No Result
View All Result
୮୦ ଲକ୍ଷ ଟଙ୍କା ବ୍ଯାଙ୍କ ରୁ ହଡପ ଘଟଣାରେ କିଛି ଜମାକାରୀଙ୍କ ଖାତାରୁ ଟଙ୍କା ଉଭାନ
ଓଡ଼ିଶା ତାଜା ନ୍ୟୁଜ (୨୪ ଅଗଷ୍ଟ ବୁଧବାର ) ବୈପାରୀଗୁଡା :- କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକ ଏକ ଆଦିବାସୀ ଅଧ୍ଯୁଷିତ ଅଂଚଳ ଭାବେ ପରିଚିତ ! ଏଠାକାର ଲୋକେ ଅଧିକାଂଶ ସମୟ ରାଜ୍ଯବାହାର କିମ୍ବା ବ୍ଲକ ଭିତରେ ରହି କୁଳି କାମ କରିବା ସହ ପରିବାର ଗୁଜୁରାଣ ମେଣ୍ଟାଇବା ପାଇଁ କିଛି କିଛି ଟଙ୍କା ବ୍ଯାଙ୍କରେ ଜମା କରିଥାନ୍ତି ! ତେବେ ୨୦ ତାରିଖ ଦିନ ବୈପାରିଗୁଡା ଓଆଇବି ବ୍ଯାଙ୍କର କ୍ଯାସିୟର ସନ୍ତୋଷ କୁ ବ୍ଯାଙ୍କର ଟଙ୍କା ଗାଏବ କରିବା ଘଟଣାରେ ପୋଲିସ ଗିରଫ କରି ଜେଲ କୁ ପଠାଇବା ପରେ ଏବେ ବ୍ଯାଙ୍କରେ ଖାତା ଖେଳିଥିବା କିଛି ଖାତାଧାରୀ ମାନେ ବୈପାରିଗୁଡା ଓଆଇବି ବ୍ଯାଙ୍କ କୁ ଯାଇ ସେମାନଙ୍କର ଆକାଉଣ୍ଟ ଚେକ୍ କରୁଥିବାର ଦେଖାଯାଇଛି ! ବୈପାରୀଗୁଡା ଓଆଇବି ବ୍ୟାଙ୍କ ର ୮୦ ଲକ୍ଷ ଟଙ୍କା ହଡ଼ପ ନେଇ ବ୍ୟାଙ୍କ କ୍ୟାସିୟର ସନ୍ତୋଷ ଦୋରା ଗିରଫ ପରେ ଏବେ ବ୍ୟାଙ୍କ ଜମାକାରୀଙ୍କ ନମରେ ପେଶିଛି ଛାନିଆ l
ବ୍ୟାଙ୍କ କୁ ଯାଇ ସେମାନଙ୍କର ଖାତା ଅପଡେଟ କରିବା ପାଇଁ ଯାଉଥିଲେ ମଧ୍ଯ ବ୍ଯାଙ୍କର ଅପଡେଟ୍ ମିସିନ ଖରପ ହୋଇ ପଡିଛି ତେଣୁ ଲୋକ ଏବେ ନିଜ ଖାତା ରେ ନିଜ ଟଙ୍କା ଅଛି କି ନାହିଁ ତାହା ଜାଣିବା କଷ୍ଟକର ହୋଇ ପଡିଛି ! ସେମାନେ ଏବେ ପର୍ଯ୍ଯନ୍ତ ସନ୍ଦେହ ରେ ଅଛନ୍ତି ଯେ ତାଙ୍କ ଟଙ୍କା ତାଙ୍କ ଏକାଉଣ୍ଟରେ ସୁରକ୍ଷିତ ଆଛି କି ନାହିଁ l ଦୁଇ ଦିନ ହେବ ଓଆଇବି ବ୍ୟାଙ୍କ ଆଗରେ ଓ ଭିତରେ ଲମ୍ବା ଲାଇନ ଲାଗିଥିବାର ଦେଖାଯାଇଛି ।ସମସ୍ତେ ନିଜ ଡିପୋଜିଟ ଟଙ୍କାର ହିସାବ ଜାଣିବା ଓ ଉଠାଇବା ପାଇଁ ଗହଳି ମଧ୍ଯ ଲଗାଇଛନ୍ତି । ଅନେକ ଜମାକାରୀଙ୍କ ଟଙ୍କାର ହିସାବ ଏବେ ପର୍ଯ୍ଯନ୍ତ ମିଳୁନାହିଁ ବୋଲି କହିଛନ୍ତି ଜମାକାରୀ । କିଏ ଝିଅ ବାହାଘର ପାଇଁ ଟଙ୍କା ଜମା କରି ଥିଲା ତ ଆଉ କିଏ ଜୀବନ ଯାକର ପାରିଶ୍ରମିକକୁ ବ୍ୟାଙ୍କର ସଞ୍ଚୟ କରି ରଖିଥିଲା ।
ହେଲେ ବ୍ୟାଙ୍କ ର ଟଙ୍କା ଓ ଜମାକାରୀ ଙ୍କ ଟଙ୍କା କୁ ଅନଲାଇନ୍ ଗେମ୍ ଖେଳିବା ନିଶା ସବୁ ଧୂଳିସାତ କରି ଦେଇଛି । ଜମାକାରୀଙ୍କ ଟଙ୍କା ବ୍ୟାଙ୍କରୁ ହଡପ ହୋଇଯାଇଛି । ଯାହାକୁ ନେଇ ବୈପାରୀଗୁଡା ଥାନାରେ ଏତଲା ଦେଇଛନ୍ତି କିଛି ଜମାକାରୀ ! ତେବେ କେତେ ଜଣଙ୍କ ଟଙ୍କା ହେରଫେର ହୋଇଛି ସମସ୍ତଙ୍କ ଅଭିଯୋଗ ଆସିବା ପରେ ହିଁ କିଛି କହି ହେବ ବୋଲି କହିଛନ୍ତି ଥାନା ଅଧିକାରୀ ଅଶ୍ବିନୀ କୁମାର ପଟ୍ଟନାୟକ । ତେବେ ଓଆଇବି ବ୍ୟାଙ୍କ ରେ ୮ ହଜାରରୁ ଅଧିକ ଗ୍ରାହକଙ୍କ ଜମାଖାତା ରହିଛି । ଏବେ ଅନେକଙ୍କ ହିସାବ ମିଳୁନାହିଁ ବୋଲି କହିଛନ୍ତି ଜମାକାରୀ । ବ୍ୟାଙ୍କରୁ ଟଙ୍କା ଲୁଟ ଘଟଣାରେ ବ୍ୟାଙ୍କର ଉଚ୍ଚପଦସ୍ଥ ଅଧିକାରୀ ଶାଖାରେ ତନାଘନା ଚଳାଇଛନ୍ତି । ବ୍ରାଞ୍ଚ ମ୍ୟାନେଜର କହିଛନ୍ତି ଯେ ସମସ୍ତ ଜମାକାରୀଙ୍କ ଟଙ୍କା ମିଳିଯିବ ମାତ୍ର ତଦନ୍ତ ଚାଲିଥିବାରୁ ଟିକିଏ ଅପେକ୍ଷା କରିବାକୁ ପଡିବ ।

No Result
View All Result