No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୭ ଅଗଷ୍ଟ ଶନିବାର ) ବୈପାରିଗୁଡା :- କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକ ଗୁପ୍ତେଶ୍ୱର ବନାଂଚଳ ପକ୍ଷରୁ ସିନ୍ଧିଗାଁ ପାଖ କଟନିକୁଣ୍ଡ ପାଖ ଜଙ୍ଗଳରୁ ବନବିଭାଗ ଚଢାଉ କରି ବିଫୁଳ ପରିମାଣର ଶାଳ ପଟ୍ଟା ଜବତ କରିଛି । ଗୁପ୍ତେଶ୍ୱର ବନାଂଚଳ ପକ୍ଷରୁ ମିଳିଥିବା ସୂଚନା ମୁତାବକ ବିଶେଷ ସୂତ୍ରରୁ ଖବର ପାଇ ଗୁପ୍ତେଶ୍ୱର ବନାଂଚଳ ଅଧିକାରୀ କାର୍ତିକେଶ୍ୱର ଖଣ୍ଡାଇଙ୍କ ନେତୃତ୍ୱରେ ଫରେଷ୍ଟର ଚୈତନ୍ୟ ତନ୍ତ୍ର ,ଗଦାଧର ଚୈଧୁରୀ ଓ ବିଭାଗର ପାରା କର୍ମଚାରୀ ମାନେ କଟନିକୁଣ୍ଡ ଜଙ୍ଗଲ କୁ ଯାଇଥିଲେ ।
ତେବେ ବନବିଭାଗ କର୍ମଚାରୀଙ୍କୁ ଦୂର ରୁ ଦେଖି କାଠ ବେପାରୀ ଘଟଣା ସ୍ଥଳରୁ ଫେରାର ହେବା ଚେଷ୍ଟା କରୁଥିବା ସମୟରେ ଜଙ୍ଗଲ ଭିତରୁ ହିଁ କାଠ ବେପାରୀ କୁ ଗିରଫ କରାଯାଇଥିବା ନେଇ ସୂଚନା ପ୍ରଦାନ କରିଛନ୍ତି ଗୁପ୍ତେଶ୍ୱର ବନାଂଚଳ ଅଧିକାରୀ କାର୍ତିକେଶ୍ୱର ଖଣ୍ଡାଇ । ଗିରଫ ଯୁବକ ଜଣକ ହେଲେ କଟନିକୁଣ୍ଡ ଗ୍ରାମର ମାଧବ ପରଜା । ଆଜି ଗିରଫ ଯୁବକକୁ କୋର୍ଟଚାଲାଣ କରାଯାଇଛି । ଏନେଇ ବନ ବିଭାଗରେ ମାମଲା ରୁଜୁ କରାଯାଇଛି । ୨୯ ଖଣ୍ଡ ପଟ୍ଟା ସହ ଯୁବକକୁ କାବୁ କରିବାରେ ସକ୍ଷମ ହୋଇଛି ବନବିଭାଗ କର୍ମଚାରୀ ।

No Result
View All Result