ଓଡ଼ିଶା ତାଜା ନ୍ୟୁଜ (୨୩ ଅଗଷ୍ଟ ମଙ୍ଗଳବାର ) ବୈପାରିଗୁଡା :- କୋରାପୁଟ ଜିଲା ବୈପାରିଗୁଡା ଥାନା ଅଧୀନ ରାମଗିରି ଗୁପ୍ତେଶ୍ବର ରାସ୍ତା ର ଜାମେଲାବେଡା ଛକରେ ଏକ ବାଇକ ଦୁର୍ଘଟଣା ଘଟି ଥିବାର ଶୁଣିବାକୁ ମିଳୁଛି। ତେବେ ବାଇକ୍ ଦୁର୍ଘଟଣାରେ ଘଟଣାସ୍ଥଳରେ ରାସ୍ତା କଡରେ ଜଣେ ଯୁବକ ପଡିଥିବା ବେଳେ ସେହି ସ୍ଥାନରେ ଜଣେ ସ୍ତ୍ରୀ ଲୋକ ମଧ୍ଯ ଦୁର୍ଘଟଣା ରାସ୍ତା ଉପରେ ବସି ରହିଥିବାର ଫୋଟ ରୁ ଜଣାପଡୁଛି ! ତେବେ ଏହି ରାସ୍ତାରେ କେମିତି ଦୁର୍ଘଟଣା ହେଲା ତାହା ଜଣାପଡିନଥିବା ବେଳେ ବାଇକ ଚାଳକ ଓ ସେହି ମହିଳାଙ୍କ ପରିଚୟ ସ୍ପଷ୍ଟ ଭାବେ ମିଳିପାରିନାହିଁ !
ସେମାନେ କୁଆଡେ ଯାଇଥିଲେ ତାହା ମଧ୍ଯ ଜଣାପଡିନାହିଁ ! ଏସମ୍ପର୍କରେ ପୋଲିସ ଥାନାରେ ଯୋଗାଯୋଗ କରିଥିଲେ ମଧ୍ଯ ପୋଲିସ ପାଖରେ ସୂଚନା ନଥିବା କହିଛନ୍ତି ଥାନା ଆଇଆଇସି ଅଶ୍ବିନୀ କୁମାର ପଟ୍ଟନାୟକ ! ବୈପାରିଗୁଡା ଗୋଷ୍ଠୀ ସ୍ବାସ୍ଥ୍ଯ କୁ ମଧ୍ଯ କୌଣସି ସୂଚନା ନଥିବାର ଶୁଣିବାକୁ ପାଇଛୁ ! ତେବେ ଏହି ଦୁଇ ଜଣ କେଉଁ ଗ୍ରାମର ତାହାର ତଦନ୍ତ ପୋଲିସ କରିବ ବୋଲି ପ୍ରକାଶ କରିଛି ! ଦୁର୍ଘଟଣା ବାଇକର ଗାଡି ନମ୍ବର OD 30 E 1962 ଥିବା ବାଇକରୁ ଦେଖିବାକୁ ମିଳିଛି !














