No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୮ ଅଗଷ୍ଟ ରବିବାର ) ବୈପାରିଗୁଡା :- ପ୍ରତିଦିନ କେଉଁ ଠି ନା କେଉଁ ଠି ବୈପାରିଗୁଡା ଅବକାରୀ ଥାନା ପକ୍ଷରୁ ପାହାଡ,ଜଙ୍ଗଲ,ଦୁର୍ଗମ ଅଂଚଳ ସହ କିଛି ଗ୍ରାମ କୁ ଯାଇ ବେଆଇନ ଭାବେ ରନ୍ଧା ଯାଉ ଥିବା ଦେଶୀ ମଦ ଉପରେ ଚଢାଉ କରି ମଦ ଜବତ କରିବା ସହ ସେଗୁଡିକକୁ ନଷ୍ଟ କରୁଛନ୍ତି ମାତ୍ର କାହିଁକି ଏବେ ପର୍ଯ୍ୟନ୍ତ ଜଣେ ମଧ୍ୟ ମଦ ପ୍ରସ୍ତୁତକାରୀ କିମ୍ବା ବେପାରୀଙ୍କୁ ଧରିବାରେ ସଫଳତା ହାସଲ କରି ପାରୁନାହାନ୍ତି ବିଭାଗ । ବୈପାରିଗୁଡା ଅବକାରୀ ଥାନା ଅଧିନରେ ବୈପାରିଗୁଡା ଓ କୁନ୍ଧୁରା ବ୍ଲକ ପଡୁଥିବା ବେଳେ ଏହି ଅଂଚଳର ବିଭିନ୍ନ ସ୍ଥାନରେ ଏବେ ମଧ୍ୟ ଖୋଲାମେଳା ଭାବେ ଦେଶୀ ମଦ ରନ୍ଧା ଚାଲିବା ସହ ବିକ୍ରି ମଧ୍ୟ ହେଉଛି । ଅଧିକାଂଶ ସମୟ ଚଢାଉ ଠାରୁ ଟିକେ ଅଧିକ ଚଢାଉ ମଧ୍ୟରେ ଅବକାରୀ ବିଭାଗ ତରଫରୁ ଦେଶୀ ମଦ ଜବତ ହେଉଥିବା ସମୟରେ ମଦ ପ୍ରସ୍ତୁତିକାରୀ କିମ୍ବା ବେପାରୀ ମାନେ କେମିତି ଘଟଣା ସ୍ଥଳ ରୁ ଖସି ଯାଉଛନ୍ତି ।
ବୈପାରିଗୁଡା ଅବକାରୀ ଥାନା ପକ୍ଷରୁ କିଛି ସ୍ଥାନ ଉପରେ ଚଢାଉ କରି ପ୍ରଚୁର ପରିମାଣର ଦେଶୀ ମଦ ଜବତ କରି ସବୁ ସମୟରେ ବଡ ସଫଳତା ହାସଲ କରିଥିଲେ ମଧ୍ୟ ଜନସାଧାରଣଙ୍କ ମନରେ ପ୍ରଶ୍ନଉଙ୍ଗି ମାରୁଛି ଯେ କାହିଁକି ବିଭାଗୀୟ ଚଢାଉ ସମୟ ରେ ଖସି ଯାଉଛନ୍ତି ବେପାରୀ କିମ୍ବା ପ୍ରସ୍ତୁତକାରୀ । ନା ବିଭାଗର କିଛି କର୍ମଚାରୀଙ୍କ ଜ୍ଞାତସାର କିମ୍ବା ଭିତରିଆ ସମ୍ପର୍କ ରହିଛି କି ? ଯା ହେତୁ ମଦ ପ୍ରସ୍ତୁତକାରୀ କିମ୍ବା ବେଆଇନ ଭାବେ ବିକ୍ରି କରୁଥିବା ଦେଶୀ ମଦ ବେପାରୀ ମାନଙ୍କୁ ଚଢାଉ ପୂର୍ବ ରୁ ଆଗୁଆ ସୂଚନା ପ୍ରଦାନ କରୁଛନ୍ତି କି ତାହାକୁ ନେଇ ଏବେ ବୈପାରିଗୁଡା ଅଂଚଳରେ ଜୋରଦାର ଭାବେ ଆଲୋଚନା ଚାଲିଥିବାର ଶୁଣିବାକୁ ମିଳୁଛି । ତେବେ ଚଢାଉ ସମୟରେ ଏତେ ଏତେ କର୍ମଚାରୀ ମାନେ ସାମିଲ ହୋଇ ଚଢାଉ କରିବା ପାଇଁ ଯାଉଥିଲେ ମଧ୍ୟ କେବଳ ଚୋରା ଦେଶୀ ମଦ ଜବତ କରି ବାହା ବାହା ନେଉଥିବା ବେଳେ ଜଣେ ମଧ୍ୟ ବେପାରୀଙ୍କୁ ଗିରଫ କରିବା ରେ ବିଫଳ ହେଉଛନ୍ତି ।
ବୈପାରିଗୁଡା ଅବକାରୀ ବିଭାଗ ତରଫରୁ ଶନିବାର ଦିନ ଅବକାରୀ ଥାନା ଅନ୍ତର୍ଗତ ଲିମା ଓ ଘିଉରିଆଗୁଡା ଠାରେ ବେଆଇନ ଭାବେ ରନ୍ଧା ଯାଉଥିବା ମଦ ଭାଟି ଉପରେ ବୈପାରିଗୁଡା, ଜୟପୁର, କୋଟପାଡ ଅବକାରୀ ବିଭାଗ କର୍ମଚାରୀ,ଏପିଆର୍ ଫୋର୍ସ ଓ ପୋଲିସ କର୍ମଚାରୀ ମାନେ ସାମିଲ ହୋଇଥିଲେ । ଏବଂ ଉକ୍ତ ସ୍ଥାନ ରୁ ୪୩୫୦ ଲିଟିର ପେଚ ଓ ୨୭୦ ଲିଟିର ମହୁଲ ମଦ ଜବତ ମଧ୍ୟ କରିଥିଲେ । ତେବେ ଏତେ ସଂଖ୍ୟାକ କର୍ମଚାରୀ ରହି ମଧ୍ୟ କେମିତି ଘଟଣାସ୍ଥଳରୁ ମଦ ପ୍ର୍ରସ୍ତୁତକାରୀ ଖସି ଗଲେ ତାହାକୁ ନେଇ ଏବେ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଅବକାରୀ ବିଭାଗ ତରଫରୁ ଏଥି ପ୍ରତି ଟିକେ ସତନ୍ତ୍ର ଦୃଷ୍ଟି ଦେଲେ ଆଗାମୀ ଦିନର ଚଢାଉରେ କିଛି ବେପାରୀ ମାନେ ମଧ୍ୟ ଗିରଫ ହୋଇ ପାରନ୍ତେ ବୋଲି ମତ ପ୍ରକାଶ ପାଉଛି ।
No Result
View All Result