ଓଡ଼ିଶା ତାଜା ନ୍ୟୁଜ (୨୦ ଅଗଷ୍ଟ ଶନିବାର ) କନ୍ଧମାଳ :- କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ ଗୋଛାପଡା ଥାନା ଅନ୍ତର୍ଗତ ଗୋଛାପଡା ଗ୍ରାମପଞ୍ଚାୟତର ଡେରାକୁମ୍ପା ଗ୍ରାମ ଅଗ୍ରଗାମୀ ନିକଟ ବିଲ କଲଭର୍ଟ ତଳୁ ଏକ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତ ମହିଳାଙ୍କ ପରିଚୟ ମିଳିନଥିବା ବେଳେ ଏହି ଘଟଣାର ତଦନ୍ତ ଚାଲିଛି ବୋଲି ଗୋଛାପଡା ଥାନା ଅଧିକାରୀ ରଞ୍ଜିତ କୁମାର ମୁନି ସୂଚନା ଦେଇଛନ୍ତି ।













