No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୬ ଅଗଷ୍ଟ ମଙ୍ଗଳବାର ) କେନ୍ଦ୍ରାପଡ଼ା :- ଜିଲ୍ଲା ର ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଖଣତା ଗ୍ରାମ ପଂଚାୟତ ତରଫରୁ ସ୍ୱାଧୀନତା ର 75ବର୍ଷ ପୂର୍ତ୍ତି ଅବସରରେ ସାରା ଦେଶରେ ପ୍ରଧାନମନ୍ତ୍ରୀ ଙ୍କ ଆହ୍ୱାନ କ୍ରମେ ଆଜି ପଂଚାୟତ କାର୍ଯ୍ୟାଳୟ ରେ ଜାତୀୟ ପତାକା ଉତୋଳନ ସହିତ ଆଜାଦିକା ରେ 75ବର୍ଷ ର କ୍ରାନ୍ତିକାରୀ ପାଇଁ ତିରଙ୍ଗା ପତାକା ଶୋଭାଯାତ୍ରା ସହ ପଂଚାୟତ ର ବହୁ ପୁରାତନ ସରପଞ୍ଚ ଓ ସମିତି ସଭ୍ୟ, ସମିତି ସଭ୍ୟା ମାନଙ୍କୁ ଭବ୍ୟ ସମ୍ବଦ୍ଧନା ଓ ସମ୍ବଦ୍ଧିତ କରାଯାଇଥିଲା, ! ତେବେ ଆଜିର ଏହି ଆୟୋଜିତ କାର୍ଯ୍ୟକ୍ରମ ରେ ବର୍ତ୍ତମାନ ର ସରପଞ୍ଚ ଅନିଲ ଚନ୍ଦ୍ର ଲେଙ୍କା ଙ୍କ ପୌରହିତ କରିବା ସହିତ ପଟ୍ଟାମୁଣ୍ଡାଇ ବ୍ଲକ ପ୍ରାକ୍ତନ ପଂଚାୟତ ସମିତି ଅଧକ୍ଷ୍ୟ ବଳରାମ ସିଂ,
ପୂର୍ବତନ ସରପଞ୍ଚ ଧରଣୀଧର ରାଉତ, ଛାୟା ଲତା ପ୍ରଧାନ, ସ୍ବର୍ଗତ ସରପଞ୍ଚ ଅକ୍ଷୟ କୁମାର ପଣ୍ଡା ଙ୍କ ଧର୍ମ ପତ୍ନୀ, ଦିବାକର ସେଠୀ, ଆରତୀ ପ୍ରଧାନ, ପ୍ରାକ୍ତନ ସମିତି ସଭ୍ୟା ମହିମା ମୟୀ ଭୂୟାଁ, ତରଣୀ ମଳିକ, ପଂଚାୟତ ର ବରିଷ୍ଠ ନାଗରିକ କେଶବ ଚରଣ ପଣ୍ଡା, ସର୍ବେଶ୍ୱର ମହାନ୍ତି, ବଂଶୀଧର ବିଶ୍ୱାଳ ଙ୍କୁ ଉପଢ଼ୋକନ ସହିତ ସମ୍ବଦ୍ଧିତ କରିଥିଲେ,! ସେପଟେ ପଂଚାୟତ ର ସର୍ବାଙ୍ଗୀନ ବିକାଶ କ୍ଷେତ୍ରରେ ପ୍ରାକ୍ତନ ସରପଞ୍ଚ ଓ ସଭ୍ୟ ଙ୍କ କାର୍ଯ୍ୟ ଧାରା କୁ ସରପଞ୍ଚ ଶ୍ରୀ ଲେଙ୍କା ଭୁରି ଭୁରୀ ପ୍ରଶଂସା କରିଥିଲେ,!
ଅପର ପକ୍ଷେ ଆଜିର ଏହି ଅମୃତ ମହୋଉତ୍ସବ ପବିତ୍ର ଦିନ ରେ ପଂଚାୟତ ର ମାନ୍ୟ ଗଣ୍ୟ ଲୋକମାନଙ୍କ ଉପସ୍ଥିତ ରେ ଏକ ସକାଳ୍ପ ନେଇ ସରପଞ୍ଚ ଅନିଲ ଚନ୍ଦ୍ର ଲେଙ୍କା ଓ ସମିତି ସଭ୍ୟ ସୁରେଶ କୁମାର ଜେନା ଆଗମୀ ଦିନରେ ଆମ୍ଭ ପଂଚାୟତ ର ସମସ୍ତ କାର୍ଯ୍ୟକ୍ରମ କୁ ନେଇ 1No ର ଭାବେ ଗଢି ତୋଳିବୁ ବୋଲି ପ୍ରତିଶୃତି ଦେଇଥିବା ସମୟରେ ପଂଚାୟତ ନିର୍ବାହୀ ଅଧିକାରୀ ପ୍ରଫୁଲ୍ଲ କୁମାର ପତି, ସମେତ ଜି ଆର ଏସ ସୁମିତ୍ରା ସାହୁ, ସଭା ର ଶେଷରେ ଧନ୍ୟବାଦ ଦେଇଥିଲେ,! ଆଜିର ଏହି ଜାତୀୟ ଆଜାଦିକା ଅମୃତ ମହୋଉତ୍ସବ ରେ ଖଣତା ପଂଚାୟତ ର ଅନେକ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ର ମହିଳା ମାନେ ଯୋଗଦାନ କରିଥିଲେ, !


No Result
View All Result