• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ପ୍ରଦେଶ ଛାତ୍ର କଂଗ୍ରେସର କାର୍ଯ୍ୟକାରିଣୀ ବୈଠକ : ପ୍ରତି ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ପାଇଁ ସ୍ୱର ଉତୋଳନ କରାଯିବ – “ଛାତ୍ର ଯୋଡ଼, ଭାରତ ଯୋଡ଼” କାର୍ଯ୍ୟକ୍ରମର ଉଦ୍‌ଘାଟନ

Proprietor Abhimanyu Maharana by Proprietor Abhimanyu Maharana
August 30, 2022
in ଓଡ଼ିଶା, ମହାନଗର, ରାଜନୀତି, ହୋମ୍
0
ପ୍ରଦେଶ ଛାତ୍ର କଂଗ୍ରେସର କାର୍ଯ୍ୟକାରିଣୀ ବୈଠକ : ପ୍ରତି ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ପାଇଁ ସ୍ୱର ଉତୋଳନ କରାଯିବ – “ଛାତ୍ର ଯୋଡ଼, ଭାରତ ଯୋଡ଼” କାର୍ଯ୍ୟକ୍ରମର ଉଦ୍‌ଘାଟନ
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ (୨୯ ଅଗଷ୍ଟ ସୋମବାର) ଭୁବନେଶ୍ୱର :- ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ଶ୍ରୀ ୟାସିର ନୱାଜଙ୍କ ଅଧ୍ୟକ୍ଷତାରେ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ପ୍ରଦେଶ ଛାତ୍ର କଂଗ୍ରେସର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବିଜୁ ଜନତା ଦଳ ସରକାର କଲେଜ ଓ ୟୁନର୍ଭସିଟି ମାନଙ୍କରେ ୪ବର୍ଷ ଧରି ନିର୍ବାଚନ କରୁନଥିବା ପ୍ରସଙ୍ଗରେ ନିନ୍ଦା ପ୍ରସ୍ତାବ ଅଣାଯାଇଥିଲା । ଏହି ପରିପ୍ରେକ୍ଷୀରେ ଶ୍ରୀ ନୱାଜ କହିଥିଲେ ଯେ ୪ବର୍ଷ ଧରି ନିର୍ବାଚନ ବନ୍ଦ କରି ବିଜୁ ଜନତା ଦଳ ଓଡ଼ିଶାର ମହାବିଦ୍ୟାଳୟ, ସ୍ୱୟଂଶାସିତ ବିଦ୍ୟାଳୟ ଏବଂ ବିଶ୍ୱବିଦ୍ୟାଳୟ ମାନଙ୍କରେ ଯେଉଁ କ୍ୟାମ୍ପସ କମିଟି ଗଠନ କରିବାକୁ ଯାଉଛନ୍ତି ଏହା ଓଡ଼ିଶାର ଛାତ୍ର ସ୍ୱାର୍ଥ ବିରୋଧି । ବିରୋଧି ଦଳରେ ଛାତ୍ର ନେତା ସୃଷ୍ଟି କରାଇ ନଦେବାପାଇଁ ଏହା ଏକ ଷଡ଼ଯନ୍ତ୍ର । ବିଜୁ ଛାତ୍ର ଜନତା ଦଳର ଏହି ଗଣତନ୍ତ୍ର ବିରୋଧି କାର୍ଯ୍ୟ ସଂପର୍କରେ ସମସ୍ତ ଶିକ୍ଷାନୁଷ୍ଠାନରେ ସଚେତନତା ସୃଷ୍ଟି କରିବା ଆମର ପ୍ରଥମ ଦାୟୀତ୍ୱ ଓ କର୍ତବ୍ୟ ଅଟେ ।

କାର୍ଯ୍ୟକାରିଣୀରେ ରାଷ୍ଟ୍ରୀୟ ଛାତ୍ର କଂଗ୍ରେସର ସଂପାଦିକା ତଥା ଓଡ଼ିଶା ପ୍ରଭାରୀ ସୁଶ୍ରୀ ଅନୁଲେଖା ବୋଷା ଯୋଗଦେଇ କହିଥିଲେ ପ୍ରଦେଶ ଛାତ୍ର କଂଗ୍ରେସ ମଧ୍ୟ ଓଡ଼ିଶାର ସମସ୍ତ ମହାବିଦ୍ୟାଳୟ, ସ୍ୱୟଂଶାସିତ ମହାବିଦ୍ୟାଳୟ ଏବଂ ବିଶ୍ୱବିଦ୍ୟାଳୟ ମାନଙ୍କରେ କ୍ୟାମ୍ପସ କମିଟି ଗଠନ କରିବ । ଏହି କାର୍ଯ୍ୟ ଆଜିଠାରୁ ୨୦ ଦିନ ଭିତରେ ସଂପୂର୍ଣ୍ଣ ହେବାପାଇଁ ନିଷ୍ପତି ଗ୍ରହଣ କରାଯାଇଛି । ଦୁଇମାସ ପୂର୍ବରୁ ଏହି କାର୍ଯ୍ୟ ଚାଲୁ ରହିଛି । ସୁଶ୍ରୀ ବୋଷା କହିଥିଲେ ଯେ ୩ ମାସ ଭିତରେ “ଛାତ୍ର ଯୋଡ଼, ଭାରତ ଯୋଡ଼” କାର୍ଯ୍ୟକ୍ରମ ଓଡ଼ିଶାର ସମସ୍ତ ମହାବିଦ୍ୟାଳୟ ଏବଂ ବିଶ୍ୱବିଦ୍ୟାଳୟ ମାନଙ୍କରେ ଆୟୋଜିତ ହେବ । ଶ୍ରୀ ନୱାଜ କହିଥିଲେ ଯେ କ୍ୟାମ୍ପସ କମିଟି ନିଜ ନିଜର ଶିକ୍ଷାନୁଷ୍ଠାନ ସାମନାରେ ଛାତ୍ର ସଂସଦର ନିର୍ବାଚନ ଦାବି କରିବା ସହ ଓଡ଼ିଶା ସରକାର ଦୀର୍ଘ ୨୨ ବର୍ଷ ଧରି ଓଡ଼ିଶାର ଛାତ୍ର ସମାଜ ପ୍ରତି କରିଥିବା ଅନ୍ୟାୟର ପ୍ରତିବାଦ କରିବେ । ପ୍ଲା କାର୍ଡ଼ ପ୍ରଦର୍ଶନ କରିବ । ଶ୍ରୀ ନୱାଜ କହିଥିଲେ ଯେ ଛାତ୍ର ବିଜେଡ଼ି ଯେଉଁ କମିଟି ଗଠନ କରିବ ତାହା ଶିକ୍ଷାନୁଷ୍ଠାନମାନଙ୍କୁ ସଂପୂର୍ଣ୍ଣ ନିୟନ୍ତ୍ରିତ କରିବ ଏଥିରେ ସଂଦେହ ନାହିଁ ।

ଏବେ ସବୁ କଲେଜ ଓ ୟୁନିଭର୍ସସିଟି ଗୁଡ଼ିକ ବିଜୁ ଜନତା ଦଳରେ ପରିଣତ ହେବ । ହେଲ୍ପଡେସ୍କ, ସୂତନ୍ତ୍ର କ୍ୟାମ୍ପ, ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟ କର୍ତୃପକ୍ଷଙ୍କ ମନମାନୀ, ପିଲାଙ୍କ ସମସ୍ୟା ଓ ଦୁର୍ନୀତିକୁ ପଦାକୁ ଆଣିବା ପ୍ରସଙ୍ଗରେ ବିଜୁ ଛାତ୍ର ଜନତା କାମ କରିବ ବୋଲି ଯେଉଁ ଉଲ୍ଲେଖ କରାଯାଇଛି ତାହା ହାସ୍ୟାସ୍ପଦ । ଶ୍ରୀ ନୱାଜ ଆଗାମୀ ତିନି ମାସର କାର୍ଯ୍ୟକ୍ରମ ସଂପର୍କରେ ସୂଚନା ଦେଇ କହିଥିଲେ ଯେ ଜାତୀୟ ଶିକ୍ଷାନୀତି-୨୦୨୦କୁ ପ୍ରତିବାଦ, ଦିବ୍ୟାଙ୍ଗ ଓ ଖେଳ ସାର୍ଟିଫିକେଟ ଜାଲକରି ନାମଲେଖା, କଲେଜର ପାଣ୍ଠିର ଅପବ୍ୟବହାର ଓ ଦୁର୍ନୀତି, କଲେଜ ଫି ବୃଦ୍ଧି (ସରକାରୀ / ବେସରକାରୀ), କ୍ୟାମ୍ପସ ର‌୍ୟାଗିଂ, ଶାସକ ଦଳର ସମର୍ଥିତ ଛାତ୍ର ମାନଙ୍କର ଦୌରାତ୍ମ୍ୟ, କଲେଜ କତୃପର୍କ୍ଷଙ୍କ ମନମାନୀ ଏବଂ ପକ୍ଷପାତିତା, ନିଶାମୁକ୍ତ କ୍ୟାମ୍ପସ, ଅଧ୍ୟକ୍ଷ, ଅଧ୍ୟାପକ ଏବଂ ଅନ୍ୟାନ୍ୟ ଷ୍ଟାଫଙ୍କର ବର୍ଷ ବର୍ଷ ଧରି ପଦବୀ ଖାଲି ପ୍ରସଙ୍ଗରେ ଶାନ୍ତିପୂର୍ଣ୍ଣ ଭାବରେ ଗଣତାନ୍ତ୍ରିକ ପ୍ରକ୍ରିୟାରେ ବିକ୍ଷୋଭ ହେବ ।

ଶ୍ରୀ ନୱାଜ କହିଥିଲେ ଜିଲ୍ଲା କମିଟି / ବିଧାନସଭା ନିର୍ବାଚନ ମଣ୍ଡଳୀ କମିଟି କ୍ୟାମ୍ପସ କାର୍ଯ୍ୟକ୍ରମ ପରେବି ଛାତ୍ରମାନଙ୍କ ସହ ମିଶି “ଛାତ୍ର ଯୋଡ଼, ଭାରତ ଯୋଡ଼” କାର୍ଯ୍ୟକ୍ରମ କରିବେ । ଏଥିରେ ଅନ୍ୟୁନ ୫ କିଲୋମିଟର ପଦଯାତ୍ରାକରି ପଂଚାୟତ ସମିତି / ଏଡିଏମ ଓ ଜିଲ୍ଲାପାଳ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଆସି ପ୍ରତିବାଦ କରିବେ । ଶିକ୍ଷାନୁଷ୍ଠାନରେ ଅଧ୍ୟକ୍ଷ, ଅଧ୍ୟାପକ ଓ ଅନ୍ୟାନ୍ୟ ଷ୍ଟାଫ ପଦବୀ ଖାଲି, ଉତ୍କଟ ବେକାରୀ, ଦାରିଦ୍ର‌୍ୟ, ଦରଦାମ ବୃଦ୍ଧି, ମହିଳା ନିର୍ଯ୍ୟାତନା, ଦୁର୍ନୀତି, ଛାତ୍ର ଓ ଯୁବ ସମାଜ ପ୍ରତି ଉଦାସୀନତା, ଅସୁରକ୍ଷିତ କ୍ୟାମ୍ପସ, କ୍ୟାମ୍ପସରେ ନିଶା କାରବାର, ଚାକିରି ବିକିରି, ପୋଲିସ ଓ ସମସ୍ତ ସରକାରୀ ଅନୁଷ୍ଠାନର ପକ୍ଷପାତିତା ପ୍ରସଙ୍ଗରେ ଆନ୍ଦୋଳନ କରି ସାଧାରଣ ଜନତାଙ୍କୁ ସଚେତନ କରାଯିବ । ଆଜିର କାର୍ଯ୍ୟକାରିଣୀ ଓଡ଼ିଶାର ବନ୍ୟା ପ୍ରଭାବିତ ଜିଲ୍ଲା ମାନଙ୍କରେ ସ୍କୁଲ ଠାରୁ ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ସମସ୍ତ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନରେ ଫି ଛାଡ଼ ପାଇଁ ଦାବି କରୁଅଛି ।

୪ବର୍ଷ ଧରି ଓଡ଼ିଶାର ଛାତ୍ର ସମାଜକୁ ଭୂଆଁଁ ବୁଲାଇ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନକୁ ସ୍ଥଗିତ ରଖିଥିବା ବିଜୁ ଜନତା ଦଳ ସରକାର ବିରୋଧରେ ଛାତ୍ର ଆନ୍ଦୋଳନ ଏବଂ ଜନ ଆନ୍ଦୋଳନ ସୃଷ୍ଟି କରାଯିବା ସହ ଆଇନର ଆଶ୍ରୟ ନେବ ବୋଲି ନିଷ୍ପତି ନିଆଯାଇଛି । ଆଜିର କାର୍ଯ୍ୟକ୍ରମରେ ସାଂସଦ ନିରୋଜ ଡାଙ୍ଗି, ପୂର୍ବତନ ପିସିସି ସଭାପତି ଶ୍ରୀ ଜୟଦେବ ଜେନା, ଗଣେଶ୍ୱର ବେହେରା, ଦେବାଶିଷ ପଟ୍ଟନାୟକ, ପଂଚାନନ କାନୁନଗୋ, ଲଲାଟେନ୍ଦୁ ମହାପାତ୍ର, ବିଭୁତି ମିଶ୍ର ଓ ପ୍ରକାଶ ମିଶ୍ର ପ୍ରମୁଖ ଉପସ୍ଥିତ ରହି ଓଡ଼ିଶାରେ ଛାତ୍ର କଂଗ୍ରେସର ପ୍ରଭାବି ଭୂମିକା ଓ ଆଗାମୀ କାର୍ଯ୍ୟକ୍ରମ ଉପରେ ଉଦ୍‌ବୋଧନ ଓ ଉପଦେଶ ଦେଇଥିଲେ ।

ଏହି କାର୍ଯ୍ୟକ୍ରମରେ ନିହାର ବେହେରା, ସୁନିଲ ମାଟିଆ, ମହମ୍ମଦ ଗୁଲଫାମ, କାର୍ତିକେଶ୍ୱର କାଣ୍ଡି, ବିଶ୍ୱଭୂଷଣ ମହାପାତ୍ର, ସାଗର ପଟ୍ଟନାୟକ, ବିଭୂତିଭୂଷଣ ମହାପାତ୍ର, ଭାଗ୍ୟଶ୍ରୀ ମହାନ୍ତି, ରଣଜିତ ସେନାପତି, ଲିପିକା ପାତ୍ର, ଉଦିତ୍ ପ୍ରଧାନ, ସୌରଭ ପଟ୍ଟନାୟକ, ମହମ୍ମଦ ସମିଉଲ, ରାଜଲକ୍ଷ୍ମୀ ସାହୁ, ଆଜାଦ ପତି, ଲୁଲୁ ପାଣିଗ୍ରାହୀ, ଅଙ୍କିତ ସାହୁ, ନିଖିଲ ପଟ୍ଟନାୟକ, ଦେବାଶିଷ ମହାନ୍ତି, ଅବିନାଶ ନନ୍ଦ, ଅନନ୍ତ ଦାସ, ପରୱେଜ ଅକତାର, ନବିଲ ଅହମ୍ମଦ, ନିତେଶ ରଞ୍ଜନ ବେହେରା, ସୌମ୍ୟ ରଞ୍ଜନ ବରାଳ, ଅଭିଳାଷ ଜେନା, ଆରିୟନ ସାସମଲ, ସୌମ୍ୟ ମିଶ୍ର, ସାହାବାଜ ଖାନ ପ୍ରମୁଖ ଅଂଶଗ୍ରହଣ କରିଥିଲେ । ଏହି ଅବସରରେ ଛାତ୍ର ନେତ୍ରୀ ସ୍ନେହାପ୍ରଭା ଜେନା ପ୍ରଦେଶ ଛାତ୍ର କଂଗ୍ରେସରେ ଆନୁଷ୍ଠାନିକ ଭାବେ ଯୋଗାଦାନ କରିଛନ୍ତି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ପୁତୁରା ଏବଂ ଭାଇର ଆକ୍ରମଣରେ ବଡଭାଇ ମୃତ

ପୁତୁରା ଏବଂ ଭାଇର ଆକ୍ରମଣରେ ବଡଭାଇ ମୃତ

May 15, 2026
‘ସଙ୍ଗୀତଧାରା’ ଭକ୍ତିସଙ୍ଗୀତ ପ୍ରତିଯୋଗିତା, ୨୦ରେ ଫାଇନାଲ

‘ସଙ୍ଗୀତଧାରା’ ଭକ୍ତିସଙ୍ଗୀତ ପ୍ରତିଯୋଗିତା, ୨୦ରେ ଫାଇନାଲ

May 15, 2026
ଜିଲ୍ଲାରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ : ଶାନ୍ତିର ରାଜ୍ୟକୁ ବିଗାଡି ଦେଲାଣି ବିଜେପି ସରକାର

ଜିଲ୍ଲାରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ : ଶାନ୍ତିର ରାଜ୍ୟକୁ ବିଗାଡି ଦେଲାଣି ବିଜେପି ସରକାର

May 15, 2026
ସଂପର୍କ ଓ ପ୍ଲକର ମିଳିତ ଉଦ୍ୟମରେ ମୋ ଓଡ଼ିଶା କାହାଣୀ ସାମୁହିକ ଗଳ୍ପ କଥନ କର୍ମଶାଳା

ସଂପର୍କ ଓ ପ୍ଲକର ମିଳିତ ଉଦ୍ୟମରେ ମୋ ଓଡ଼ିଶା କାହାଣୀ ସାମୁହିକ ଗଳ୍ପ କଥନ କର୍ମଶାଳା

May 15, 2026

Recent News

ପୁତୁରା ଏବଂ ଭାଇର ଆକ୍ରମଣରେ ବଡଭାଇ ମୃତ

ପୁତୁରା ଏବଂ ଭାଇର ଆକ୍ରମଣରେ ବଡଭାଇ ମୃତ

May 15, 2026
‘ସଙ୍ଗୀତଧାରା’ ଭକ୍ତିସଙ୍ଗୀତ ପ୍ରତିଯୋଗିତା, ୨୦ରେ ଫାଇନାଲ

‘ସଙ୍ଗୀତଧାରା’ ଭକ୍ତିସଙ୍ଗୀତ ପ୍ରତିଯୋଗିତା, ୨୦ରେ ଫାଇନାଲ

May 15, 2026
ଜିଲ୍ଲାରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ : ଶାନ୍ତିର ରାଜ୍ୟକୁ ବିଗାଡି ଦେଲାଣି ବିଜେପି ସରକାର

ଜିଲ୍ଲାରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ : ଶାନ୍ତିର ରାଜ୍ୟକୁ ବିଗାଡି ଦେଲାଣି ବିଜେପି ସରକାର

May 15, 2026
ସଂପର୍କ ଓ ପ୍ଲକର ମିଳିତ ଉଦ୍ୟମରେ ମୋ ଓଡ଼ିଶା କାହାଣୀ ସାମୁହିକ ଗଳ୍ପ କଥନ କର୍ମଶାଳା

ସଂପର୍କ ଓ ପ୍ଲକର ମିଳିତ ଉଦ୍ୟମରେ ମୋ ଓଡ଼ିଶା କାହାଣୀ ସାମୁହିକ ଗଳ୍ପ କଥନ କର୍ମଶାଳା

May 15, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ପୁତୁରା ଏବଂ ଭାଇର ଆକ୍ରମଣରେ ବଡଭାଇ ମୃତ

ପୁତୁରା ଏବଂ ଭାଇର ଆକ୍ରମଣରେ ବଡଭାଇ ମୃତ

May 15, 2026
‘ସଙ୍ଗୀତଧାରା’ ଭକ୍ତିସଙ୍ଗୀତ ପ୍ରତିଯୋଗିତା, ୨୦ରେ ଫାଇନାଲ

‘ସଙ୍ଗୀତଧାରା’ ଭକ୍ତିସଙ୍ଗୀତ ପ୍ରତିଯୋଗିତା, ୨୦ରେ ଫାଇନାଲ

May 15, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version