No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୫ ଅଗଷ୍ଟ ଗୁରୁବାର) ପାରଳାଖେମୁଣ୍ଡି :- ଗଜପତି ଜିଲା ଅଡବା ଥାନା ଅନ୍ତର୍ଗତ ଲୁଧିଗୁଡା ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଜଗଦୀଶ ବେହେରା ମଦ୍ୟପାନ କରି ମାତାଲ ଅବସ୍ଥାରେ ଅନ୍ୟ ଏକ ବିଦ୍ୟାଳୟ ଡେଙ୍ଗା ସଖାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଯାଇ ବିନା କାରଣରେ ୨୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀଙ୍କୁ ୨ଟି ବାଉଁଶ ବାଡିରେ ଆଖିବୁଜା ମାଡ ମାରି ଲହୁ ଲୁହାଣ କରିଥିଲେ ଏହି ସମୟରେ କିଛି ଶିକ୍ଷକ ବୁଝାସୁଝା କରିବାକୁ ଆସିଥିବା ବେଳେ ସେମାନଙ୍କୁ ମଧ୍ୟ ମାଡ ମାରିଥିଲେ । ପିଲା ମାନଙ୍କର ଅବିଭାବକ ମାନେ ଏହି ଘଟଣା ଜାଣିବା ପରେ ନିଜ ନିଜର ପିଲାମାନଙ୍କୁ ୨ଟି ଅଟୋରେ ନେଇ ଆସି .ଅଡବା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ
ପିଲା ମାନଙ୍କର ଗୋଡ, ହାତ, ଛାତି ଓ ମୁଣ୍ଡରେ ଆଘାତ ଲାଗିଛି ମୋହନା ଗୋଷ୍ଠୀ ଶିକ୍ଷା ଅଧିକାରୀ ଦେବ ଦାସ ତାମରାପୁ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ଛାତ୍ରଛାତ୍ରୀ ମାନଙ୍କ ଠାରୁ ସବୁ କଥା ଶୁଣିଲା ପରେ ମଦ୍ୟପ ଶିକ୍ଷକ ବେହେରାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ପ୍ରକାଶଯେ ମୋହନା ବ୍ଲକର ଉପାନ୍ତ ବିଦ୍ୟାଳୟ ଗୁଡିକରେ ଶିକ୍ଷକଙ୍କ ଅନୁପସ୍ଥିତି ସାଙ୍ଗକୁ ବହୁ ବିଦ୍ୟାଳୟର ଶିକ୍ଷକମାନେ ଶିକ୍ଷାଦାନ ସମୟରେ ମଦ୍ୟପାନ କରି ଆସୁଥିବା ଦେଖିବାକୁ ମିଳୁଛି । ଏହାର ସ୍ଥାୟୀ ସମାଧାନ ପାଇଁ ଉଚ୍ଚ କର୍ତ୍ତୃପକ୍ଷ ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ଗ୍ରାମବାସୀ ମାନେ ନିବେଦନ କରିଛନ୍ତି ।


No Result
View All Result