• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ମହାନଗର

ଜୀବନ ବଞ୍ଚାଇ ଦେଲା : ବି.ଏସ୍.କେ.ୱାଇ କାର୍ଡ଼

Proprietor Abhimanyu Maharana by Proprietor Abhimanyu Maharana
August 22, 2022
in ମହାନଗର, ହୋମ୍
0
ଜୀବନ ବଞ୍ଚାଇ ଦେଲା : ବି.ଏସ୍.କେ.ୱାଇ କାର୍ଡ଼
Share on FacebookShare on TwitterWhatsapp

ବି.ଏସ୍.କେ.ୱାଇ କାର୍ଡ଼ ଜୀବନ ବଞ୍ଚାଇ ଦେଲା ମୁଖ୍ୟମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବଙ୍କୁ କୃତଜ୍ଞତା ସମ୍ ହସ୍ପିଟାଲ୍ ଡ଼ାକ୍ତର, ନର୍ସ ଓ କର୍ମଚାରୀଙ୍କୁ ଧନ୍ୟବାଦ

ଓଡ଼ିଶା ତାଜା ନ୍ୟୁଜ (୨୨ ଅଗଷ୍ଟ ସୋମବାର ) ଭୁବନେଶ୍ୱର :- “ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବି.ଏସ୍.କେ.ୱାଇ) କାର୍ଡ଼ ଜୀବନ ବଞ୍ଚାଇ ଦେଲା” । ଏପରି କହିଛନ୍ତି କଣାସ ବ୍ଲକ୍ ଅନ୍ତର୍ଗତ ଶ୍ରୀ ମୁକୁନ୍ଦପୁର ଗ୍ରାମର ୪୧ ବର୍ଷ ବୟସ୍କ ସୁରେନ୍ଦ୍ର ପ୍ରଧାନ, ଗ୍ରାମର ୧୫ ବର୍ଷ ବୟସ୍କ ପ୍ରତୀକ ପ୍ରଧାନ ଏବଂ ଅଡାଲ-ବଡାଲ୍ ଗ୍ରାମର ୧୯ ବର୍ଷ ବୟସ୍କ ଜଗତ ଜୀବନ ମାନଧାତା । ଶ୍ରୀ ପ୍ରଧାନ କହିଥିଲେ ଯେ ଚଳିତ ବର୍ଷ ଶୀତଳ ଷଷ୍ଠୀ ଶିବ ବିବାହ ଉତ୍ସବ ଅବସରରେ ନିଜର ଅସାବଧାନତା ହେତୁ ବାଣ ଫୁଟିଯିବାରୁ ଆମେ ତିନିଜଣ ବହୁ ଅଂଶରେ ପୋଡିଯାଇଥିଲୁ ।

ଦିନ ମଜୁରିଆ ପରିବାର କଣ କରିବୁ କେମିତି ଚିକିତ୍ସା କରିବୁ ଆଦି ଭାବି ଗାଉଁଲି ଚିକିତ୍ସା ଆରମ୍ଭ କରୁଥିବା ବେଳେ ଗାଁର ଜଣେ ଶିକ୍ଷିତ ଯୁବକ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଡ କଥା ମନେପକେଇ ଭଲ ଡ଼ାକ୍ତରଖାନା ଯିବାକୁ କହିଥିଲେ । ଗାଁ ପଡିଶାମାନେ ମଧ୍ୟ ୧୦୮ ଆମ୍ବୁଲାନ୍ସ୍ ଡକାଇଲେ । ଆମେ ଜୁନ୍ ୬ ତାରିଖରେ ସମ୍ ହସ୍ପିଟାଲ୍ ବାବଦରେ ଶୁଣି ସମସ୍ତେ ସେଠାରେ ପହଞ୍ଚିଲୁ । ଆମ ଆଖି ପାଉନଥାଏ । ଏତେ ବଡ ଘରୋଇ ଡ଼ାକ୍ତରଖାନାରେ ଆମର ଚିକିତ୍ସା ହେବତ ! ଟଙ୍କା ମାଗିବେନିତ !

ବି.ଏସ୍.କେ.ୱାଇ କାଉଣ୍ଟରରେ ଥିବା ଅଫିସର ସାହାଯ୍ୟ କଲେ । ବିନା ଟଙ୍କାରେ ଆଡ୍ମିଶନ ଓ ଚିକିତ୍ସା ହେଲା । ଡ଼ାକ୍ତର, ନର୍ସ ସମସ୍ତେ ତୁରନ୍ତ ଚିକିତ୍ସାକଲେ । ନିୟମିତ ବିଭିନ୍ନ ପ୍ରକାର ପରୀକ୍ଷା କଲେ । ସବୁ ମାଗଣା ହେଲା । ପ୍ରଥମେ ମୁଁ ଭଲ ହୋଇ ଘରକୁ ଆସିଲି । ଡ଼ାକ୍ତରଖାନାରେ ପ୍ରାୟ ଦେଢ଼ମାସ ଚିକିତ୍ସା ହେଲି । ଜଗତ ଜୀବନ ଦେଢ଼ମାସ ହସ୍ପିଟାଲରେ ଚିକିତ୍ସା ହେଲା । ପ୍ଲାଷ୍ଟିକ୍ ସର୍ଜରୀ ହେଲା । ସେ ମଧ୍ୟ ଘରକୁ ଫେରିଲା । ପ୍ରତୀକର ଦେହ ବେଶି ପୋଡି ଯାଇଥିବାରୁ ସେ ପ୍ରାୟ ୨ ମାସ ହସ୍ପିଟାଲରେ ରହିଲା । ଦୈନିକ ଡ଼ାକ୍ତର ଦେଖି ଔଷଧ ଓ ଚିକିତ୍ସା ଦେଉଥିଲେ । କାର୍ଡରେ ଥିବା ୫ ଲକ୍ଷ ଟଙ୍କା ସରିଗଲା । ଆମର ଆଉ ଉପାୟ ନଥିଲା ।

ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ରଙ୍କୁ ହ୍ୱାଟସ୍ଆପ୍ ମେସେଜ୍ରେ ଜଣାଇଲୁ । ତାଙ୍କ କାର୍ଯ୍ୟାଳୟରୁ ତୁରନ୍ତ ଫୋନ୍ ଆସିଲା । ମୁଖ୍ୟ ଶାସନ ସଚିବଙ୍କ ଲୋକ ସଂପର୍କ ଅଧିକାରୀ ହସ୍ପିଟାଲ୍ ଏବଂ ସ୍ୱାସ୍ଥ୍ୟ ବିଭାଗ ସହ ଯୋଗାଯୋଗ କଲେ । ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀ ହସ୍ପିଟାଲ୍ ସହ କଥାହେଲେ । ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶରେ ପ୍ରତୀକର ଚିକିତ୍ସା ଚାଲୁ ରହିଲା । ୫ ଲକ୍ଷରୁ ଅଧିକ ଆହୁରି ପ୍ରାୟ ୨ ଲକ୍ଷ ଖର୍ଚ୍ଚ ହେଲେବି ସମ୍ ହସ୍ପିଟାଲ୍ ସବୁ ଚିକିତ୍ସା କଲେ । ପ୍ରତୀକର ପ୍ଲାଷ୍ଟିକ୍ ସର୍ଜରୀ ହେଲା । ଏବେ ସେ ଘରକୁ ଫେରିଛି ।

ମୁଖ୍ୟମନ୍ତ୍ରୀଙ୍କ ବି.ଏସ୍.କେ.ୱାଇ କାର୍ଡ଼, ମୁଖ୍ୟ ଶାସନ ସଚିବ ଓ ସ୍ୱାସ୍ଥ୍ୟ ବିଭାଗଙ୍କର ସହଯୋଗ ଯୋଗୁ ଅମେ ସମସ୍ତେ ବଞ୍ଚିଗଲୁ । ଦୁଇ ଜଣ ପିଲା ପୁଣି ପାଠ ପଢ଼ିବେ । ମୁଁ ଧିରେ ଧିରେ କର୍ମକ୍ଷମ ହେଉଛି । କାର୍ଡ଼ ନଥିଲେ ଗାଉଁଲି ଚିକିତ୍ସା କରି କଣ ଆମ ଅବସ୍ଥା ହୋଇଥାଆନ୍ତା ଠାକୁର ଜାଣନ୍ତି ।
ଏତେବଡ ଉପକାର ପାଇଁ ଆମେ ତିନିଜଣ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମୁଖ୍ୟ ଶାସନ ସଚିବ, ସମ୍ ହସ୍ପିଟାଲ୍ କର୍ତ୍ତୁପକ୍ଷ, ଡ଼ାକ୍ତର, ନର୍ସ ଓ କର୍ମଚାରୀମାନଙ୍କୁ କୃତଜ୍ଞତା ଜଣାଉଛୁ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
Historic Milestone : Dhamra Port Sets Double National Record in Dry Bulk Cargo

ଧାମରା ପୋର୍ଟର ଐତିହାସିକ ସଫଳତା : ଡ୍ରାଏ ବଲ୍କ କାର୍ଗୋ ପରିଚାଳନାରେ ଜାତୀୟ ରେକର୍ଡ ଧାମରା

June 30, 2026
Historic Milestone : Dhamra Port Sets Double National Record in Dry Bulk Cargo

Historic Milestone : Dhamra Port Sets Double National Record in Dry Bulk Cargo

June 30, 2026
ମଦ ଦୋକାନରେ ଗୁଣ୍ଡାରାଜ : କଣ୍ଟାବାଞ୍ଜିରେ ଗ୍ରାହକଙ୍କୁ ନିସ୍ତୁକ ମାଡ଼

ମଦ ଦୋକାନରେ ଗୁଣ୍ଡାରାଜ : କଣ୍ଟାବାଞ୍ଜିରେ ଗ୍ରାହକଙ୍କୁ ନିସ୍ତୁକ ମାଡ଼

June 30, 2026
ତୁରେକେଲା-କଣ୍ଟାବାଞ୍ଜି ରାସ୍ତାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ନାବାଳକ ମୃତ, ଅନ୍ୟ ଜଣେ ଗୁରୁତର

ତୁରେକେଲା-କଣ୍ଟାବାଞ୍ଜି ରାସ୍ତାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ନାବାଳକ ମୃତ, ଅନ୍ୟ ଜଣେ ଗୁରୁତର

June 30, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

Historic Milestone : Dhamra Port Sets Double National Record in Dry Bulk Cargo

ଧାମରା ପୋର୍ଟର ଐତିହାସିକ ସଫଳତା : ଡ୍ରାଏ ବଲ୍କ କାର୍ଗୋ ପରିଚାଳନାରେ ଜାତୀୟ ରେକର୍ଡ ଧାମରା

June 30, 2026
Historic Milestone : Dhamra Port Sets Double National Record in Dry Bulk Cargo

Historic Milestone : Dhamra Port Sets Double National Record in Dry Bulk Cargo

June 30, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version