କେନ୍ଦ୍ରାପଡ଼ା ଜିଲ୍ଲାର ବନ୍ୟା ଅଞ୍ଚଳ ପରିଦର୍ଶନ ଓ ପରିସ୍ଥିତି ଅନୁଧ୍ୟାନ ପାଇଁ ଆସିଲେ ରାଜ୍ୟ ବିଜେପି ଦଳର ତୁଙ୍ଗ ନେତା ମନ ମୋହନ

ଓଡ଼ିଶା ତାଜା ନ୍ୟୁଜ (୨୦ ଅଗଷ୍ଟ ଶନିବାର ) ପାଟକୁରା :- କେନ୍ଦ୍ରାପଡ଼ା ଜିଲ୍ଲା ର ମହାକାଳପଡ଼ା ଓ ପାଟକୁରା ନିର୍ବାଚନ ମଣ୍ଡଳୀ ର ବନ୍ୟା କ୍ଷତିଗ୍ରସ୍ଥ ଅଞ୍ଚଳରେ ଆଜି ବିଜେପି ରାଜ୍ୟ ପ୍ରତିନିଧ ଦଳ ପୂର୍ବତନ ମନ୍ତ୍ରୀ ଶ୍ରୀ ମନ ମୋହନ ସାମଲ ଙ୍କ ନେତୃତ୍ଵରେ, ବିଜେପି ନଦୀ ସୁରକ୍ଷା ସମିତି (ନମାମି ଗଙ୍ଗେ) ର ରାଜ୍ୟ ସଂଯୋଜକ ଶ୍ରୀ ମହେଶ୍ଵର ସାହୁ, ବିଜେପି ରାଜ୍ୟ ସଂପାଦକ ଶ୍ରୀ ଅଭିମନ୍ୟୁ ସେଠୀ , ବିଜେପି ଅନୁସୂଚିତ ଜାତି ମୋର୍ଚ୍ଚା ରାଜ୍ଯ ସଭାପତି ଶ୍ରୀ ବିଭୁ ପ୍ରସାଦ ତରାଇ, ପରିଦର୍ଶନ କରିବା ସହିତ ବନ୍ୟା କ୍ଷତିଗ୍ରସ୍ତ ଲୋକମାନଙ୍କୁ ଭେଟି ସେମାନଙ୍କ ସମସ୍ୟା ବାବଦରେ ଅନେକ କଥା ପଚାରି ବୁଝିଥିଲେ।

ରାଜ୍ୟ ସରକାର ଲୋକମାନଙ୍କୁ ରନ୍ଧାଖାଦ୍ୟ ଅନ୍ୟାନ୍ୟ ବନ୍ୟା ପୀଡିତ ଲୋକ ମାନ ଙ୍କୁ ଯୋଗାଇ ଦେଉଥିବାର ପ୍ରଚାର କରୁଥିବା ବେଳେ ପ୍ରକୃତରେ ବର୍ତ୍ତମାନ ଶୁଦ୍ଧା ଲୋକମାନଙ୍କ ପାଖରେ ପ୍ରଶାସନ ପହଞ୍ଚି ପାରିଛି କି ନାହିଁ କି କୌଣସି ସହାୟତା ପ୍ରଦାନ କରାଯାଇନାହିଁ ବୋଲି ଲୋକ ମାନେ ବିଜେପି ପ୍ରତିନିଧି ଦଳ ର ନେତା ମାନଙ୍କ ପାଖରେ ଗୁହାରି କରିଥିଲେ। ଏଥି ସହିତ ବନ୍ୟାଞ୍ଚଳ ପରିଦର୍ଶନ ସମୟରେ ରେ ଅନ୍ୟମାନଙ୍କ ମଧ୍ୟରେ ବିଜେପି ଜିଲ୍ଳା ସଭାପତି ଶ୍ରୀ କିଶୋର ଚନ୍ଦ୍ର ପଣ୍ଡା, ବିଜେପି ରାଜ୍ୟ କାର୍ଯ୍ୟାକାରିଣୀ ସଦସ୍ୟ ଶ୍ରୀ ଭୂବନାନନ୍ଦ ଜେନା,

କୃଷକ ମୋର୍ଚ୍ଚା ରାଜ୍ୟ ଉପସଭାପତି ଶ୍ରୀ ଦୁର୍ଯ୍ୟୋଧନ ସାହୁ, ବିଜେପି ରାଜ୍ୟ କାର୍ଯ୍ୟାକାରିଣୀ ସଦସ୍ୟ ଶ୍ରୀ ବିଷ୍ଣୁପଦ ଦାସ, କୃଷକ ମୋର୍ଚ୍ଚା ରାଜ୍ୟ ସଂଯୋଜକ ଶ୍ରୀ ବିକ୍ରମ କେଶରୀ ରାଉତରାୟ, କେନ୍ଦ୍ରାପଡ଼ା ଜିଲ୍ଲାର ସଂଖ୍ୟା ଲଘୁ ସମ୍ପ୍ରଦାୟ ର ସଭାପତି ସଲିମ ଖାଁ ପ୍ରମୁଖ ଙ୍କ ସମେତ ଶତାଧିକ କାର୍ଯ୍ୟକର୍ତ୍ତା ସାମିଲ ହୋଇଥିଲେ,!