No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୫ ଅଗଷ୍ଟ ସୋମବାର ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ଉଚ୍ଚ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଠାରେ ୭୬ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୋସ କୁମାର ନାୟକ ତ୍ରିରଙ୍ଗା ପତାକା ଉତ୍ତାଳନ କରିଛନ୍ତି . ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ମନୋଜ ରଞ୍ଜନ ଦଳାଇ, ଜିଲ୍ଲା ବିଜ୍ଞାନ ନିରୀକ୍ଷକ ସାତ୍ମିକ କୁମାର ପଟ୍ଟନାୟକ ପ୍ରମୁଖ ଆଜାଦ କି ଅମୃତ ମହୋତ୍ସବ ପାଳନ ର ଉଦ୍ଦେଶ୍ୟ
ଜ୍ଞାପନ କରିବା ସହିତ ସ୍ୱାଧୀନ ଭାରତ ର ୭୫ ବର୍ଷ ପୂରଣ ଅବସରରେ ହର ଘର ତ୍ରିରଙ୍ଗା ପତାକା ଉଡାଣ ଏକ ସୁନ୍ଦର ଭାରତ ଗଠନ ର ପ୍ରତୀକ ବୋଲି କହିଥିଲେ . ଏହି କାର୍ଯ୍ୟକ୍ରମ କୁ ଖେଳ ଶିକ୍ଷକ ସୁରେନ୍ଦ୍ର ପାତ୍ର ପରିଚାଳନା କରିଥିଲେ . ଜିଲ୍ଲା ଶିକ୍ଷା ଅଧିକାରୀ ଓ ପ୍ରକଳ୍ପ ସଂଯୋଜକ ଅଧିକାରୀ ଙ୍କ କାର୍ଯ୍ୟାଳୟ ର ସମସ୍ତ କର୍ମକର୍ତା ତ୍ରିରଙ୍ଗା ପତାକା କୁ ସମାନ ଜଣାଇଥିଲେ .
No Result
View All Result