ଓଡ଼ିଶା ତାଜା ନ୍ୟୁଜ (୨୨ ଅଗଷ୍ଟ ସୋମବାର ) ବାଲିଗୁଡା :- କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ବାଟାଗୁଡା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି l ଭାଲୁ ଆକ୍ରମଣରେ ସ୍ତ୍ରୀର ମୃତ୍ୟୁ ଘଟିଥିବା ବେଳେ ସ୍ୱାମୀ ଓ ଝିଅ ଆହତ ହୋଇଛନ୍ତି l ସକାଳୁ ସକାଳୁ ବାପା ବାଞ୍ଛା ମଲିକ , ସ୍ତ୍ରୀ ବୁଡାଳି ମଲିକ ଓ ଝିଅ ମିଶି ୩ ଜଣ ନିକଟସ୍ଥ ଜଙ୍ଗଲକୁ ଶିଆଳି ପତ୍ର ତୋଳିବା ପାଇଁ ଯାଇଥିବାବେଳେ ଜଙ୍ଗଲୀ ଭାଲୁ ଅତର୍କିତ ଭାବେ ଆକ୍ରମଣ କରିଥିଲା l ଘଟଣା ସ୍ଥଳରେ ସ୍ତ୍ରୀ ବୁଡାଳି ମଲିକର ମୃତ୍ୟୁ ଘଟିଥିଲା l

ଏମାନଙ୍କ ଘର ଵାଟଗୁଡ଼ା ନିକଟ ଟଙ୍ଗମ ଗ୍ରାମରେ l ଆହତ ବାପ ଓ ଝିଅଙ୍କୁ ଚିକିତ୍ସା ପାଇଁ ବାଲିଗୁଡା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି l ଖବର ପାଇ ତୁମୁଡିବନ୍ଧ ରେଞ୍ଜର ଲଳିତ ନାୟକ, ବାଟାଗୁଡା ସରପଞ୍ଚ ପ୍ରତାପ ମଲିକ ପହଂଚି ମୃତକଙ୍କ ପରିବାର ପ୍ରତି ଗଭୀର ସମବେଦନା ଜଣାଇବା ସହ ଆର୍ଥିକ ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ l ଏ ନେଇ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ବିଷୟ ଥାନାଧିକାରୀ ବାବା ଶଙ୍କର ସରାଫ ପ୍ରକାଶ କରିଛନ୍ତି l