କାର୍ଯ୍ୟକ୍ରମ ନିର୍ଘଣ୍ଟ ଅନୁଯାୟୀ ସକାଳ ନଅଟା ବେଳେ ମଙ୍ଗଳାମୂର୍ତ୍ତି ପ୍ରତିଷ୍ଠା ଏବଂ ପୂଜାର୍ଚ୍ଚନା କାର୍ଯ୍ୟ ଶୁଭାରମ୍ଭ କରାଯିବ। ପବିତ୍ର ମନ୍ତ୍ର ଉଚ୍ଚାରଣ ଏବଂ ମାଙ୍ଗଳିକ ବିଧିବିଧାନ ଦ୍ଵାରା ସମଗ୍ର ପରିବେଶ ପବିତ୍ର ଓ ଭକ୍ତିପୂତ ଉତ୍ସ୍ୱାଶରେ ଆଚ୍ଛାଦିତ ହେବ ବୋଲି ଆଶା କରାଯାଉଛି। ଦିନ ସାଢେ଼ ଏଗାରଟା ସମୟରେ ଉପସ୍ଥିତ ଭକ୍ତ ମାନେ ଦେବଙ୍କର ଦେବଙ୍କୁ ପୁଷ୍ପାଞ୍ଜଳି ଅର୍ପଣ କରିବେ।
ଅନ୍ୟମାନଙ୍କ ମଧ୍ୟରେ କୁଳଦୀପ ପଟ୍ଟନାୟକ, ଅର୍ଚ୍ଚନା ପାଢ଼ୀ ଏବଂ ନବ୍ୟା ଜଇତି ପ୍ରମୁଖ ପ୍ରତିଷ୍ଠିତ ସଙ୍ଗୀତଜ୍ଞ ମାନେ ସେମାନଙ୍କର ସୁଲଳିତ ସଙ୍ଗୀତର ମଧୁର ମୂର୍ଚ୍ଛନାରେ ଶ୍ରୋତା ମାନଙ୍କୁ ଅଭିଭୂତ କରିବେ। ଏହାସହିତ ଓଡ଼ିଶାର ଦୁଇ ଲୋକପ୍ରିୟ ହାସ୍ୟ ଅଭିନେତା ମଧୁସୂଦନ ମିଶ୍ର ଓ ପ୍ରିତିରଞ୍ଜନ ପ୍ରଧାନ ମଧ୍ୟ ସେମାନଙ୍କର ଲଘୁକଥନ ଦ୍ଵାରା ଦର୍ଶକ ମାନଙ୍କୁ ହସାଇ ହସାଇ ବେଦମ୍ କରିବେ। ରଜ ରାଣୀ ରୂପାଲି ପାଣିଙ୍କର ମଞ୍ଚାରୋହଣ ମଧ୍ୟ ଜୋରଦାର ହେବ। ସମଗ୍ର ସାଂସ୍କୃତିକ ଅଧିବେଶନକୁ ଦକ୍ଷ ଉପସ୍ଥାପକ ଜ୍ୟୋତ୍ସ୍ନା ପ୍ରିୟଦର୍ଶିନୀ ସଂଯୋଜନା କରିବେ। ସମାବେଶରେ ବେଙ୍ଗାଲୁରୁ ଏବଂ ଏହାର ଆଖପାଖ ଇଲାକାରୁ ପ୍ରାୟ ଲକ୍ଷାଧିକ ଓଡ଼ିଆ ଓ ଅଣଓଡ଼ିଆ ଶ୍ରଦ୍ଧାଳୁ ଯୋଗଦେବେ ବୋଲି ଆକଳନ କରାଯାଉଛି। ବରେଣ୍ୟ ଅତିଥି ଭାବରେ ଭୁବନେଶ୍ଵରର ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ ମୋ ପରିବାର ଆବାହକ ଅରୂପ ପଟ୍ଟନାୟକ ଯୋଗ ଦେବେ।
ଚଳିତ ବର୍ଷର ଗଣେଶ ଉତ୍ସବରେ ବହୁ ସଂଖ୍ୟାରେ ପ୍ରବାସୀ ଓଡ଼ିଆ ଯୋଗଦେବାକୁ ଆୟୋଜକ ଓଡ଼ିଶା ପୂଜା କମିଟିର ପ୍ରତିଷ୍ଠାତା ଉପଦେଷ୍ଟା ନିହାର ସାମନ୍ତରା ନିବେଦନ କରିଛନ୍ତି। ପୂଜା କମିଟିର କର୍ମକର୍ତ୍ତା ଯଥା ସଭାପତି ହରପ୍ରସାଦ ମହାପାତ୍ର, ଉପସଭାପତି ପ୍ରଣୟ ସାହୁ, ସାଧାରଣ ସଂପାଦକ ହିମାଂଶୁ ମହାପାତ୍ର, ସାଂସ୍କୃତିକ ଯୁଗ୍ମ ସମ୍ପାଦକ ପ୍ରିୟବ୍ରତ ଦାଶ, ଗଣମାଧ୍ୟମ ଓ ପ୍ରଚାର ଯୁଗ୍ମ ସମ୍ପାଦକ ପ୍ରଭୁଦତ୍ତ ଧଳ, ସମାଜସେବା ଯୁଗ୍ମ ସମ୍ପାଦକ ସୌମ୍ୟ ରଞ୍ଜନ ମହାନ୍ତି, ଲୋକସମ୍ପର୍କ ଯୁଗ୍ମ ସମ୍ପାଦକ ଚିନ୍ମୟ ମନୋରଞ୍ଜନ ମହାନ୍ତି, ସଂଯୋଜନା ଯୁଗ୍ମ ସମ୍ପାଦକ ବିନୟ ସାହୁ ଏବଂ ପୂଜା ଯୁଗ୍ମ ସମ୍ପାଦକ ଅଜିତ ସାହୁ ଚଳିତ ବର୍ଷର ମହାବିନାୟକ ମହୋତ୍ସବ ଆୟୋଜନ କରିବାରେ ମୁଖ୍ୟ ଭୂମିକା ନିର୍ବାହ କରୁଥିବା ଜଣାଯାଇଛି।
© 2023 Odisha Taza News.