨୦୨୨ରେ ନୂଆଦିଲ୍ଲୀର ରୋଜିଏଟ୍ ହାଉସ୍ଠାରେ ଆୟୋଜିତ ଏକ ପୁରସ୍କାର ବିତରଣ ଉତ୍ସବରେ ସମ୍ମାନିତ ଇଟି ଲିଡରସିପ୍ ଏକ୍ସିଲେନ୍ସ ଆୱାର୍ଡସ୍ ୨୦୨୨ ହାସଲ କରିଛି । ଏହା ‘ପ୍ରି-ହସ୍ପିଟାଲ କେୟାର୍’ ବର୍ଗ ଅଧିନରେ ଜରୁରୀକାଳିନ ଚିକିତ୍ସା ସେବା ଉପରେ ଏହାର ନିରନ୍ତର କାର୍ଯ୍ୟ ପାଇଁ ଏହି ପୁରସ୍କାର ଗ୍ରହଣ କରିଛି । ନୂଆଦିଲ୍ଲୀରେ ଆୟୋଜିତ ଏକ ବିଶାଳ କାର୍ଯ୍ୟକ୍ରମରେ ଅଭିନେତ୍ରୀ ଇଶା ଗୁପ୍ତା, ଜେଡ୍ଏଚ୍ଏଲ୍, ଓଡିଶାର ରାଜ୍ୟ ମୁଖ୍ୟ ସବ୍ୟସାଚୀ ବିଶ୍ୱାଳଙ୍କୁ ଏହି ପୁରସ୍କାର ପ୍ରଦାନ କରିଥିଲେ ।
ରୋଗୀମାନଙ୍କୁ ନିକଟସ୍ଥ ହସ୍ପିଟାଲକୁ ସ୍ଥାନାନ୍ତର କରି ଜରୁରୀକାଳିନ ସ୍ଥିତିରେ ଏକ ସୁଗମ ଓ ସମୟାନୁବର୍ତୀ ସେବା ପ୍ରଦାନ କରିବା ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା, ଯାହା ରାଜ୍ୟରେ ଅଗଣିତ ଲୋକଙ୍କ ଜୀବନ ରକ୍ଷା କରିଛି । ଏହି ଆୱାର୍ଡ ସମ୍ପର୍କରେ ମତ ରଖି, ଜେଡ୍ଏଚ୍ଏଲ୍, ଓଡିଶାର ରାଜ୍ୟ ମୁଖ୍ୟ, ସବ୍ୟସାଚୀ ବିଶ୍ୱାଳ କହିଛନ୍ତି, ‘ଇଟି ଲିଡରସିପ୍ ଏକ୍ସିଲେନ୍ସ ଆୱାର୍ଡସ୍ ୨୦୨୨ ହେଉଛି ଜିକିତ୍ସା ହେଲ୍ଥକେୟାରର ଉଲ୍ଲେଖନୀୟ ପ୍ରୟାସର ଏକ ଉପଯୁକ୍ତ ସ୍ୱୀକୃତି, ଯାହା ୭୦ ଲକ୍ଷରୁ ଅଧିକ ନାଗରିକଙ୍କୁ ସେବା ପ୍ରଦାନ କରିଥିବା ଓଡିଶାର ୧୦୮ ଆମ୍ବୁଲାନ୍ସ ସେବା ପଛର ପ୍ରମୁଖ ଶକ୍ତି । ଏହା ହେଉଛି ସେମାନଙ୍କର କଠିନ ପରିଶ୍ରମ ଓ ନିଷ୍ଠାର ଏକ ସ୍ୱୀକୃତି ।
ଗତ ୯ ବର୍ଷ ହେବ, ଆମେ ରାଜ୍ୟରେ ୧୦୮ ଆମ୍ବୁଲାନ୍ସ ସେବାର ପରିଚାଳନା କରିଆସୁଛୁ । ଆମେ ଦେଶ ପାଇଁ ଏକ ମଡେଲ୍ ଭାବେ ଆମର ସେବାକୁ ନିର୍ମାଣ କରିଛୁ । ଏହି ଆୱାର୍ଡ ଆମକୁ ଅଧିକ କାର୍ଯ୍ୟ କରିବା ପାଇଁ ପ୍ରୋତ୍ସାହିତ କରିବ । ଏହା ନିଶ୍ଚିତ ରୂପେ ଆମର ଟିମ୍କୁ ଭଲ କାମ ଜାରି ରଖିବା ପାଇଁ ପ୍ରେରଣା ଯୋଗାଇବ । ରାଜ୍ୟ ସରକାର ଏବଂ ଜାତୀୟ ସ୍ୱାସ୍ଥ୍ୟ ମିସନର ସହଯୋଗ ଦ୍ୱାରା ଏହା ଏକ ଅନୁକରଣୀୟ ଆମ୍ବୁଲାନ୍ସ ସେବାଭାବେ ନିଜକୁ ପ୍ରତିଷ୍ଠା କରିପାରିଛି ।’ଇଟି ଲିଡରସିପ୍ ଏକ୍ସିଲେନ୍ସ ଆୱାର୍ଡସ୍ ଆଇଟି, କଞ୍ଜ୍ୟୁମର ଡ୍ୟୁରାବୁଲ, ହେଲ୍ଥ, ରିଟେଲ୍, ଏଫ୍ଏମ୍ସିଜି, ଶିକ୍ଷା, ରିୟଲ ଇଷ୍ଟେଟ୍, ଫ୍ୟାଶନ, ଏଂଟର୍ଟେନ୍ମେଂଟ୍, ହସ୍ପିଟାଲିଟି, ସର୍ଭିସ୍, ଇକମର୍ସ, ଇନ୍ଫ୍ଲୁଏନ୍ସର୍ସ, ଅଟୋମୋବାଇଲ୍ ଆଦି କ୍ଷେତ୍ରରେ ଅତୁଳନୀୟ ଅବଦାନକୁ ସମ୍ମାନିତ କରିଥାଏ ।
୧୦୮ ଆମ୍ବୁଲାନ୍ସ ସେବାକୁ ୫ ମାର୍ଚ୍ଚ ୨୦୧୩ରେ ୨୮୦ଟି ଆମ୍ବୁଲାନ୍ସ ସହିତ ଆରମ୍ଭ କରାଯାଇଥିଲା, ଯାହା ଗତ ୯ ବର୍ଷ ମଧ୍ୟରେ ସମଗ୍ର ରାଜ୍ୟକୁ କଭର୍ କରିବା ପାଇଁ ବିସ୍ତାର ହୋଇଛି ଏବଂ ବର୍ତମାନ ଏହା ୧୧୨୪ଟି ଆମ୍ବୁଲାନ୍ସ ଓ ୬ଟି ବୋଟ୍ ଆମ୍ବୁଲାନ୍ସ ପରିଚାଳନା କରୁଛି । ଜେଡ୍ଏଚ୍ଏଲ୍ ଚିକିତ୍ସା ସମୟ ହ୍ରାସ କରି ମନୁଷ୍ୟ ଜୀବନ ବଂଚାଇବା ପାଇଁ ବିପଦ ସମୟରେ ରୋଗୀମାନଙ୍କୁ ହସ୍ପିଟାଲକୁ ସ୍ଥାନାନ୍ତର କରୁନାହିଁ ବରଂ ସ୍ୱାସ୍ଥ୍ୟ ସମସ୍ୟାଗୁଡିକ ଉପରେ ସଚେତନତା ସୃଷ୍ଟି କରିବା ବ୍ୟତୀତ ରୋଗୀ ଓ ସେମାନଙ୍କ ପରିବାର ସଦସ୍ୟଙ୍କୁ ନିକଟସ୍ଥ ଚିକିତ୍ସା ସୁବିଧା ସମ୍ପର୍କରେ ପରାମର୍ଶ ଦେଉଛି, ଗୁରୁତର ରୋଗୀଙ୍କୁ ପୁନର୍ଜୀବିତ କରିବା ପାଇଁ ପ୍ରାଥମିକ ଚିକିତ୍ସା ଓ ସିପିଆର ଦେବା ଉପରେ ପ୍ରଶିକ୍ଷଣ ପ୍ରଦାନ କରୁଛି ।
ଏହି ସଫଳତା ଉପରେ ଅଧିକ ମତ ରଖି ଜେଡ୍ଏଚ୍ଏଲ୍, ଓଡିଶାର ରାଜ୍ୟ ମୁଖ୍ୟ ସବ୍ୟସାଚୀ ବିଶ୍ୱାଳ କହିଛନ୍ତି, “ ଜିକିତ୍ସାରେ, ଜରୁରୀକାଳିନ ଚିକିତ୍ସା ସେବା ଓ ଉପଲବ୍ଧତା କ୍ଷେତ୍ରରେ ସମସ୍ତ ଆୟ ବର୍ଗର ଲୋକମାନଙ୍କୁ ଆନ୍ତର୍ଜାତୀୟ ମାନର ଗୁଣାତ୍ମକ ଯତ୍ନ ପ୍ରଦାନ କରିବା ଉପରେ ଆମର ଦୀର୍ଘାବଧି ଗୁରୁତ୍ୱ, ଏହି ଆୱାର୍ଡ ହାସଲ କରିବା ପଛର ଏକ ବୃହତ୍ କାରଣ ଅଟେ । ଏହାଛଡା ଭାରତରେ ମହାମାରୀ ପରିସ୍ଥିତିରେ ଆମକୁ ଓ ଆମ ପ୍ରୟାସକୁ ସ୍ୱୀକୃତି ପ୍ରଦାନ କରିଥିବାରୁ ଆମେ ଇଟି ଲିଡରସିପ୍ ଏକ୍ସିଲେନ୍ସ ଆୱାର୍ଡସ୍ ଜୁରୀକୁ ଧନ୍ୟବାଦ ଜଣାଉଛୁ । ଏଭଳି ପୁରସ୍କାର ଓ ସ୍ୱୀକୃତି ସମାଜର କଲ୍ୟାଣ ଦିଗରେ କାର୍ଯ୍ୟ କରୁଥିବା ସଂଗଠନଗୁଡିକ ପାଇଁ ଏକ ଅତିରିକ୍ତ ବୁଷ୍ଟର୍ ଭାବେ କାର୍ଯ୍ୟ କରିଥାଏ ।
ଏହି ବିଜୟ ଜିକିତ୍ସା ପରିବାରର ସମସ୍ତ କର୍ମଚାରୀଙ୍କୁ ସମର୍ପିତ ଅଟେ, ଯେଉଁମାନେ କର୍ତବ୍ୟର ଆହ୍ୱାନରୁ ଆଗକୁ ବଢୁଛନ୍ତି ଓ ସମାଜର ସେବା କରୁଛନ୍ତି । ଆମେ ଲୋକମାନଙ୍କୁ ସେବା ପ୍ରଦାନ କରିବା ପାଇଁ ଆମକୁ ଏହି ସୁଯୋଗ ପ୍ରଦାନ କରିଥିବାରୁ ରାଜ୍ୟ ସରକାରଙ୍କୁ ଏବଂ ଆମ କାର୍ଯ୍ୟରେ ସବୁବେଳେ ବିଶ୍ୱାସ ରଖିଥିବାରୁ ଆମର ପ୍ରାଇଭେଟ୍ ପାର୍ଟନର୍ମାନଙ୍କୁ ଧନ୍ୟବାଦ ଜଣାଉଛୁ ।”ଜିକିତ୍ସା ହେଲ୍ଥ କେୟାର ଲିମିଟେଡ୍ (ଜେଡ୍ଏଚ୍ଏଲ୍) ଓଡିଶାରେ ୧୦୮ ଓ ୧୦୨ ଆମ୍ବୁଲାନ୍ସ ସେବାଗୁଡିକ ପାଇଁ ଅପରେଟିଂ ଏଜେନ୍ସି ଭାବେ କାର୍ଯ୍ୟ କରୁଛି । ଜିକିତ୍ସା ନିଶ୍ଚିତ କରିଥାଏ ଯେ, ୧୦୮ ଆମ୍ବୁଲାନ୍ସଗୁଡିକ ଏଭଳି ଏକ ଉପାୟରେ ପରିଚାଳନାଗତ ଜିଲ୍ଲାଗୁଡିକରେ ରଣନୈତିକ ଭାବେ ଅବସ୍ଥିତ ରହିବେ, ଯାହାଫଳରେ ସମସ୍ତ ଜିଲ୍ଲାକୁ ସର୍ବନିମ୍ନ ସମୟରେ କଭର୍ କରାଯାଇପାରିବ । ଜଣେ ବ୍ୟକ୍ତି କଲ୍ କରିବାଠାରୁ ଆରମ୍ଭ କରି ଆମ୍ବୁଲାନ୍ସରେ ଆବଶ୍ୟକୀୟ ପ୍ରି-ହସ୍ପିଟାଲ କେୟାର ପ୍ରଦାନ କରିବା ଏବଂ ରୋଗୀଙ୍କୁ ନିକଟସ୍ଥ ହସ୍ପିଟାଲକୁ ନେବା ପର୍ଯ୍ୟନ୍ତ ସମସ୍ତ ସେବା ଓଡିଶାର ପ୍ରତ୍ୟେକ ନାଗରିକଙ୍କ ପାଇଁ ସମ୍ପୂର୍ଣ୍ଣ ମାଗଣା ଅଟେ ।

No Result
View All Result