• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ପ୍ରଦେଶ କିଷାନ କଂଗ୍ରେସର ରାଜ୍ୟସ୍ତରୀୟ କିଷାନ ଚିନ୍ତନ ଶିବିର ବିଜେଡ଼ି ଓ ବିଜେପି ସରକାରର – ଚାଷୀମାରଣ ନୀତି ବିରୋଧରେ ଆନ୍ଦୋଳନ ଡାକରା

Proprietor Abhimanyu Maharana by Proprietor Abhimanyu Maharana
August 21, 2022
in ଓଡ଼ିଶା, ମହାନଗର, ରାଜନୀତି, ହୋମ୍
0
ପ୍ରଦେଶ କିଷାନ କଂଗ୍ରେସର ରାଜ୍ୟସ୍ତରୀୟ କିଷାନ ଚିନ୍ତନ ଶିବିର ବିଜେଡ଼ି ଓ ବିଜେପି ସରକାରର – ଚାଷୀମାରଣ ନୀତି ବିରୋଧରେ ଆନ୍ଦୋଳନ ଡାକରା
Share on FacebookShare on TwitterWhatsapp

କୃଷକଙ୍କ ପ୍ରତି ସରକାରଙ୍କ ଅବିଚାରକୁ ବରଦାସ୍ତ କରାଯିବ ନାହିଁ – ଶରତ ପଟ୍ଟନା

ଓଡ଼ିଶା ତାଜା ନ୍ୟୁଜ (୨୦ ଅଗଷ୍ଟ ଶନିବାର ) ଭୁବନେଶ୍ୱର  :- କେନ୍ଦ୍ରର ବିଜେପି ଏବଂ ରାଜ୍ୟର ବିଜେଡ଼ି ଶାସନ କାଳରେ ଚାଷୀ ସବୁଠାରୁ କ୍ଷତିଗ୍ରସ୍ତ ଓ ଚାଷ ସଂପୂର୍ଣ୍ଣ ବିପର୍ଯ୍ୟସ୍ତ । ଗୋଟିଏ ପଟେ ଉଭୟ ସରକାର ଚାଷୀର ବିକାଶ ପାଇଁ ଡିଣ୍ଡିମ ପିଟୁଥିବା ବେଳେ ରାଜ୍ୟରେ ୨୨ ବର୍ଷର ଶାସନ କାଳରେ ଚାଷୀ ଆତ୍ମହତ୍ୟା ୧୫ ହଜାରକୁ ଟପିଲାଣି । ଦେଶର ଜାତୀୟସ୍ତରରେ ଚାଷୀର ଆୟ ୧୦ ହଜାରରୁ ଉର୍ଦ୍ଧ୍ୱ ଟଙ୍କା ଥିବା ବେଳେ ରାଜ୍ୟ ସରକାର ବାରମ୍ବାର କୃଷିକର୍ମଣ ପାଇଁ ବାହାବା ନେଉଥିବା ବେଳେ ଚାଷୀର ମାସିକ ଆୟ ୫୧୧୨ ଟଙ୍କା ଅଛି । ଚାଷୀ ଠିକଣା ସମୟରେ ଆବଶ୍ୟକ ପରିମାଣର ବିହନ, ସାର, କୃଷିଋଣ ଓ ଫସଲବୀମା କ୍ଷତିପୂରଣ ପାଇବାରୁ ବଂଚିତ । କାଳିଆ ଓ ବଳିଆ ଯୋଜନା କେବଳ ଭୋଟ ସର୍ବସ୍ୱ ହୋଇଛି ।

କୃଷି ଭିତିଭୂମି ଅସଜଡ଼ା ଥିବା ବେଳେ ଅନ୍ୟ ଯେଉଁ ଯୋଜନା ଗୁଡ଼ିକ କାର୍ଯ୍ୟକାରୀ କରାଯାଉଛି ତଦ୍ୱାରା ଚାଷୀର ବିକାଶ ହେବା ପରିବର୍ତେ ବିନାଶ ଘଟୁଛି । କେନ୍ଦ୍ର ସରକାର ଚାଷୀର କୃଷି ଋଣ ଛାଡ଼ କରୁନଥିବା ବେଳେ ଶିଳ୍ପପତି ଓ ପୁଞ୍ଜିପତି ମାନଙ୍କୁ ଋଣ ଛାଡ଼ କରିବାରେ ବେସ ତତ୍ପର । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରାଗଲା ନାହିଁ । ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନା ଫସର ଫାଟିଛି । ଚାଷୀ ତା ଉତ୍ପାଦିତ ଫସଲରର ଉଚିତ ମୂଲ୍ୟ ପାଉନାହିଁ । ଭାଗଚାଷୀଙ୍କ ସମସ୍ୟା କହିଲେ ନ ସରେ । ଚାଷୀ ବୀମା ପ୍ରିମିୟମ ପୈଠକରି କ୍ଷତିପୂରଣ ପାଉନଥିବା ବେଳେ ସରକାର ଓ ବୀମା କମ୍ପାନୀ ମାଲାମାଲ । କିନ୍ତୁ ଆଳୁ ମିଶନ, ପିଆଜ ମିଶନ ମଣ୍ଡି ଓ ଖଳା ନିର୍ମାଣରେ କୋଟି କୋଟି ଟଙ୍କା ଅପବ୍ୟୟ ହେଉଛି । ବର୍ତମାନ ବର୍ଷା ଓ ବନ୍ୟା ବିପତି ସମୟରେ ବିପନ୍ନଙ୍କୁ ଉଦ୍ଧାର ଏବଂ ସହାୟତା ଯୋଗାଇ ଦେବାରେ ସରକାର ସଂପୂର୍ଣ୍ଣ ବିଫଳ ହୋଇଛନ୍ତି ।

ହଜାର ହଜାର ହେକ୍ଟର ଚାଷ ସଂପୂର୍ଣ୍ଣ ନଷ୍ଟ ହୋଇଛି । ନଦୀବନ୍ଧ ମରାମତିରେ ବ୍ୟାପକ ଦୁର୍ନୀତି ଓ ତ୍ରୁଟିପୂର୍ଣ୍ଣ ନିଷ୍ପତି ଯୋଗୁଁ ଆଜି ଲକ୍ଷ ଲକ୍ଷ ଲୋକେ ପାଣିଘେରରେ ଷଡ଼ୁଛନ୍ତି । ଏ ବନ୍ୟା ସଂପୂର୍ଣ୍ଣ ମନୁଷ୍ୟକୃତ । ଏଣିକି ଚାଷୀକୂଳ ଆଉ ବିଜେପି ଓ ବିଜେଡ଼ି ସରକାରଙ୍କ କୃଷକ ମାରଣ ନୀତିକୁ ବରଦାସ୍ତ କରିବେ ନାହିଁ । ଗାଁ ଗଣ୍ଡାରେ ଚାଷୀ ମେଳି ଦୁର୍ବାର ରୂପ ନେବ ବୋଲି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଶରତ ପଟ୍ଟନାୟକ ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଅନୁଷ୍ଠିତ ପ୍ରଦେଶ କିଷାନ କଂଗ୍ରେସର ରାଜ୍ୟସ୍ତରୀୟ ଚିନ୍ତନ ଶିବିରରେ ବକ୍ତବ୍ୟ ଦେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ କଟୁ ସମାଲୋଚନା କରିଛନ୍ତି । ଆସନ୍ତା ଦୁଇମାସ ମଧ୍ୟରେ ଗ୍ରାମ ସ୍ତରରୁ କିଷାନ କଂଗ୍ରେସ ସଂଗଠନକୁ ସୁଦୃଢ଼ କରାଯାଇ ପରବର୍ତି ସମୟରେ ଏକ ବିଶାଳ ଚାଷୀ ସମାବେଷ କରାଯିବ ବୋଲି ଶ୍ରୀ ପଟ୍ଟନାୟକ ସୂଚନା ଦେଇଛନ୍ତି ।

ଆଜି ପୂର୍ବାହ୍ନରେ ପିସିସି କାର୍ଯ୍ୟାଳୟରେ ରାଜ୍ୟ କିଷାନ କଂଗ୍ରେସ ଅଧ୍ୟକ୍ଷ ଶ୍ରୀ ଅମୀୟ ପଟ୍ଟନାୟକଙ୍କକ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ଅଖିଳ ଭାରତ କିଷାନ କଂଗ୍ରେସ ଅଧ୍ୟକ୍ଷ ଶ୍ରୀ ସୁଖପାଲ ସିଂ ଖେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ କେନ୍ଦ୍ରର ବିଜେପି ଓ ରାଜ୍ୟର ବିଜେଡ଼ି ସରକାରଙ୍କ ସମୟରେ ଓଡ଼ିଶାର ଚାଷୀ ଚାଷ ଛାଡି଼ ରାଜ୍ୟ ବାହାରେ ଦାଦନ ଖଟୁଛନ୍ତି । କିନ୍ତୁ ସରକାରଙ୍କ ଯୋଜନା ଉପରେ ଯୋଜନା । ଚାଷୀ ଏବେ ଅତି ସଂକଟଜନକ ସ୍ଥିତିରେ । ଚାଷୀ ନାମରେ କୋଟି କୋଟି ଟଙ୍କା ହରିଲୁଟ ହେଉଛି । ଫସଲବୀମା ଯୋଜନା ନାରେ ଚାଷୀର ପ୍ରିମିୟମ ଟଙ୍କାକୁ ହରିଲୁଟ କରାଯାଉଛି । ତେଣୁ ଚାଷୀ ଆଉ ତାର ହକ୍ ମାଗିଲେ ହକ୍ ପାଉନାହିଁ । କେବଳ ପୁଞ୍ଜିପତିଙ୍କ ପାଇଁ ଏ ସରକାର ବୋଲି ଶ୍ରୀ ଖେରା କହିଥିଲେ ।

ଆସନ୍ତା ସେପ୍ଟେମ୍ବର ପ୍ରଥମ ସପ୍ତାହରୁ ପ୍ରତି ଜିଲ୍ଲାରେ ଜିଲ୍ଲା କିଷାନ କଂଗ୍ରେସ ତରଫରୁ ଜିଲ୍ଲାସ୍ତରୀୟ କିଷାନ ଚିନ୍ତନ ଶିବର ଆୟୋଜନ କରାଯାଇ ଚାଷୀ ସମସ୍ୟା ସଂପର୍କରେ ଏକ ଚିଠା ପ୍ରସ୍ତୁତ କରାଯିବ ବୋଲି ବୈଠକରେ ପ୍ରସ୍ତାବ ଗ୍ରହଣ କରାଯାଇଛି । ଏହି ଚିନ୍ତନ ବୈଠକରେ ଏଆଇସିସି ସଂପାଦକ ଶ୍ରୀ ଜି. ରୁଦ୍ର ରାଜୁ, ପୂର୍ବତନ ପିସିସି ସଭାପତି ଶ୍ରୀ ପ୍ରସାଦ ହରିଚନ୍ଦନ, ବିଧାୟକ ସର୍ବଶ୍ରୀ ସନ୍ତୋଷ ସିଂ ସାଲୁଜା, ସୁରେଶ କୁମାର ରାଉତରାୟ, ଅଧିରାଜ ମୋହନ ପାଣିଗ୍ରାହୀ, କଂଗ୍ରେସ ନେତା ଶିବାନନ୍ଦ ରାୟ ପ୍ରମୁଖ ଯୋଗଦେଇ ସରକାରଙ୍କ ବିଫଳତା ସଂପର୍କରେ ଆଲୋକପାତ କରିଥିଲେ । ଶେଷରେ ଦେଓଗଡ଼ କିଷାନ କଂଗ୍ରେସ ସଭାପତି ସନ୍ତୋଷ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

ଆଜିର ଏହି ବୈଠକରେ ପ୍ରଦେଶ କିଷାନ କଂଗ୍ରେସର ସସସ୍ତ କର୍ମକର୍ତା, ଜିଲ୍ଲା ଓ ବ୍ଲକ କିଷାନ କଂଗ୍ରେସ ଅଧ୍ୟକ୍ଷ ବୃନ୍ଦ ଉପସ୍ଥିତ ରହି ସେମାନଙ୍କ ଜିଲ୍ଲାରେ ଉପୁଜିଥିବା ସମସ୍ୟା ସଂପର୍କରେ ଆଲୋକପାତ କରିଥିଲେ । ବୈଠକ ପ୍ରାରମ୍ଭରୁ କଂଗ୍ରେସ କାର୍ଯ୍ୟାଳୟରେ ଥିବା ମହା ମନିଷୀ ମାନଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରାଯାଇ ଓ କଂଗ୍ରେସ ଭବନ ପରିସରରେ କିଷାନ କଂଗ୍ରେସ ପକ୍ଷରୁ ବୃକ୍ଷରୋପଣ କରାଯାଇଥିଲା ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ପୁତୁରା ଏବଂ ଭାଇର ଆକ୍ରମଣରେ ବଡଭାଇ ମୃତ

ପୁତୁରା ଏବଂ ଭାଇର ଆକ୍ରମଣରେ ବଡଭାଇ ମୃତ

May 15, 2026
‘ସଙ୍ଗୀତଧାରା’ ଭକ୍ତିସଙ୍ଗୀତ ପ୍ରତିଯୋଗିତା, ୨୦ରେ ଫାଇନାଲ

‘ସଙ୍ଗୀତଧାରା’ ଭକ୍ତିସଙ୍ଗୀତ ପ୍ରତିଯୋଗିତା, ୨୦ରେ ଫାଇନାଲ

May 15, 2026
ଜିଲ୍ଲାରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ : ଶାନ୍ତିର ରାଜ୍ୟକୁ ବିଗାଡି ଦେଲାଣି ବିଜେପି ସରକାର

ଜିଲ୍ଲାରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ : ଶାନ୍ତିର ରାଜ୍ୟକୁ ବିଗାଡି ଦେଲାଣି ବିଜେପି ସରକାର

May 15, 2026
ସଂପର୍କ ଓ ପ୍ଲକର ମିଳିତ ଉଦ୍ୟମରେ ମୋ ଓଡ଼ିଶା କାହାଣୀ ସାମୁହିକ ଗଳ୍ପ କଥନ କର୍ମଶାଳା

ସଂପର୍କ ଓ ପ୍ଲକର ମିଳିତ ଉଦ୍ୟମରେ ମୋ ଓଡ଼ିଶା କାହାଣୀ ସାମୁହିକ ଗଳ୍ପ କଥନ କର୍ମଶାଳା

May 15, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ପୁତୁରା ଏବଂ ଭାଇର ଆକ୍ରମଣରେ ବଡଭାଇ ମୃତ

ପୁତୁରା ଏବଂ ଭାଇର ଆକ୍ରମଣରେ ବଡଭାଇ ମୃତ

May 15, 2026
‘ସଙ୍ଗୀତଧାରା’ ଭକ୍ତିସଙ୍ଗୀତ ପ୍ରତିଯୋଗିତା, ୨୦ରେ ଫାଇନାଲ

‘ସଙ୍ଗୀତଧାରା’ ଭକ୍ତିସଙ୍ଗୀତ ପ୍ରତିଯୋଗିତା, ୨୦ରେ ଫାଇନାଲ

May 15, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version