No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୩ ଅଗଷ୍ଟ ମଙ୍ଗଳବାର ) ବରଗଡ଼ :- ଅତାବିରା ପୋଲିସ ହାତରେ ଧରାପଡ଼ିଲେ ଆନ୍ତଃଜିଲା ମୋବାଇଲ ଟାୱାର କେବୁଲ ତାର ଚୋର ଗ୍ୟାଙ୍ଗ । ସମ୍ବଲପୁର ଓ ବରଗଡ଼ ଜିଲ୍ଲାରେ ଏହି ଗ୍ୟାଙ୍ଗ ବିଭିନ୍ନ ମୋବାଇଲ ଟାୱାରରୁ ଲକ୍ଷ ଲକ୍ଷ ଟଙ୍କାର ତମ୍ବା ତାର ଚୋରି କରିଥିଲେ । ଗତ ଦିନରେ ଅତାବିରା ପୋଲିସ ଠାରେ ଏୟାରଟେଲ ଟାଓ୍ବାରରୁ କେବୁଲ ତାର ଚୋରି ହୋଇଥିବା ଅଭିଯୋଗ ହୋଇଥିଲା । ଅତାବିରା ପୋଲିସ ପକ୍ଷରୁ ଏହାର ତଦନ୍ତ ଆରମ୍ଭ କରାଯାଇ ୬ ଜଣକୁ ଗିରଫ କରିବାରେ ସଫଳ ହୋଇଥିଲେ ।
ଅଭିଯୁକ୍ତ ମାନେ ହେଲେ ସମ୍ବଲପୁର ଜିଲ୍ଲାର ଶିବରାମ ପ୍ରଧାନ, ସୁରଜ ମେହେର, ଟିକିନା ସାହୁ, ମାନସ ଠେଲା, ହେମନ୍ତ ଖରସେଲ, ଏମଡି ଆରବାଜ, ଅଭିଯୁକ୍ତ ମାନେ ଚୋରି ସାମଗ୍ରୀକୁ ଅଭିଯୁକ୍ତ ସ୍କ୍ରାପ ବ୍ୟବସାୟୀ ଏମଡି ଆରବାଜ ପାଖରେ ବିକ୍ରି କରୁଥିଲେ । ପୋଲିସ ତାଙ୍କ ଦ୍ବାରା ବ୍ୟବହୃତ ଏକ କାର ସହିତ, କେବୁଲ ତାର ,ଚୋରି କରିବାର ଯନ୍ତ୍ର ପାତି ଆଦି ସାମଗ୍ରୀ ଜବତ କରିଛନ୍ତି । ଅଭିଯୁକ୍ତ ଶିବରାମ ପଧାନଙ୍କ ନାଁରେ ହୀରାକୁଦ ଓ ଅଇଁଠାପାଲି ଥାନାରେ ୪ ଟି ଅପରାଧିକ ମାମଲା ରହିଥିବା ବେଳେ ଅଭିଯୁକ୍ତ ସୁରଜ ମେହେରଙ୍କ ନାଁରେ ହୀରାକୁଦ ଓ ବୁର୍ଲା ଥାନାରେ ଦଶଟି ଅପରାଧିକ ମାମଲା ରହିଛି ବୋଲି ଅତାବିରା ଥାନା ରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବରଗଡ଼ ଅତିରିକ୍ତ ଏସପି ପ୍ରଦ୍ୟୁମ୍ନ କୁମାର ମିଶ୍ର ସୂଚନା ଦେଇଥିଲେ ।
No Result
View All Result