No Result
View All Result

ଓଡ଼ିଶା ତାଜା ନ୍ୟୁଜ (୨୭ ଅଗଷ୍ଟ ଶନିବାର ) ଭୁବନେଶ୍ୱର :- ରାଜ୍ୟ ସରକାରଙ୍କର ଔଷଧ କିଣାରେ ବ୍ୟାପକ ଦୁର୍ନୀତି ହୋଇଛି । ଶହ ଶହ କୋଟି ଟଙ୍କାର ହେରାଫେରି କରିଛନ୍ତି । ନିମ୍ନମାନର ଔଷଧ ବଂଟନ କରୁଛନ୍ତି । ସରକାରଙ୍କର ନିମ୍ନମାନର ମାଗଣା ଔଷଧ ଖାଇ ଶହ ଶହ କିଡ଼ନୀ ରୋଗୀ ବିକଳାଙ୍ଗ ହେବା ସହ ୨୩ ରୁ ଉର୍ଦ୍ଧ ରୋଗୀ ମଲେଣି ତଥାପି ସରକାର ତାଙ୍କ ଜିଦ୍ରେ ଅଟଳ । ପ୍ରଥମେ ୩୦ ଦିନ ନିମ୍ନମାନର ଔଷଧ ଖାଅ ତା’ପରେ ଅସୁବିଧା ହେଲେ ପୂର୍ବରୁ ଦିଆଯାଇଥିବା ଉଚ୍ଚଗୁଣାତ୍ମକମାନର ଔଷଧ ପ୍ରଦାନ କରାଯିବ ବୋଲି ଗତ ତା ୨୩.୦୮.୨୦୨୨ ରିଖ ରେ ସମସ୍ତ ଚିକିତ୍ସା ଅଧିକାରୀଙ୍କ ପାଖକୁ ନିର୍ଦ୍ଦେଶାନାମା ଜାରି କରାଯାଇଛି । ରାଜ୍ୟର ଶହ ଶହ କିଡ଼ନୀ ଖରାପ ଓ ପ୍ରତ୍ୟାରୋପଣ କରିଥିବା ରୋଗୀ ସରକାରଙ୍କ ଔଷଧ କିଣାରେ ଶହ ଶହ କୋଟି ଦୁର୍ନିତୀ ଓ ନିମ୍ନମାନର ଔଷଧ ଖାଇ ବାଧ୍ୟ ବାଧକତାର ନିର୍ଦ୍ଦେଶ ଦେଇ ସେମାନଙ୍କ ପରିବାର ମଧ୍ୟରେ ଘୋର ଅସନ୍ତୋଷ ।

ପୂର୍ବରୁ ପ୍ରଦାନ କରାଯାଉଥିବା ଔଷଧ ପୁନଃହ ପ୍ରଦାନ ଓ ଅଭିଜ୍ଞ ଡାକ୍ତରଙ୍କ ଦ୍ୱାରା ଚିକିତ୍ସା କରାଇବା ସହ । ଯେଉଁ ଚିକିତ୍ସା ବିଭାଗର ଉଚ୍ଚ ଅଧିକାରୀ ଓ କିଡ଼ନୀ ରୋଗର ଡାକ୍ତର ଅରୁଣା ଆଚାର୍ଯ୍ୟ ଖରାପ ଔଷଧ ଖାଇବାକୁ ରୋଗୀଙ୍କୁ ବାଧ୍ୟ କରିବା । ଖରାପ ଔଷଧ ଖାଇବାକୁ ମନା କଲେ ଚିକିତ୍ସାଳୟ ପରିଷରରେ ଗଳା ଧକ୍କା ଦେଇ ବାହାର କରିବା ଏବଂ ଟଙ୍କା ଦେଲେ ପୂର୍ବରୁ ଦିଆଯାଇଥିବା ଭଲ ଔଷଧ ମିଳିବ ବୋଲି କହୁଛନ୍ତି । ଚିକିତ୍ସା ବିଭାଗର ଉଚ୍ଚପଦାଧିକାରୀ ଓ ଡାକ୍ତର ଓ ଔଷଧ କମ୍ପାନୀମାନଙ୍କ ମଧ୍ୟରେ ଭିତିରି ସଲାସୁତୁରା ହୋଇ ରୋଗୀମାନଙ୍କୁ ନିମ୍ନମାନର ଔଷଧ ଦେଇ ରୋଗୀମାନଙ୍କୁ ବିକଳାଙ୍କ ଓ ମରିବାକୁ ବାଧ୍ୟ କରୁଛନ୍ତି ।

ସ୍ୱାସ୍ଥ୍ୟ ବିଭାଗର ସେହି ଦୁର୍ନିତୀ ଅଧିକାରୀ ତଥା ଏସ୍.ସି.ବି ମେଡ଼ିକାଲର ଡାକ୍ତର ଅରୁଣା ଆଚାର୍ଯ୍ୟଙ୍କୁ ତୁରନ୍ତ ଗିରଫ କରିବା ଦାବିରେ ଶହ ଶଡ କିଡ଼ନୀ ଓ ପ୍ରତ୍ୟାରୋପଣ କରିଥିବା ରୋଗୀ କ୍ୟାପିଟାଲ ଥାନା, ଡେପ୍ୟୁଟି କମିଶନର ପୋଲିସ୍ ଓ ପୋଲିସ୍ ମହାନିର୍ଦ୍ଦେଶକଙ୍କୁ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି । ପୋଲିସ୍ ପ୍ରଶାସନ ତୁରନ୍ତ ଏ ଦିଗରେ ପଦକ୍ଷେପ ନ ନେଲେ କିଡ଼ନୀ ରୋଗୀ ଓ ସେମାନଙ୍କ ପରିବାର ସଦସ୍ୟମାନେ ସରକାରଙ୍କ ବିରୁଦ୍ଧରେ ଦୃଢ ଆନ୍ଦୋଳନାତ୍ମକ ଓ ଆଇନଗତ ପଦକ୍ଷେପ ନେବେ ବୋଲି ଚେତାବନୀ ଦେଇଛନ୍ତି ।



No Result
View All Result