No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୫ ଅଗଷ୍ଟ ଗୁରୁବାର) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା କାଶିନଗର ପଞ୍ଚାୟତ ସମିତି ଅନ୍ତର୍ଗତ ସିଦ୍ଧାମଡଙ୍ଗ ଗ୍ରାମ ନିକଟରୁ ପଡୋଶୀ ରାଜ୍ୟ ଆନ୍ଧ୍ରକୁ କାଠ ଚୋରାଚାଲାଣ ହେଉଥିବାର ସଂଧ୍ୟା ସମୟରେ ପୋଲିସକୁ ବିଶ୍ୱସ୍ଥସୁତ୍ରରୁ ସୂଚନା ମିଳିଥିଲା । ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଜୟରାମ ଶତପଥି ନିର୍ଦ୍ଦେଶକ୍ରମେ ଆଦର୍ଶଥାନା ପାରଳାଖେମୁଣ୍ଡି ପୋଲିସ ଖିଙ୍ଗା ଗ୍ରାମ ନିକଟରେ ଏସ.ଆଇ. ପୁରୁଷୋତ୍ତମ ପାଇକଙ୍କ ନେତୃତ୍ୱରେ ପେଟ୍ରୋଲିଂ କଡାକଡି କରିଥିଲା । ସେହି ସମୟରେ ଖିଙ୍ଗା ଗ୍ରାମ ନିକଟରେ ଗାଡି ନଂ-ଏପି୩୦ଟିସି-୨୩୩୨ ଓ ଏପି୩୦ୟୁ-୨୧୦୦ ଟ୍ରାକ୍ଟରରେ କାଠ ବୋଝେଇ ହୋଇ ଯାଉଥିବାର ପୋଲିସ ଦେଖିଥିଲା । ଗାଡିର କାଗଜପତ୍ର ମାଗିବା ସହ କାଠ କେଉଁଠାକୁ ନେଉଛ ବୋଲି ପୋଲିସ ଉଭୟ ଟ୍ରାକ୍ଟରର ଚାଳକଙ୍କୁ ପଚାରିଥିଲା ।
ଉକ୍ତ କାଠକୁ ଆନ୍ଧ୍ରକୁ ନେଉଛୁ ବୋଲି କହିଥିଲେ କିନ୍ତୁ କାଠ ଚାଲାଣ କରିବା ନିମନ୍ତେ ସେମାନଙ୍କ ଠାରେ କୌଣସି ଅନୁମତି ପତ୍ର ନଥିଲା । ପୋଲିସ ତୁରନ୍ତ ୨ଟି କାଠ ବୋଝେଇ ଟ୍ରାକ୍ଟରକୁ ଜବତ କରିବା ସହ ୨ଜଣ ଡ୍ରାଇଭରକୁ ଥାନାରେ ଅଟକ ରଖିଥିଲା । ଅଟକ ଥିବା ଡ୍ରାଇଭର ମାନେ ହେଲେ ଆନ୍ଧ୍ର ପ୍ରଦେଶ ଶ୍ରୀକାକୁଲମ ଜିଲ୍ଲା ସାରବକୋଟା ଥାନା ଅନ୍ତର୍ଗତ ଜାମଚକ୍ରମ ଗ୍ରାମର ବି. ଦେବରାଜୁ(୪୦) ଓ ପାତପାଟନମ୍ ଥାନା ଅନ୍ତର୍ଗତ ପେଦା ସୋନାପୁର ଗ୍ରାମର ମାଲୁ ନାଇଡୁ(୩୫) । ପୋଲିସ ବନବିଭାଗକୁ ଏବିଷୟରେ ସୂଚନା ପ୍ରଦାନ କରିବା ସହ ଜବତ ହୋଇଥବା ୨ଟି କାଠ ବୋଝେଇ ଟ୍ରାକ୍ଟର ଓ ଅଟକ ରଖିଥିବା ୨ଜଣଙ୍କୁ ହସ୍ତାନ୍ତର କରିଥିବା ଡିଏସପି ଆର.କେ.ଦାସ ଗଣମାଧ୍ୟମକୁ ସୂଚନା ପ୍ରଦାନ କରିଛନ୍ତି । ଜବତ ହୋଇଥିବା କାଠର ଆନୁମାନିକ ମୂଲ୍ୟ ୩ଲକ୍ଷ ଟଙ୍କାରୁ ଉର୍ଦ୍ଦ ହେବ ବୋଲି ଜଣାପଡିଛି ।

No Result
View All Result