ରାଜ୍ୟ ସରକାର ଲୋକମାନଙ୍କୁ ରନ୍ଧାଖାଦ୍ୟ ଅନ୍ୟାନ୍ୟ ବନ୍ୟା ପୀଡିତ ଲୋକ ମାନ ଙ୍କୁ ଯୋଗାଇ ଦେଉଥିବାର ପ୍ରଚାର କରୁଥିବା ବେଳେ ପ୍ରକୃତରେ ବର୍ତ୍ତମାନ ଶୁଦ୍ଧା ଲୋକମାନଙ୍କ ପାଖରେ ପ୍ରଶାସନ ପହଞ୍ଚି ପାରିଛି କି ନାହିଁ କି କୌଣସି ସହାୟତା ପ୍ରଦାନ କରାଯାଇନାହିଁ ବୋଲି ଲୋକ ମାନେ ବିଜେପି ପ୍ରତିନିଧି ଦଳ ର ନେତା ମାନଙ୍କ ପାଖରେ ଗୁହାରି କରିଥିଲେ । ଏଥି ସହିତ ବନ୍ୟାଞ୍ଚଳ ପରିଦର୍ଶନ ସମୟରେ ରେ ଅନ୍ୟମାନଙ୍କ ମଧ୍ୟରେ ବିଜେପି ଜିଲ୍ଳା ସଭାପତି ଶ୍ରୀ କିଶୋର ଚନ୍ଦ୍ର ପଣ୍ଡା,
ବିଜେପି ରାଜ୍ୟ କାର୍ଯ୍ୟାକାରିଣୀ ସଦସ୍ୟ ଶ୍ରୀ ଭୂବନାନନ୍ଦ ଜେନା, କୃଷକ ମୋର୍ଚ୍ଚା ରାଜ୍ୟ ଉପସଭାପତି ଶ୍ରୀ ଦୁର୍ଯ୍ୟୋଧନ ସାହୁ, ବିଜେପି ରାଜ୍ୟ କାର୍ଯ୍ୟାକାରିଣୀ ସଦସ୍ୟ ଶ୍ରୀ ବିଷ୍ଣୁପଦ ଦାସ, କୃଷକ ମୋର୍ଚ୍ଚା ରାଜ୍ୟ ସଂଯୋଜକ ଶ୍ରୀ ବିକ୍ରମ କେଶରୀ ରାଉତରାୟ, କେନ୍ଦ୍ରାପଡ଼ା ଜିଲ୍ଲାର ସଂଖ୍ୟା ଲଘୁ ସମ୍ପ୍ରଦାୟ ର ସଭାପତି ସଲିମ ଖାଁ ପ୍ରମୁଖ ଙ୍କ ସମେତ ଶତାଧିକ କାର୍ଯ୍ୟକର୍ତ୍ତା ସାମିଲ ହୋଇଥିଲେ, !
© 2023 Odisha Taza News.