No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୧ ଅଗଷ୍ଟ ରବିବାର) ବୈପାରିଗୁଡା :- ଗଛରେ ପିଟି ହୋଇ ଜଣେ ଯୁବକ ଗୁରୁତର ଅବ୍ୟସ୍ଥାରେ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି ହୋଇଥିବାର ସୂଚନା ମିଳିଛି । କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକ ଦଣ୍ଡାବାଡି ପଂଚାୟତର ଗୌଡଗୁଡା ଛକ ନିକଟରେ ଏହି ବାଇକ ଦୁର୍ଘଟଣା ଗ୍ରସ୍ତ ହୋଇଛି । ଏଥିରେ ବାଇକ ଆରୋହୀ ଜଣକ ରାସ୍ତା ଉପରେ ପଡିଥିବା ଦେଖି ସେହି ରାସ୍ତାରେ ଯାତାୟତ କରୁଥିବା କିଛି ଲୋକେ ଉଦ୍ଧାର କରି ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଛନ୍ତି । ପାପ୍ତ ସୂଚନା ଅନୁସାରେ ହଳଦୀକୁଣ୍ଡ ପଂଚାୟତର ପିଲାଦୁଆର ଗ୍ରାମର ତୁଳାରାମ ବାଇକ ଦୁର୍ଘଟଣା ଆହାତ ହୋଇଥିବା ଜଣାପଡିଛି ।
ତୁଳାରାମ ନିଜ ବାଇକ ଯୋଗେ କେଉଁ ଆଡେ ଯାଇଥିଲେ ତାହା ଜଣାପଡି ନ ଥିଲେ ମଧ୍ୟ ଅନୁମାନ କରାଯାଉଛି କି ଦଣ୍ଡାବାଡି ଗ୍ରାମ କୁ ଯାଇ ବାଇକ ଯୋଗେ ନିଜ ଘରକୁ ଫେରି ଥିବା ସମୟରେ ହିଁ ଦଣ୍ଡାବାଡି ର ଗୌଡଗୁଡା ଛକ ପାଖରେ ଏକ ଗଛ କୁ ପିଟି ହୋଇ ବାଇକ ଦୁର୍ଘଟଣା ହୋଇଥିଲା । ରାମଗିରି ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ବୈପାରିଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରା ଯାଇ ଥିବାର ଶୁଣିବାକୁ ମିଳୁଛି । ପୋଲିସ ଘଟଣା ସ୍ଥଳକୁ ଯାଇ ତଦନ୍ତ କରୁଥିବାର ଜଣାପଡିଛି । ଘଟଣା ବିଷୟରେ ରାମଗିରି ଫାଣ୍ଡିକୁ ଫୋନ୍ ଯୋଗେ ଯୋଗାଯୋଗ କରିଥିଲେ ମଧ୍ୟ ରାମଗିରି ଫାଣ୍ଡି ଅଧିକାରୀଙ୍କ ଫୋନ ନ ଲାଗିବାରୁ ତଥ୍ୟ ସଂଗ୍ରହ କରିବା ସମ୍ଭବପର ହୋଇନାହିଁ ।

No Result
View All Result