ଏବେଠୁ କରୁଛନ୍ତି ଯୋଜନାବଦ୍ଧ ହୀନ ରାଜନୀତି , ଆଗକୁ ହାତେଇବେ ଆସନ
କୂଟ ଚକ୍ରାନ୍ତ ଚକ୍ରବ୍ୟୁହୋରେ ରଣପୁର ବିଧାୟକ : କେବେ ମୁକୁଳିବେ କୂଟ ଚକ୍ରାନ୍ତରୁ …?
ଓଡ଼ିଶା ତାଜା ନ୍ୟୁଜ (୨୪ ଅଗଷ୍ଟ ବୁଧବାର ) ରଣପୁର :- ରଣପୁର ଡିଗ୍ରୀ କଲେଜରେ ବିଧାୟକଙ୍କ ଦ୍ଵାରା ଭିତ୍ତିପ୍ରସ୍ତର ଉଦଘାଟନ କରାଇ ଭାଙ୍ଗିଦେଲେ ନାମ ଫଳକ ଏହାକୁ ନେଇ ଥାନା ରେ ଅଭିଯୋଗ ହୋଇଥିବା ଜଣା ପଡ଼ିଛି । ଶିକ୍ଷାନୁଷ୍ଠାନ ଭଳି ସ୍ଥାନରେ ନେତା ଙ୍କର ହୀନ ରାଜନୀତି ଦାଣ୍ଡରେ ପଡ଼ି ହାଟରେ ଗଡୁଛି । ଶାନ୍ତି ଶୃଙ୍ଖଳା ପୁର୍ଣ୍ଣ ଶିକ୍ଷାନୁଷ୍ଠାନ ରେ ଭିତ୍ତିପ୍ରସ୍ତର ଭଙ୍ଗାରୁଜା କରି ବିଧାୟକ ଙ୍କୁ ନୀଚ୍ଚ ଦେଖାଇଲେ ବିଜେଡି ର ତୁଙ୍ଗ ନେତା । ରଣପୁର ଡିଗ୍ରୀ ମହାବିଦ୍ୟାଳୟ ର ନୂତନ ଗୃହ ନିର୍ମାଣ ନିମନ୍ତେ ବିଶ୍ଵ ବ୍ୟାଙ୍କ ପକ୍ଷରୁ ୧ କୋଟି ୫୯ ଲକ୍ଷ ଟଙ୍କାର ବ୍ୟୟ ଅନୁଦାନରେ କଲେଜ ର ନୂତନ ଗୃହ ନିର୍ମାଣ କାର୍ଯ୍ୟ ଆରମ୍ଭ ନିମନ୍ତେ ସ୍ଥାନୀୟ ବିଧାୟକଙ୍କ ଦ୍ଵାରା ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା ତେବେ ଗତ ମଙ୍ଗଳବାର ଦିନ ନାମ ଫଳକ ଉଦଘାଟନ କାର୍ଯ୍ୟକ୍ରମ ସରିବା ପରେ ବିଧାୟକଙ୍କ ଉପସ୍ଥିତିରେ କିଛି ବିଜେଡ଼ି କର୍ମୀ ମାନେ ଉତ୍ତେଜିତ ହୋଇ ନାମ ଫଳକକୁ ଭାଙ୍ଗି ଦେଇଥିବା ଜଣାପଡିଥିଲା ।
ତେବେ ରଣପୁର ବ୍ଲକ୍ ଚେୟାରମ୍ୟାନ ଙ୍କ ନାମ କାହିଁକି ନାମ ଫଳକରେ ଲେଖାଗଲା ଏ ନେଇ ବିଜେଡ଼ି କର୍ମୀ ଉତ୍ତେଜନା ପ୍ରକାଶ କରିଥିଲେ ବୋଲି ସୂଚନା ମିଳିଛି । ନାମ ଫଳକରେ ସମସ୍ତ ବିଜେଡ଼ି ନେତା ମାନଙ୍କ ନାମ ରହିଥିବା ବେଳେ ବିଜେପି ଦଳର ବ୍ଲକ୍ ଚେୟାରମ୍ୟାନ୍ ଙ୍କ ନାମ ରହିବା ଓ ଉକ୍ତ କାର୍ଯ୍ୟକ୍ରମକୁ ବ୍ଲକ୍ ଚେୟରମ୍ୟାନଙ୍କୁ ନିମନ୍ତ୍ରଣ କରିବା ଏ ନେଇ ଉତ୍ତେଜନା ସୃଷ୍ଟି ହୋଇଥିବା କୁହାଯାଉଛି । ଏବଂ କିଛି ଛାତ୍ର ନେତା ଙ୍କୁ ଧରି କଲେଜ ଅଧ୍ୟକ୍ଷାଙ୍କୁ ର୍ଦୁବ୍ୟବହାର ପ୍ରଦର୍ଶନ କରିବା ସହ କଲେଜ ପରିସରରେ ବିଶୃଙ୍ଖଳା ସୃଷ୍ଟି କରିଥିବା ଜଣାପଡିିଛି ତେବେ ଏ ଭଳି ଉତ୍ତେଜନା ସୃଷ୍ଟି କରାଇ ଫଳକ ଭଙ୍ଗା ରୁଜା କରିବା ଦଳୀୟ ନେତାଙ୍କ ସାଜିସ୍ ବୋଲି ମଧ୍ୟ କୁହାଯାଉଥିବା ଶୁଣିବାକୁ ମିଳୁଛି ।
ଏବେ ବିଧାୟକଙ୍କ ସାଙ୍ଗରେ ରହି ବିଧାୟକଙ୍କ ଗୋଡ ଟାଣୁଥିବା ଓ ଗୋଛି କାଟୁଥିବା ନେତା ଏଭଳି ସାଜିସ୍ କରି ବିଧାୟକ ଉଦଘାଟନ କରିଥିବା ନାମ ଫଳକ କୁ ଭାଙ୍ଗିଥିବା କଥାଟି ବିଜେଡ଼ି ଦଳର ତୁଙ୍ଗ ନେତାମାନଙ୍କ ର ଏକ ହୀନ ରାଜନୈତିକ ମନୋବୃତି ବୋଲି ପ୍ରକାଶ ପାଉଛି । କଲେଜ୍ ପରିସର ଭିତରେ ଦଳୀୟ ଫାଟ ସୃଷ୍ଟି କରିବା ସହ ଏଭଳି ବିଶୃଙ୍ଖଳା ସୃଷ୍ଟି କରିଥିବା ଓ କଲେଜ ଅଧ୍ୟକ୍ଷାଙ୍କୁ ର୍ଦୁବ୍ୟବହାର କରିଥିବା ବିଜେଡ଼ି କର୍ମୀ ମାନଙ୍କ ନାମରେ ଥାନାରେ ଅଭିଯୋଗ ହୋଇଥିବା ଜଣାଯାଇଛି । ବିଧାୟକ ଙ୍କ ପାଖରେ ରହି ବିଧାୟକ ଙ୍କ ଗୁଣ ଗାନ କରୁଥିବା ନେତା ବିଧାୟକ ଙ୍କ ନାଁ ଖରାପ କରିବାରେ ଲାଗିପଡିଥିବା କଥା ଏଥିରୁ ସ୍ପଷ୍ଟ ବାରି ହେଉଛି ।
ହୀନ ରାଜନୀତି ର ଜ୍ୱଳନ୍ତ ଉଦାହରଣ














