ଉକ୍ତ ସତୀଗୁଡା କନ୍ୟାଶ୍ରମ ବିଦ୍ୟାଳୟ ୫ଟି ସ୍ମାର୍ଟ ବିଦ୍ୟାଳୟରେ ଅନ୍ତର୍ଭୁକ୍ତ ହୋଇଥିବା ବେଳେ ଆଗାମୀ ଦିନରେ +୨ ବିଦ୍ୟାଳୟ କରିବା ପାଇଁ ମାନ୍ୟବର ସାଂସଦଙ୍କୁ ସତୀଗୁଡା ଗ୍ରାମବାସୀ ଦାବି ଜଣାଇଲେ । ଆଜିର ଏହି ଗ୍ରସ୍ତ କାର୍ଯ୍ୟକ୍ରମରେ ଚମ୍ପାଖାରି ଗ୍ରାମ ମା କନକ ଦୁର୍ଗା ମନ୍ଦିର ପ୍ରାଙ୍ଗଣରେ ଏକ ସାଧାରଣ ସଭାରେ ଯୋଗ ଦେଇ ମାନ୍ୟବର ସାଂସଦ ଗ୍ରାମବାସୀଙ୍କ ସହ ବିଭିନ୍ନ ସମସ୍ୟାରେ ଆଲୋଚନା କରି ଥିବା ବେଳେ ଘର ବାରି ପଟ୍ଟା ,ଗ୍ରାମରେ ଷ୍ଟ୍ରୀଟ ଲାଇଟ୍ ଓ ଗ୍ରାମରେ ଗୋଷ୍ଠି କେନ୍ଦ୍ର ନିମନ୍ତେ ମାନ୍ୟବର ସାଂସଦଙ୍କୁ ଗ୍ରାମବାସୀ ଦାବୀ ଜଣାଇଲେ ।
ଏହି କାର୍ଯ୍ୟକ୍ରମରେ ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳର ବରିଷ୍ଠ ଉପଦେଷ୍ଟା ରାଜେନ୍ଦ୍ର ପଣ୍ଡା ,ଜିଲ୍ଲା ଯୁବ ସାଧାରଣ ସମ୍ପାଦକ ରବି ରାଜେଶ ,ବିଜେଡି ଯୁବ ନେତା ସଦାନନ୍ଦ ଖରା ,ସରପଞ୍ଚ ଘାସି ନାୟକ ,ୱାର୍ଡ ସଭ୍ୟ ପୁର୍ଣ ଚନ୍ଦ୍ର ରାଜୁ ,ଅନୁପମା ପାଣିଗ୍ରାହୀ ,ତୋଫାନ ଗୌଡ଼ଙ୍କ ସହ ଗ୍ରାମର ବହୁ ବରିଷ୍ଠ ବୁଦ୍ଧିଜୀବୀ ମାନେ ଉପସ୍ଥିତ ଥିଲେ ।
© 2023 Odisha Taza News.