No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୮ ଅଗଷ୍ଟ ରବିବାର ) ସମ୍ବଲପୁର :- ପଶ୍ଚିମ ଓଡିଶାର ଅଧିଷ୍ଟାତ୍ରୀ ଦେବୀ ମାଁ ସମଲେଶ୍ବରୀ ପୀଠ କୁ ପହଞ୍ଚିଲା ନୂଆଁ ଖାଇ ପାଇଁ ସରିଆ ଧାନ । ସହର ନିକଟସ୍ଥ ବଲବସପୁର ଗ୍ରାମ ର ସୁବାଷ ବେହେରା ପ୍ରତି ବର୍ଷ ଏହି ଧାନ ଏକ ସ୍ବତନ୍ତ୍ର ବିଲରେ ରୋପଣ କରିଥାନ୍ତି । ଯାହାକି ୬୦ ଦିନ ମଧ୍ୟରେ ହୋଇଥାଏ । ଉକ୍ତ ଧାନକୁ ଶ୍ରୀ ବେହେରା ଆଜି ମନ୍ଦିର ଆସି ପ୍ରଦାନ କରିଥିଲେ । ମାଁ ସମଲେଶ୍ଵରୀଙ୍କ ମୁଖ୍ୟ ପୁଜକ ଅମ୍ବିକା ରାୟ ଏହାକୁ ଗ୍ରହଣ କରିଥିଲେ ।
ଏହାକୁ ଦୁଇ ଦିନ ଖରାରେ ଶୁଖାଇବା ପରେ ପରିବାର ଲୋକେ ଧାନ ରୁ ଗୋଟା ଚାଉଳ ବାହାର କରି ଘିଅ,ମହୁ, ଗୁଡ଼ ଦେଇ ମାଁ ଙ୍କ ପାଇଁ ଭୋଗ ପ୍ରସ୍ତୁତ କରିବେ । ନୂଆଁ ଖାଇ ଦିନ ଏହାକୁ ମାଁ ଙ୍କ ଠାରେ ଲାଗି ହେବ ବୋଲି ଶ୍ରୀ ରାୟ କହିଥିଲେ ।
No Result
View All Result