ସ୍ୱର୍ଗଦ୍ୱାର ଶ୍ମଶାନରେ ଗରିବ ଲୋକଙ୍କ ସବ ସତ୍କାର ପାଇଁ ହରିଶ୍ଚନ୍ଦ୍ର ସହାୟତା ଅର୍ଥ ବିନିଯୋଗରେ ଦୁର୍ନୀତି

ଓଡ଼ିଶା ତାଜା ନ୍ୟୁଜ (୨୪ ଅଗଷ୍ଟ ବୁଧବାର ) ପୁରୀ :- ସ୍ୱର୍ଗଦ୍ୱାର ଶ୍ମଶାନରେ ଗରିବ ଲୋକଙ୍କ ସବ ସତ୍କାର ପାଇଁ ହରିଶ୍ଚନ୍ଦ୍ର ସହାୟତା ଅର୍ଥ ବିନିଯୋଗରେ ଦୁର୍ନୀତି ଅଭିଯୋଗ ହୋଇଛି । ସମାଜର ଗରିବ ଏବଂ ଅସହାୟ ଲୋକଙ୍କ ଶବ ସତ୍କାର ପାଇଁ ରାଜ୍ୟ ସରକାର ପ୍ରଦାନ କରିଥିବା ହରିଶ୍ଚନ୍ଦ୍ର ସହାୟତା ଅର୍ଥରୁ ସ୍ୱର୍ଗଦ୍ୱାର ବିକାଶ ଏବଂ କଲ୍ୟାଣ ପାଣ୍ଠି ନାମରେ ବେଆଇନ ଭାବେ ଅର୍ଥ କାଟି ରଖାଯାଇଛି ।

ସ୍ୱର୍ଗଦ୍ୱାର ବିକାଶ ସମିତିର ଏଭଳି କାର୍ଯ୍ୟକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ଏହି ବିରୋଧରେ ଜନ ଆନ୍ଦୋଳନ ମୁଣ୍ଡ ଟେକିଛି । ଏଥିନିମନ୍ତେ ସୂର୍ଯ୍ୟ ନାରାୟଣ ରଥଙ୍କ ଅଧ୍ୟକ୍ଷତାରେ ହରିଶ୍ଚନ୍ଦ୍ର ସହାୟତା ଦୁର୍ନୀତି ର ତଦନ୍ତ ଏବଂ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଏକ ଦାବିପତ୍ର ପ୍ରଦାନ କରାଯାଇଛି ।

ହରିଶ୍ଚନ୍ଦ୍ର ସହାୟତା ଅର୍ଥରୁ ସ୍ୱର୍ଗଦ୍ୱାର ବିକାଶ ଏବଂ କଲ୍ୟାଣ ପାଣ୍ଠି ନାମରେ ଅର୍ଥ କଟାଯିବା ସମ୍ପୁର୍ଣ୍ଣ ବେଆଇନ ବୋଲି ଦାବି କରାଯାଇଛି । ଗୋବିନ୍ଦ ମହାପାତ୍ର, ପବିତ୍ର ଦଳେଇ, ଅବିନାଶ ମିଶ୍ର, ସୁଧାଂଶୁ ଜେନା, ଆଦିତ୍ୟ ନାରାୟଣ ବାରିକ, ବିସ୍ମୟ ମିଶ୍ର, ଶିବ ଦାସ, ନିରାକାର ମହାରଣା, କୃଷ୍ଣ ଶତପଥୀ ଉକ୍ତ କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ