No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୮ ଅଗଷ୍ଟ ରବିବାର ) ପାରଳାଖେମୁଣ୍ଡି :- ରାଜ୍ୟରେ ଚାକିରିର ପ୍ରଲୋଭନ ଦେଖାଇ ଗରିବ ଓ ଅସହାୟ ଯୁବକ ଯୁବତୀଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଲୁଟିବାରେ ଲାଗିଛନ୍ତି ଲୁଟେରା. ଏଭଳି ଏକ ଅଭିଯୋଗ ଗଜପତି ଜିଲ୍ଲା ସେରଙ୍ଗ ଥାନା ପୋଲିସ ରା.ଉଦୟଗିରି ଥାନା ଅଞ୍ଚଳର ଆଶିଷ କୁମାର ସିଂଙ୍କ ନାମରେ ଆସିଛି. ପୋଲିସ ଆଶିଷକୁ ଗିରଫ କରି ଶନିବାର କୋର୍ଟଚାଲାଣ କରିଛି. ଏନେଇ ଘଟଣାର ଅଧିକ ତଦନ୍ତ ଜାରୀ ରହିଛି. ଏଥିରେ ସଂପୃକ୍ତ ଅନ୍ୟମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେରଙ୍ଗ ଥାନା ଅଧିକାରୀ ଅଶୋକ କୁମାର ହାଁସଦା କହିଛନ୍ତି l ଅନ୍ୟପଟେ ଅଭିଯୁକ୍ତ ସଫେଇ ଦେଇ କହିଛି, ମୁଁ ଟଙ୍କା ନେଇ ନାହିଁ ବରଂ ମୁଁ ଠକାମୀର ଶିକାର ହୋଇଛି. ପିଲାଙ୍କ ଠାରୁ ଟଙ୍କା ଆଦାୟ କରି ଭୁବନେଶ୍ୱରର ଜଣେ ବ୍ୟକ୍ତିଙ୍କୁ ଦେଇଛି. ତେବେ ସେ କୌଣସି କାମ ନ କରିବାରୁ ଟଙ୍କା ଦେଇଥିବା ପିଲାମାନେ ମୋ ବିରୋଧରେ ଅଭିଯୋଗ କରିଛନ୍ତି l
ଥାନାଅଧିକାରୀଙ୍କ ସୂଚନାଅନୁଯାୟୀ, ୨୦୨୧ମସିହାରେ ବିଭିନ୍ନ ସ୍ଥାନରେ ଡାଟା ଏଣ୍ଟ୍ରି ଅପେରଟର ଏବଂ ଅନ୍ୟ ଚାକିରି କରାଇ ଦେବାକୁ କହି ଆଶିଷ ରା. ଉଦୟଗିରି, ନୂଆଗଡ଼, ଗୁମ୍ମା ଆଦି ଅଞ୍ଚଳର ଶିକ୍ଷିତ ବେକାରଙ୍କ ଠାରୁ ୬୦ହଜାର ଟଙ୍କା ଲେଖାଏଁ ନେଇଥିଲା. ଟଙ୍କା ଦେଇଥିବା ପିଲାଙ୍କୁ ନିଯୁକ୍ତି ପତ୍ର ମଧ୍ୟ ମିଳିଥିଲା ସେହି ନିଯୁକ୍ତି ପତ୍ର ଧରି ଯେତେବେଳେ ସେମାନେ ଉକ୍ତ କାର୍ଯ୍ୟାଳୟରେ ପହଞ୍ଚିଥିଲେ, ସେଠାରେ ସେ ସବୁ ନକଲି ବୋଲି ଜଣା ପଡିଥିଲା. ପିଲାମାନେ ଏ ବିଷୟରେ ଆଶିଷକୁ ଜଣେଇଵା ପରେ ସେ ଟଙ୍କା ଫେରେଇ ଦେବାକୁ ଲିଖିତ ପ୍ରତିଶୃତି ଦେବା ସହ ଚେକ ମଧ୍ୟ ଦେଇଥିଲେ.
ହେଲେ ଏହି ଘଟଣାକୁ ଆଜିକୁ ପ୍ରାୟ ୧ବର୍ଷ ରୁ ଅଧିକ ଦିନ ବିତିଯାଇଥିଲେ ସୁଧା ଆଶିଷ ଟଙ୍କା ଫେରେଇ ନଥିଲେ, ଦେଇଥିବା ଚେକ ମଧ୍ୟ ବାଉନ୍ସ ହୋଇଯାଇଥିଲା. ଗୁମ୍ମା ବ୍ଲକ ଆଶ୍ରୟଗଡ଼ର ସୁଧୀର ଲିମ୍ମା ଗତ ଜୁନ ୭ତାରିଖରେ ସେରଙ୍ଗ ଥାନାରେ ଅଭିଯୋଗ କରିଥିଲେ ଏହି ଘଟଣାକୁ ଭିତ୍ତିକରି ପୋଲିସ କେସ ନମ୍ବର ୪୨/୨୦୨୨ ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ l ପୋଲିସ ଆଶିଷକୁ ଭୁବନେଶ୍ୱରରୁ ଗିରଫ କରି ଶନିବାର କୋର୍ଟଚାଲାଣ କରିଛି. ଏହି ଘଟଣାରେ ସଂପୃକ୍ତ ମୁଖ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ପ୍ରୟାସ ଜାରୀ ରହିଥିବା ସେରଙ୍ଗ ଥାନା ଅଧିକାରୀ କହିଛନ୍ତି l


No Result
View All Result