No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୪ ଅଗଷ୍ଟ ବୁଧବାର ) ଭୁବନେଶ୍ୱର :- ୨୦୨୪ ସାଧାରଣ ନିର୍ବାଚନକୁ ଲକ୍ଷ୍ୟ କରି ତାର ବିଭିନ୍ନ ସଂଗଠନକୁ ସୁଦୃଢ କରିବାରେ ଲାଗିଛି । ଏହି ଯୁବ ବିଜେଡ଼ି ନେତାମାନେ ଭୋଟରମାନଙ୍କୁ ସଂଗଠିତ କରିବା ସହ ଦଳୀୟ ସ୍ଥିତିକୁ ଆହୁରି ମଜଭୁତ କରିବେ । ରାଜ୍ୟ ସରକାର ଓ ଜନସାଧାରଣଙ୍କ ମଧ୍ୟରେ ଏମାନେ ବଡ଼ ଯୋଗସୂତ୍ର ହୋଇଥିବା ବେଳେ ସାଂଗଠନିକ ଦକ୍ଷତାକୁ ଦୃଷ୍ଟିରେ ରଖି ଯୁବ ବିଜେଡ଼ି ନେତାମାନଙ୍କୁ ବିଭିନ୍ନ ଦାୟିତ୍ୱ ଦିଆଯାଇଛି । ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଯୁବ ବିଜେଡ଼ି ରାଜ୍ୟ କମିଟିର ପୁନର୍ବିନ୍ୟାସ କରାଯାଇଛି ।
ବିଜେଡ଼ିର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ସ୍ୱାକ୍ଷରରେ ଜାରି ହୋଇଥିବା ବିଜ୍ଞପ୍ତି ଅନୁଯାୟୀ ଶୁଭ୍ରଜିତ ପାଢୀଙ୍କୁ ଯୁବ ବିଜେଡ଼ି ଉପସଭାପତି ଭାବେ ନୂତନ ନିଯୁକ୍ତି ଦିଆଯାଇଛି । ଏହା ପୂର୍ବରୁ ଶ୍ରୀ ପାଢୀ ଯୁବ ବିଜେଡ଼ିର ସାଧାରଣ ସମ୍ପାଦକ ପଦବୀରେ ଦୀର୍ଘଦିନ ଧରି କାର୍ଯ୍ୟ କରୁଥିଲେ । ଯୁବ ବିଜେଡ଼ି ଉପସଭାପତି ଭାବେ ଶ୍ରୀ ପାଢୀଙ୍କୁ ନୂତନ ନିଯୁକ୍ତି ଦେଇଥିବାରୁ ସେ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିଜେଡ଼ି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ବିଜେଡ଼ି ସାଧାରଣ ସମ୍ପାଦକ (ଯୁବଛାତ୍ର ଦାୟିତ୍ୱ) ବିଧାୟକ ପ୍ରଣବ ବଳବନ୍ତ ରାୟ ଏବଂ ଚାନ୍ଦବାଲି ବିଧାୟକ ତଥା ଯୁବ ବିଜେଡ଼ି ରାଜ୍ୟ କମିଟି ସଭାପତି ଡଃ ବ୍ୟୋମକେଶ ରାୟଙ୍କୁ ଗଭୀର କୃତଜ୍ଞତା ଜଣାଇଛନ୍ତି ।

No Result
View All Result